ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଣହତ୍ୟା ଓ ଦୁଷ୍କର୍ମର ଶିକାର  ଛାତ୍ରୀ କନକ ନିଆଲର ମୃତଦେହକୁ  ଦାହ କଲେ ଡମ୍ବ ସମାଜ , କଂଗ୍ରେସ ଓ ଏଓଏସସିଏଫ କର୍ମକର୍ତ୍ତା

ଗୋଳାମୁଣ୍ଡା/୧୮/୮/ମସିହା/ଏକ ହୃଦୟ ବିଦାରକ ଘଟଣା,ଗତକାଲି ମଙ୍ଗଳବାର ଦିନ ଚିଚିଆ ବାଳିକା ଉଚ୍ଚ ବିଦ୍ୟାଳୟର ଜଣେ ନିରୀହ ଗରୀବ ପରିବାରଙ୍କ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ଅମାନୁଷିକ ଭାବେ ଗଣଦୁଷ୍କର୍ମ ଓ ହତ୍ୟା କରି କେନ୍ଦୁ ଗଛ ରେ ଝୁଲାନ୍ତ ଶବକୁ ଦଶପୁର ପୋଲିସ ବିରବନ୍ଧୁ ସେଠି ଙ୍କ ଦ୍ଵାରା ଜବତ ଓ ସାଇଣ୍ଟିକଫିସି ତଦନ୍ତ ପରେ ଗୋଳାମୁଣ୍ଡା ଡମ୍ବସମାଜ ଓ କଂଗ୍ରେସଦଳ ପକ୍ଷରୁ ରାଜ ରାସ୍ତରେ ଧାରଣା ଦେଇଥିଲେ ଏବଂ ଧର୍ମଗଡ଼ ପୋଲିସ ଏସଡିପିଓ ଧିରଜ ଚୋପଦୋରା ଙ୍କ ଉପସ୍ଥିତରେ ପାଞ୍ଚ ଦିନ ମଧ୍ୟରେ ସମ୍ପୃକ୍ତ ଦୋଷୀ ମାନଙ୍କୁ ଗିରଫ କରିବା ପାଇଁ ଲିଖିତ ଭାବେ ପ୍ରତିଶ୍ରୁତି  ଦେଇ ଥିବାରୁ ମରଶରୀରକୁ ଧର୍ମଗଡ଼ ମେଡିକାଲରେ ପୋଷ୍ଟମୋଟେନ ଶେଷ ପରେ ସେହି ଶବକୁ ଆଣି ଡମ୍ବସମାଜ ବିକାଶ ପରିଷଦଙ୍କ ନୀତି ନିୟମ ଅନୁଯାୟୀ ଶବ ଦାହ କରିଥିଲେ, ଏହି ଶବ ବ୍ୟବଚ୍ଛେଦ ରେ ଘୋଟିଆ ଗ୍ରାମର ଡମ୍ବ ସମାଜ ଗଣେଶ ଯାଲ, ମନ ଧର ଯାଲ, ନୀଳକଣ୍ଠ ଯାଲଏବଂ କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାହୁଲ ମଙ୍ଗରାଜ,ଗୋଳାମୁଣ୍ଡା ବ୍ଲକ ଡମ୍ବ ସମାଜ ବିକାଶ ପରିଷଦ ସଭାପତି ରାମକୁମାର ସେନାପତି, , ଏଓଏସସିଏଫ ର କାର୍ଯ୍ୟ କାରୀ ସଭା ନେତ୍ରୀ ଏସ ସୁଜାତା,ରମଣୀ ଦୁରିଆ , ସ୍ୱଧାଗୃହନେତ୍ରୀ ,ଆଇନଜୀବୀ ତଥା କାର୍ଯ୍ୟକାରୀ ସଭାପତି ଦିଗାମ୍ବର ଦୁରିଆ,ପୂର୍ବତନ ଏବିଓ ଫୁଲେଶ୍ୱର ସେନାପତି ପ୍ରମୁଖ ବହୁ ସଂଖ୍ୟକ ଉପସ୍ଥିତ ରହି ଶବ ଦାହ କଲାପରେ ,ଚିଚିଆ ବାଳିକା ଉଚ୍ଚ ବିଦ୍ୟାଳୟକୁ ଯାଇଥିବା ଏବଂ ମୃତ କନକ ଙ୍କ ଘରକୁ ଯାଇ ତାଙ୍କ ବାପା ମାଆ ଙ୍କୁ ସମବେଦନା ଜଣାଇଥିଲେ, ସୂଚନାଯୋଗ୍ୟ ଯେ ପୋଲିସ ଙ୍କ ପାଞ୍ଚ ଦିନର ପ୍ରତିଶ୍ରୁତିରେ ସଂପୃକ୍ତ ଦୋଷୀ ଅଛନ୍ତି ସେହି ଆସାମୀକୁ ଗିରଫ ନ ହେଲେ ଛଅ ଦିନ ପରେ ସେହି କନକ ନିଆଲ ପ୍ରତି ନ୍ୟାୟ ପାଇବା ପାଇଁ ଏବଂ ରେଡ୍କ୍ରସ ରୁ ପରିବାରଙ୍କୁ ସହାୟତା ପାଇଁ ସଂଗ୍ରାମୀ ନେତା ଯୁବ କଂଗ୍ରେସ ସଭାପତି ସାହୁଲ ମଙ୍ଗରାଜ ଓ ଗୋଳାମୁଣ୍ଡା ଡମ୍ବ ସମାଜ ବିକାଶ ପରିଷଦ ପକ୍ଷରୁ ରାଜ ରାସ୍ତା ଅବରୋଧ ସହ ନିଆ ଜଳିବ ବୋଲି କଂଗ୍ରେସ ଯୁବ ସଭାପତି ଚେତାବନୀ ଦେଇଛନ୍ତି ।

ଗୋଳାମୁଣ୍ଡା ବ୍ଲକରୁରାମକୁମାର ସେନାପତି ଙ୍କ ରିପୋର୍ଟ, ନିର୍ଭୟ,ନିରପେକ୍ଷ ଓ ପ୍ରଗତିଶୀଳ ମସିହା,ପ୍ରତିନିଧି

Related posts

ବର୍ଷା କାରଣରୁ ବାତିଲ ହେଲା ଅଲ ଇଣ୍ଡିଆ ଏନ ସି ସି ପର୍ବତାରୋହଣ କାର୍ଯ୍ୟକ୍ରମ

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକର ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ

Sunil Chandra Nayak

ଭିଜିଲାନ୍ସ ହାତରେ ଧରାପଡିଲେ ଗୁଣୁପୁର ଶିକ୍ଷା ଅଧିକାରୀ

Sunil Chandra Nayak

Leave a Comment

error: Content is protected !!