ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଆମପାଣି ପଞ୍ଚାୟତ ର ଦୁର୍ଗମ ଟିର୍ଲିଆମ ଗାଁ ରେ ବ୍ୟାପିଲା ଝାଡ଼ାବାନ୍ତି, ଗାଁ ରେ ପହଞ୍ଚିଲେ ମେଡିକାଲ ଟିମ

କୋକସରା,୧୯/୮-( ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଦୁର୍ଗମ ଓ ଅପହଞ୍ଚ ଟିର୍ଲିଆମ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପି ଅନେକ ଆକ୍ରାନ୍ତ ଥିବା ଜଣାପଡିଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ନିକଟରେ ଖବର ପହଞ୍ଚିବା ପରେ ବୁଧବାର କୋକସରା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ ଙ୍କ ନେତୃତ୍ୱରେ ମେଡିକାଲ ଟିମ ଟିର୍ଲିଆମ ଗାଁ ରେ ପହଞ୍ଚି ବାସ୍ତଵିକ ସ୍ଥିତି ଅନୁଧ୍ୟାନ କରିବା ସହ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି। ଗୁରବାର ପୁଣି ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଚିଦାନନ୍ଦ ପଣ୍ଡା ଙ୍କ ନେତୃତ୍ୱରେ ମେଡ଼ିକାଲ ଟିମ ଗାଁ ରେ ପହଞ୍ଚି ଚିକିତ୍ସା କରିବା ସହ ଔଷଧ ବଣ୍ଟନ କରିଛନ୍ତି। ଟିର୍ଲିଆମ ଗାଁ ର ନୁନୋଇ ମାଝୀ(୫୦) , ଲଛମା ମାଝୀ (୬୦), କମଳ ମାଝୀ୨୧), ରୁଦମା ମାଝୀ(୧୮), ଦୁର୍ଯ୍ୟୋ ମାଝୀ(୩୫) ଓ ଜଣେ ଶିଶୁ ବେବି ମାଝୀ (୬) ଆକ୍ରାନ୍ତ ଥିବାବେଳେ ବର୍ତ୍ତମାନ କୋକସରା ଡାକ୍ତରଖାନାରେ ନୁନୋଇ ମାଝୀ ଓ ବେବି ମାଝୀ ଚିକିତ୍ସିତ ହେଉଛନ୍ତି। ତେବେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ ସୁଚନା ଦେଇଛନ୍ତି। ଆଜି ଟିର୍ଲିଆମ ଗାଁରେ ମେଡିକାଲ ଟିମ ସହ ଗ୍ରାମ୍ୟ ପରିମଳ ବିଭାଗ କର୍ମଚାରୀ ପହଞ୍ଚି ଗାଁରେ ଥିବା ନଳକୂପକୁ ବିଶୋଧନ କରିବା ସହ ପାନୀୟ ଜଳର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିବା ଜଣାପଡିଛି। ମେଡିକାଲ ଟିମରେ ଶୁଭେନ୍ଦୁ ପଣ୍ଡା, ସୁଧୀର ଧଙ୍ଗଡା ମାଝୀ, ସ୍ୱାସ୍ଥ୍ୟକର୍ମି କ୍ଷୀରୋଦ ବାଗ, କୃଷ୍ଣଚନ୍ଦ୍ର କାଣ୍ଡ, ଆମପାଣି ସରପଞ୍ଚ ପ୍ରତିନିଧି ମନୋରଞ୍ଜନ ବାଣୁଆ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଗିରିଶ ଚନ୍ଦ୍ର ନାଏକ ପ୍ରମୁଖ ଟିର୍ଲିଆମ ଗାଁ ଚିକିତ୍ସା ସହ ଗ୍ରାମବାସୀଙ୍କୁ ସଚେତନ କରିଛନ୍ତି।

Related posts

ନୂଆପଡ଼ାରେ ବ୍ୟାପିଲା ଡାଇରିଆ : ଜଣଙ୍କର ମୃତ୍ୟୁ, ୧୯ରୁ ଅଧିକ ଆକ୍ରାନ୍ତ

Sunil Chandra Nayak

ଝାଡାବାନ୍ତି ରୋଗରେ ଆକ୍ରାନ୍ତ ସଂଖ୍ୟା ୨୩ କୁ ଛୁଇଁଥିବାବେଳେ ମୃତ୍ୟୁ ସଂଖ୍ୟା ୩ କୁ ପହଞ୍ଚିଛି

Sunil Chandra Nayak

ରକ୍ତଦାନ ମହାପୂଣ୍ୟ, ସମାଜ ସେବା ମାଧବସେବା

Sunil Chandra Nayak

Leave a Comment

error: Content is protected !!