Uncategorizedସୁରେନ୍ଦ୍ର କୁମାର ବେହେରା ଙ୍କ କବିତା ଶ୍ରାବଣୀ ଗୋ ତୁମେ ଅଭିମାନୀ by Sunil Chandra NayakAugust 20, 2022085 Share0 ଶ୍ରାବଣୀ ଗୋତୁମେ ଅଭିମାନୀ ସୁରେନ୍ଦ୍ର କୁମାର ବେହେରା ପାଦର ନିକ୍ୱଣ୍ ନିରବି ଯାଇଛି ଶ୍ରାବଣୀ ଗୋତୁମେ ଅଭିମାନୀ ଆଷାଢ଼ର ମେଘ ସବାରୀରେ ତମେ ନଆସି ନିରବେ ରୁହ ତୁନି ।1। ତୁମ ଆସିବାର ବିଳମ୍ବ କାହିଁକି ଗରମ ସତେକି ଖରାତାତି ମନ ବିରଷରେ କୃଷକ ଚାହିଁଛି ବେଉଷଣକୁ ମନରେ ଭିତି ।2। ଶ୍ରାବଣର ତୁମେ ବାରିଧାରା ହୋଇ ଯେବେ ଧରାଛୁଇଁ ଛୁଇଁ ଯାଅ କ୍ଷେତରେ ବରଷା ପାଣି ଦେଖିଦେଲେ ମନଖୋଲି ହସେ ଚଷା ପୁଅ ।3। ଅଭିମାନ ତେଜି ଆସଗୋ ଶ୍ରାବଣୀ ମେଘ ମଲ୍ଳାର ରାଗିଣୀ ତୋଳି ତଳିରୁଆ କାମ ବିଳମ୍ବ ହେଉଛି ଅଭିମାନ ତେଜି ଆସ ଝୁଲି ।4। ଧାରା ଶିରାବଣ କେହି କହୁନାହିଁ କ୍ଷେତରେ ନାହିଁ ଟୋପାଏ ପାଣି ଚାଷ ତରତର ଆଉତ ହେଉନି ତମେ ଚାଷୀକୁ କରୁଛ ରୁଣୀ ।5। ଅସରା ଅସରା ବରଷାର ଧାରା କ୍ଷେତରେ ଭରିଦେ ଭରା ପାଣି ପୁଲକିତ ହେଉ ଏରାଇଜ ଚାଷୀ ଅନୁରାଗେ ଆସଗୋ ଶ୍ରାବଣୀ ।6। ସୁରେନ୍ଦ୍ର କୁମାର ବେହେରା ଜିତିପୁର ,ହରିପୁର ହାଟ ,ଯାଜପୁର