ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳନ

ରାଉରକେଲା/ ସେକ୍ଟର ୬ ସ୍ଥିତ ଶ୍ରୀ ଶ୍ରୀ ସଂକଟେଶ୍ବର ମହାଦେବ ମନ୍ଦିର ପରିଚାଳନା କମିଟି ତରଫରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ ହୋଇଯାଇଛି । ପୂଜକ ଭାବେ ନିରଞ୍ଜନ ଦାଶ ଓ ଚିତ୍ତରଞ୍ଜନ ତ୍ରିପାଠୀ ହରିବଂଶ ପାଠ କରିଥିବା ବେଳେ କର୍ତ୍ତା ଭାବେ ପରମାନନ୍ଦ କୁମ୍ଭାର ଓ ଆରତୀ କୁମ୍ଭାର ଦାୟିତ୍ୱ ତୁଲାଇଥିଲେ । ଉପଦେଷ୍ଟା ମଣ୍ଡଳୀ ସର୍ବଶ୍ରୀ ସହଦେବ ପାଲ,ଉପେନ୍ଦ୍ର ନାଗ, ଅମର ସିଂ ଦୀପ,ବଙ୍ଗାଳୀ ବାଗ, ବୈଶାଖୁ ସୁନା, ଘନଶ୍ୟାମ ସୁନା, ଶ୍ୟାମସୁନ୍ଦର ନନ୍ଦ, ସାଧୁଚରଣ ବିଭାର, ଜୟଲାଲ କୁମ୍ଭାର ଙ୍କ ଦିଗଦର୍ଶନରେ ସର୍ବଶ୍ରୀ ଭକ୍ତ ନନ୍ଦ,ଶିବପ୍ରସାଦ ନନ୍ଦ,ମନୁ ନାଗ,ପ୍ରଭାକର କୁମ୍ଭାର, ନରହରି,ଜଗବନ୍ଧୁ ନନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଏହି ଅବସରରେ ଅଭିମନ୍ୟୁ ଶିକା,ଅର୍ଜୁନ ପାଲ, ଚିନ୍ତାମଣି ନନ୍ଦ, ବିଦ୍ୟାଧର ମହାନନ୍ଦ,ଅର୍ଜୁନ ନାଗ, ଗୋପି ପାଲ,ଗୋବିନ୍ଦ ଦୀପ,ମହେଶ୍ୱର ନାଗ, ରାଘବ ସୁନା,ପର୍ଧନ କୁମ୍ଭାର ପ୍ରମୁଖ ସଂକୀର୍ତ୍ତନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଶତାଧିକ ଭକ୍ତ ଯୋଗଦେଇଥିବା ବେଳେ ସମସ୍ତେ ପ୍ରସାଦ ସେବନ କରି ଆଶୀର୍ବାଦ ଲାଭ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବାପା

କନ୍ଧମାଳ ରୁ ନୟାଗଡ଼ କୁ ଚାଲାଣ ବେଳେ ୧ କୁଇଣ୍ଟାଲ ୭ କେଜି ଗଞ୍ଜେଇ ଜବତ , ୨ ଗିରଫ

Sunil Chandra Nayak

ଆଧୁନିକ ଓଡ଼ିଶାର ସ୍ଥପତି ବିଜୁବାବୁ ଙ୍କ ତିରୋଧାନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!