ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖାତିଗୁଡା ପୋଲିସ ବାଇକ ଚୋର ଧରିବା ସହ ବାଇକ ଜବତ କରିଛି

 ତେନ୍ତୁଳିଖୁଣ୍ଟି : 22/08/22 ଗତକାଲି ଖାତିଗୁଡା ଥାନାରେ ବାଇକ ଚୋରି ନେଇ ମାଳିଗୁଡା ର ଈଶ୍ୱର ମାଳି ଅଭିଯୋଗ କରିଥିଲେ। ଖାତିଗୁଡା ଥାନା ଆଇ ଆଇ ସି ଦୀପକ କୁମାର ଲେଙ୍କା ତଦନ୍ତ ଭାର ନିଜ ହାତକୁ ନେଇ ସାନ ଦେବତା ଗୁଡା ଠାରୁ ବାଇକ ସହ ବାଇକ ଚୋର କୁ ଧରିଛନ୍ତି। ଅଭିଯୁକ୍ତ ବିସିଂପୁର ଥାନା ଅଞ୍ଚଳର ପରଜା ପାତ୍ର ପୁଟ ବାସିନ୍ଦା। ଉଦୟ ବିଶୋଇ ବୟସ 26 ତାଙ୍କ ପିତାଙ୍କ ନାମ ପବିତ୍ର ବିଶୋଇ। ଥାନାର କେଶ ନମ୍ବର 71/22 ରେ ଅଭିଯୁକ୍ତ ନାମରେ ଆଇ ପି ସି 379 ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ଚୋରି ମାମଲା ରେ ଗୋଟିଏ ଦିନରେ ଚୋରି ସାମଗ୍ରୀ ଜବତ ଓ ଅଭିଯୁକ୍ତ ଗିରଫ ହେବା ବୋଧହୁଏ ତେନ୍ତୁଳିଖୁଣ୍ଟି ବ୍ଲକରେ ପ୍ରଥମ। ତଦନ୍ତ ଅଧିକାରୀ ଙ୍କ ପାରିବା ପଣିଆ କୁ ସାଧାରଣରେ ପ୍ରଶଂସା କରା ଯାଉଛି।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

କଳାହାଣ୍ଡି ଜିଲ୍ଲାର ରାଜସ୍ବ ସମୀକ୍ଷା ବୈଠକ,ଟିଟିଲାଗଡ ଓ ବିଜୟନଗରମ ତୃତୀୟ ରେଳ ଲାଇନ, ବିଜୁ ଏକ୍ସପ୍ରେସ ୱେ ଓ ରେତ ଜଳସେଚନ ପ୍ରକଳ୍ପ ପାଇଁ ତ୍ୱରିତ ଜମି ଅଧିଗ୍ରହଣ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ନର୍ଲା ବ୍ଲକ୍ ଅଧିନ ରୁପ୍ରାରେ ଶାନ୍ତି ପୂର୍ଣ୍ଣ ଭାବରେ କୋଶଲ ମହାବନ୍ଦକୁ ମିଳିଛି ସମର୍ଥନ 

Sunil Chandra Nayak

Leave a Comment

error: Content is protected !!