ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖାତିଗୁଡା ପୋଲିସ ବାଇକ ଚୋର ଧରିବା ସହ ବାଇକ ଜବତ କରିଛି

 ତେନ୍ତୁଳିଖୁଣ୍ଟି : 22/08/22 ଗତକାଲି ଖାତିଗୁଡା ଥାନାରେ ବାଇକ ଚୋରି ନେଇ ମାଳିଗୁଡା ର ଈଶ୍ୱର ମାଳି ଅଭିଯୋଗ କରିଥିଲେ। ଖାତିଗୁଡା ଥାନା ଆଇ ଆଇ ସି ଦୀପକ କୁମାର ଲେଙ୍କା ତଦନ୍ତ ଭାର ନିଜ ହାତକୁ ନେଇ ସାନ ଦେବତା ଗୁଡା ଠାରୁ ବାଇକ ସହ ବାଇକ ଚୋର କୁ ଧରିଛନ୍ତି। ଅଭିଯୁକ୍ତ ବିସିଂପୁର ଥାନା ଅଞ୍ଚଳର ପରଜା ପାତ୍ର ପୁଟ ବାସିନ୍ଦା। ଉଦୟ ବିଶୋଇ ବୟସ 26 ତାଙ୍କ ପିତାଙ୍କ ନାମ ପବିତ୍ର ବିଶୋଇ। ଥାନାର କେଶ ନମ୍ବର 71/22 ରେ ଅଭିଯୁକ୍ତ ନାମରେ ଆଇ ପି ସି 379 ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ଚୋରି ମାମଲା ରେ ଗୋଟିଏ ଦିନରେ ଚୋରି ସାମଗ୍ରୀ ଜବତ ଓ ଅଭିଯୁକ୍ତ ଗିରଫ ହେବା ବୋଧହୁଏ ତେନ୍ତୁଳିଖୁଣ୍ଟି ବ୍ଲକରେ ପ୍ରଥମ। ତଦନ୍ତ ଅଧିକାରୀ ଙ୍କ ପାରିବା ପଣିଆ କୁ ସାଧାରଣରେ ପ୍ରଶଂସା କରା ଯାଉଛି।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ନିରୁପମା ପାଣି ଙ୍କ କବିତା ଅଜବ ଗଜବ

ଦୁର୍ନୀତି ନିବାରଣ ସପ୍ତାହ ଅକ୍ଟୋବର ୩୧ ରୁ ନଭେମ୍ବର ୬ ପର୍ଯ୍ୟନ୍ତ

Sunil Chandra Nayak

ବାଲାଜି ସେଠୀ ଙ୍କ କବିତା ଭୋକ

Leave a Comment

error: Content is protected !!