ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ଦୁଆରୁ

     ଦୁଆରୁ 

ଖାଲି ହାତେ ଚାଲିଗଲେ 
            ତୁମରି ଦୁଆରୁ
କି ଯଶ ରହିବ କୁହ 
           ଆହେ ମହାମେରୁ
ଦାତା ପଣ  ତୁମରତ 
          ସରିବ ଏଠାରୁ
ଖାଲି ହାତେ ଚାଲିଗଲେ………….୧ 
ଏତେ ବଡ଼ ସଂସାରର 
            ମାଲିକ ହୋଇଛ
କିକଥା ମାଗିବି କୁହ 
            ଦୁଆରୁ ଠେଲୁଛ
ଆଶା କିଛି ନାହିଁ ମୋର
            ତୁମରି ପାଖରୁ
ଖାଲି ହାତେ ଚାଲିଗଲେ………….୨ 
ଧନ ଲୋଡ଼ା ନାହିଁ ମୋର 
           ମାନ ଲୋଡା ନାହିଁ
ତବ ଶ୍ରୀଚରଣରେ ଆଜି 
             କହୁଛି ଗୋସାଇଁ
କ୍ଷମା ଦିଅ କ୍ଷମା ନିଧି 
              ମାୟା ଜଞ୍ଜାଳରୁ
ଖାଲି ହାତେ ଚାଲିଗଲେ 
            ତୁମରି ଦୁଆରୁ……….୩

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଵିରହୀ ଗୀତ

Sunil Chandra Nayak

ବିଦ୍ୟାଧର ମହାନ୍ତ ଙ୍କ କବିତା ଅଭିମାନ

Sunil Chandra Nayak

ବିଶୁଦ୍ଧ ପାଣି ଯୋଗାଣ କ୍ଷେତ୍ର ପରିଦର୍ଶନ କରି ସନ୍ତୋଷ ଜାହିର କଲେ ପୌର ଅଧ୍ୟକ୍ଷା

Sunil Chandra Nayak

Leave a Comment

error: Content is protected !!