ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ଦୁଆରୁ

     ଦୁଆରୁ 

ଖାଲି ହାତେ ଚାଲିଗଲେ 
            ତୁମରି ଦୁଆରୁ
କି ଯଶ ରହିବ କୁହ 
           ଆହେ ମହାମେରୁ
ଦାତା ପଣ  ତୁମରତ 
          ସରିବ ଏଠାରୁ
ଖାଲି ହାତେ ଚାଲିଗଲେ………….୧ 
ଏତେ ବଡ଼ ସଂସାରର 
            ମାଲିକ ହୋଇଛ
କିକଥା ମାଗିବି କୁହ 
            ଦୁଆରୁ ଠେଲୁଛ
ଆଶା କିଛି ନାହିଁ ମୋର
            ତୁମରି ପାଖରୁ
ଖାଲି ହାତେ ଚାଲିଗଲେ………….୨ 
ଧନ ଲୋଡ଼ା ନାହିଁ ମୋର 
           ମାନ ଲୋଡା ନାହିଁ
ତବ ଶ୍ରୀଚରଣରେ ଆଜି 
             କହୁଛି ଗୋସାଇଁ
କ୍ଷମା ଦିଅ କ୍ଷମା ନିଧି 
              ମାୟା ଜଞ୍ଜାଳରୁ
ଖାଲି ହାତେ ଚାଲିଗଲେ 
            ତୁମରି ଦୁଆରୁ……….୩

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

Related posts

ଭୁବନେଶ୍ୱର – ଡ଼ଃ ସୁକାନ୍ତି ମିଶ୍ର ପାଇଲେ ଚଳିତ ବର୍ଷର ପ୍ରକୃତି ମିତ୍ର ପୁରସ୍କାର

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ସକାଳୁଆ ସ୍କୁଲ

Sunil Chandra Nayak

ଗରଗାଵ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳର ଯୁକ୍ତ ଦୁଇ କଳା ଛାତ୍ର ବିକାଶ ସାହୁ ପ୍ରଥମ ସ୍ଥାନରେ

Sunil Chandra Nayak

Leave a Comment

error: Content is protected !!