ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହାବିଦ୍ୟାଳୟ ର ପଡିଆ ରେ ଉନ୍ମତ କାଣ୍ଡ – ଗେଲେରି ଗେଟ କୁ ଭାଙ୍ଗି ଦେଲେ , ପ୍ରଶାସନ ନୀରଦ୍ରଷ୍ଟା

ନୂଆପଡା ଜିଲ୍ଲା ଖଡିଆଳ ସ୍ବଂୟଶାସିତ ମହାବିଦ୍ୟାଳୟ ପ୍ରତି ପ୍ରଶାସନ ତଥା ପୋଲିସ ବିଭଗ ର ଦିନ କୁ ଦିନ ନିଷ୍କ୍ରିୟତା ଯୋଗୁଁ ଅସମାଜିକ ଯୁବକ ମାନଙ୍କ ଚରା ଭୁଇଁ ପାଲଟି ଯାଇଛି । ଗତକାଲି ରାତ୍ରି ସମୟ ରେ ଅସମାଜିକ ପ୍ରବୃତି ର ଯୁବକ ମାନେ ଉନ୍ମତ କାଣ୍ଡ ଭିଆଇଛନ୍ତି । ଖଡିଆଳ ସ୍ବଂୟଶାସିତ ମହାବିଦ୍ୟାଳୟ ର ପଡିଆ ମଧ୍ୟ ରେ ଥିବା ଗେଲେରି ଗେଟ କୁ ଭାଙ୍ଗି ଦେଇଥିବାବେଳେ ଗେଲେରି ଉପର କୁ ପଶି ଗେଲେରି ର ଚତୁପାର୍ଶ ପାଚେରି ର ଖମ୍ବ କୁ ମଧ୍ୟ ଭାଙ୍ଗି ଚୁରମାର କରିଦେଇଛନ୍ତି । ଯାହାକି କଲେଜ ର ସୌନ୍ଦ୍ୟର୍ଯ୍ୟ ନଷ୍ଟ ହେବା ସହ ଲକ୍ଷାଧିକ ଟଙ୍କା ର ସଂପତି ନଷ୍ଟ ହୋଇଛି । ମହାବିଦ୍ୟାଳୟ ପ୍ରତି ନାଁ କଲେଜ କର୍ତୁପକ୍ଷ ନାଁ ଜିଲ୍ଲା ପ୍ରଶାସନ ନାଁ ପୋଲିସ ପ୍ରଶାସନ କୌଣସି ଦୃଷ୍ଟି ଦେଉନାହାନ୍ତି । ସୁଚନା ଯୋଗ୍ୟଯେ ନୂଆପଡା ଜିଲ୍ଲା ର ଐତିହାସିକ ଖଡିଆଳ ସ୍ବଂୟଶାସିତ ମହାବିଦ୍ୟାଳୟ ଜିଲ୍ଲା ର ଏକ ମାତ୍ର ସର୍ବ ପୁରାତନ ସ୍ବଂୟଶାସିତ ବିଦ୍ୟାଳୟ ଅଟେ । ଏଥିରେ ଫୁଟବଳ ଖେଳ ଠାରୁ ନେଇ ଭଳିବଳ, ଜିମ ଭଳି ମଲଟି ଖେଳ ପଡିଆ ରହିଛି । ପ୍ରତଦିନ ଖଡିଆଳ ର ବୟସ୍କ ଠାରୁ ଯୁବକ ମାନେ ପ୍ରାତ ଓ ସନ୍ଦ୍ୟା କାଳୀନ ଭ୍ରମଣ ରେ ଆସୁଥିବାବେଳେ ହେଲଥ କ୍ଲବ ଟିମ ଗେଲେରି ଉପରେ ଯୋଗାଭ୍ୟାସ କରନ୍ତି । ଏହା ପୁର୍ବ ରୁ ଗେଲେରି ଉପରେ ଅନେକ ଥର ପାନ ଛେପ ଠାରୁ ନେଇ ସିଗାରେଟ ବିଡି ପକେଇବା ସହ ଗୁଟକା ଜରି ପଡିଥିବା ନଜିର ରହିଛି । ସେହିଭଳି କଲେଜ ପଡିଆ ରେ ମଦ ବୋତଲ ପାଣି ପାଉଚ ଓ କଣ୍ଡୋମ ପଡି ରହିବା ନିତ୍ୟ ଦେଖିବାକୁ ମିଲୁଛି । ଅନ୍ୟପକ୍ଷେ ବିଗତ ଦିନ ରେ ଗାର୍ଲସ ହଷ୍ଟେଲ ର ସିସି ଟିଭି ଚୋରୀ ହେବାସହ କଲେଜ ର ପାଣି ଟେପ ନିତ୍ୟ ଦିନ ଚୋରୀ ହେଉଅଛି ।ସବୁଠାରୁ ପରିତାପ ର ବିଷୟ ଖଡିଆଳ କଲେଜ ର କିଛି ଅଧ୍ୟାପକ କିଛି ଅଧ୍ୟାପକ ଷ୍ଟାଇଲସ , ଏସି ମେସିନ ,ଟେବୁଲ ଚେୟାର କୁ ମଧ୍ୟ ନେଇ ନିଜେ ବ୍ୟବହାର କରୁଥିବା ଅଭିଯୋଗ ହେଉଛି । ଆଶ୍ଚର୍ଯ୍ୟ ର ବିଷୟ କଲେଜ ର ବହୁ ମୁଲ୍ୟବାନ ଗଛ କୁ କାଟି କଲେଜ କେନଟିନ ଚୁଲି ରେ ଭୋଜନ ପ୍ରସ୍ତୁତ ହେଉଥିବା ଦେଖାଯାଉଛି । ଗୋଟିଏ ଶିକ୍ଷା ଅନୁଷ୍ଚାନ ପ୍ରତି ବାରମ୍ବାର କୁଠାରଘାତ କରାଯାଉଛି ।ହେଲେ ପ୍ରଶାସନ ଆଖି ବୁଜିଦେବା କେତୁ ଦୁର ଯୁକ୍ତି ଯୁକ୍ତ । କଲେଜ ପ୍ରତି ହୋଇଥିବା ଗତକାଲି ଲଙ୍କାକାଣ୍ଡ ପ୍ରତି ପ୍ରଶାସନ ଦୃଷ୍ଟି ନଦେଲେ ଆଗାମି ଦିନ ରେ ପୁରାତନ ଛାତ୍ର ମାନେ ଆନ୍ଦୋଳନ କରିବେ ବୋଲି କଡା କଡି ଭାବ ରେ ଚେତାବନୀ ଦେଇଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମରଣ ଯନ୍ତା ପାଲଟିଛି ପୂର୍ତ୍ତ ବିଭାଗ ର ଦୁଇ ରାସ୍ତା

Sunil Chandra Nayak

ଲିପ୍ସା ଛତ୍ରିଆ କୁ ଉଚ୍ଚ ଶିକ୍ଷା ପାଇଁ ସହଯୋଗର ହାତ ବଢ଼ାଇଲେ ସମାଜସେବୀ ବିଶ୍ୱନାଥ କର

Sunil Chandra Nayak

କେଗାଁ ମାଲପଡା ଠାରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!