ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଂସ ତରକାରୀ ନେଲା ଝିଅ ର ଜୀବନ

ରାଇଘର: ଘରେ ରୋଷେଇ ହୋଇଥିଲା ମାଂସ ତରକାରୀ। ମା’ଙ୍କୁ  ନଦେଇ ୩ ଭଉଣୀ ସବୁତକ ମାଂସ ତରକାରୀ ଖାଈଯିବା ଫଳରେ ତରକାରୀ ନ ପାଇ ମା’ ତାର ୩ଝିଅ ଉପରେ ବିଗିଡ଼ି ଯାଇଥିଲେ। ଫଳରେ ମା’ର କଥାକୁ ସହି ନପାରି ସାନ ଝିଅ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇ ଚିକିତ୍ସାଧିନ ଅବସ୍ଥାରେ ଆଜି ତାର ମୃତ୍ୟୁ ଘଟିଥିବା ଜଣାପଡିଛି। ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ଗୁରୁସିଂଘା ଗ୍ରାମରେ। ମୃତ ଯୁବତୀଙ୍କ ନାଁ ଅରୁଣା ମାଝୀ (୨୫) ବୋଲି ଜଣାପଡ଼ିଛି।ସୂଚନା ଅନୁଯାୟୀ ଗତକାଲି ରାତିରେ ଅରୁଣା ସହ ତାଙ୍କର ୩ ଭଉଣୀ ଘରେ ମାଂସ ଆଣି ରୋଷେଇ କରିଥିଲେ । ତରକାରି ଚାଖିବା ଆଳରେ ସବୁତକ ତରକାରି ତିନି ଭଉଣୀ ଖାଈ ଦେଇଥିଲେ। ଅପରପକ୍ଷରେ ମାଁ ପାଇଁ ଟିକିଏ ବି ତରକାରି ନ ରଖିବାରୁ ଝିଅଙ୍କ ଉପରେ ବିଗିଡ଼ି ଥିଲେ।। ଏବେ ଠୁ ମା’କୁ ପଚାରୁନ, ବୁଢି ହେଲା ପରେ ତୁମେ ମୋତେ ଆଉ ପଚାରିବନି ବୋଲି ମା’ଙ୍କ ଏଭଳି କଥାଟିକୁ ସମ୍ଭାଳି ନ ଫେରି ଅରୁଣା ସମ୍ବେଦଶୀଳ ହୋଇ ସବୁ ଖାଇସାରିବା ପରେ ନିଜ ବେକରେ ଓଢ଼ଣି ଦେଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲା।ଅରୁଣା ଛଟପଟ ହେଉଥିବା ଦେଖି ଭଉଣୀମାନେ ତାକୁ ତୁରନ୍ତ ଓହ୍ଲାଇ ଗୁରୁତର ଅବସ୍ଥାରେ ପ୍ରଥମେ ଉମରକୋଟ ଓ ପରେ ନବରଙ୍ଗପୁର ମେଡିକାଲକୁ ନେଇ ଯାଇଥିଲେ।ଆଜି ଅରୁଣାର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ରାଇଘର ଥାନାରେ ଏକଅପମୃତ୍ୟୁ ମାମଲା ରୁଜୁ କରି ଗତକାଲି ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ଟଙ୍କଗିରୀ ଭୋଇ ପ୍ରକାଶ କରିଛନ୍ତି।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

 

Related posts

କାର ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତ୍ୱର

Sunil Chandra Nayak

ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା ର ଭିତ୍ତିଭୁମି ଓ ଅବଶ୍ୟକତା ପରଖିଲେ ଏ ଡି ଏମ ଓ

Sunil Chandra Nayak

ଓଡିଆ ଭାଷା ବିକାଶ ମଞ୍ଚ ର କବି ବିନୋଦଚନ୍ଦ୍ର ନାୟକ ଜୟନ୍ତୀ ପାଳନ

Sunil Chandra Nayak

Leave a Comment

error: Content is protected !!