ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରକାଶ କୁମାର ମିଶ୍ର ଙ୍କ କବିତା ମୃତ୍ୟୁ

 ମୃତ୍ୟୁ 

 ପ୍ରକାଶ କୁମାର ମିଶ୍ର 

ଜୀବନ ମରଣ ସତ୍ୟ ଚିରନ୍ତନ
   ଜନ୍ମ୍ ଥିଲେ ମୃତ୍ୟୁ ଅଛି ।
କର୍ମ ଗୁଣେ ଫଳ ଭୋଗନ୍ତି ସକଳ
  ଖଣ୍ଡନେ କା’ ଶକ୍ତି ଅଛି ।
ଏ ମୃତ୍ୟୁ ନିଷ୍ଠୁର ନ ଚିହ୍ନେ ଅନ୍ତର
ଜାଣେନା ଆପଣା ପର ।
ବାଳୁତ ବା ବୃଦ୍ଧ,ଶୈଶବ କିଶୋର
କିଏ ବୁଦ୍ଧ କିଏ ଚୋର ।।
କଞ୍ଚା କି ପାଚିଲା ନଜାଣ‌ଇ ମୃତ୍ୟୁ
ଅୟସ ବୟସ ବେଳ ।
ପ୍ରେମିକ ପ୍ରେମିକା ଭାବ ନଦେଖ‌ଇ
ଆସେ ପୁରିଗଲେ କାଳ ।।
ମୃତ୍ୟୁ କୁ ଡରିଲେ ଡରାଇବ ସିଏ
ଡାକିଲେ ସେ ଆସିବନି ।
 କାହାର ଶୁଣିନି ଶୁଣିବନି ସିଏ
ହେଉ ଯେତେ ଗୁଣୀ ଜ୍ଞାନୀ ।।
ଯେତେ ପଢ଼ ତୁମେ ମହା ମୃତ୍ୟୁଞ୍ଜୟ
ମନ୍ତ୍ର ଦିବସ ରଜନୀ ।
ମୃତ୍ୟୁ ପାଖେ କା’ର ନାହିଁ ସୁପାରିଶ
ହେଉ ବା ନିର୍ଧନୀ ଧନୀ ।
ମୃତ୍ୟୁ ଅଟ୍ଟହାସ୍ୟ କରୁଛି ସର୍ବଦା
ଜାଗ୍ରତେ ହୁଅ ସଜାଗ ।
କେଜାଣି କା’ଭାଗ୍ୟେ କୋଳେଇ ନେବାକୁ
ପର‌ଓ୍ବାନା ଦେବ ଆଗ ।।

ପ୍ରକାଶ କୁମାର ମିଶ୍ର 

Related posts

ଗୋଟିଏ ଦିନରେ ଦୁଇ ମହାବିଦ୍ୟାଳୟରେ ଅନୁଷ୍ଠିତ ହେବ ରକ୍ତଦାନ ଶିବିର

Sunil Chandra Nayak

କୋକସରା ବ୍ଲକ ଶିକ୍ଷା ବିଭାଗରେ ନୂତନ ବିଇଓ ଙ୍କ ଯୋଗଦାନ

Sunil Chandra Nayak

ସହଦେବ ପରିଡ଼ା ଙ୍କ ଡାକ ଶୁଭିଲା କି ନାହିଁ???

Sunil Chandra Nayak

Leave a Comment

error: Content is protected !!