ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା କୃଷ୍ଣ କେଶବ

  କୃଷ୍ଣ କେଶବ

 କୁଞ୍ଚିତ କୁନ୍ତଳ କୃଷ୍ଣ ସୁମଞ୍ଜୁଳ
      କର୍ଣ୍ଣେ କନକ-କୁଣ୍ଡଳ 
 କୁରଙ୍ଗ ଚାହାଣି କଳାକୃଷ୍ଣ ମଣି 
   କାୟାରେ କେଶରୀ ବଳ |(୧)
କରେ ଧରି ବେଣୁ କୋଟି ହୃଦ ଜିଣୁ 
     କୁଞ୍ଜବନେ କରୁ କେଳି
କୌସ୍ତୁଭମଣ୍ଡନ କୃଷ୍ଣ ଶ୍ୟାମଘନ 
     କଳାକାହ୍ନୁ ବନମାଳି |(୨)
କାଶ୍ୟପୀର କୋଳେ କାଳିନ୍ଦୀର କୂଳେ
     କଦମ୍ବମୂଳେ ତୋ ଖେଳ
କାଞ୍ଚନ କଙ୍କଣ କର ଆଭୂଷଣ 
   କଟି କିଙ୍କିଣୀ ରେ ଭୋଳ |(୩)
କୋକନଦଧାରୀ କୃଷ୍ଣ ତୁ କଂସାରୀ
     କଞ୍ଜମାଳ ତୋ ଗଳାରେ 
 କରୁ ତୁ କୁହୁକ କଳ୍ପନା ଅନ୍ତକ
   କାଳୀୟ ଦଳନ ଗୋପରେ |(୪)
କମନୀୟା ପ୍ରିୟ କଳକଣ୍ଠି ପ୍ରିୟ 
      କଦମ୍ବମୂଳିଆ କୃଷ୍ଣ
କର ଯୋଡ଼ି କହେ କରୁଣାକର ହେ!
     କଞ୍ଜନୟନ ମୋହନ |(୫)
  କରୁଣାସାଗର କରୁଣା ବିତର
      କଟୁ ସର୍ବ ମୋହ ମାୟା ।
 କୁଷ୍ଣ କୃଷ୍ଣ ଭଜି କୃଷ୍ଣ ପ୍ରେମେ ମଜ୍ଜି 
   କୃତାର୍ଥ ହେଉ ଏ କାୟା |(୬)
କାୟ,,ବାକ୍ୟ,ମନ, ତୋତେ ସମର୍ପଣ
       କରେ ମୁଁ ପ୍ରିୟଦର୍ଶିନୀ
 କୃପାଳୁ କହ୍ନେଇ କୃଷ୍ଣ ନାମ ଗାଇ
     କଟୁ ମୋ କ୍ଷୁଦ୍ର ଜୀବନୀ |(୭)

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର

ଜୁନାଗଡ଼ ( କଳାହାଣ୍ଡି) 
ଜନ୍ମଭୂମି :-ମଣ୍ଡଳ ( ବଲାଙ୍ଗିର)

Related posts

ଇନ୍ଦ୍ରାବତୀ ନଦୀରେ ଭାସିଯାଇ ନିଖୋଜ ଥିବା ବୃଦ୍ଧଙ୍କ ଶବ ଉଦ୍ଧାର ବ୍ଯବଛେଦ ପରେ ପରିବାରଙ୍କୁ ହସ୍ତାନ୍ତର

Sunil Chandra Nayak

ତେରେସିଂହା ଶାଖାରେ ୟୁ.ଜି.ବି ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା କାଶତଣ୍ଡୀ ଫୁଲ ହସୁଛି 

Sunil Chandra Nayak

Leave a Comment

error: Content is protected !!