ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡାବୁଗାଁ ରେ ପାଗଳ କୁକୁର ଆତଙ୍କ , ୨ ଦିନ ମଧ୍ୟରେ ୪ ଆହତ ,୧ ଗୁରୁତର

ଡାବୁଗାଁ, ୨୩/୮ ନବରଙ୍ଗପୁର ଜିଲା ଡାବୁଗାଁ ଅଞ୍ଚଳରେ ଗତ କିଛି ଦିନ ହେଲା ଏକ ପାଗଳ କୁକୁର ଆତଙ୍କ ଖେଳାଇଛି । ସୋମବାର ଦିନ ସକାଳ ସମୟରେ ବିକାଶ ହରିଜନ (୨୪) ଙ୍କୁ କାମୁଡି ଥିଲା ପରେ ରାତ୍ରି ରେ ସନପତ ପନକା (୫୦) ଙ୍କୁ କାମୁଡି ଥିଲା । ଆଜି ମଙ୍ଗଳବାର ସକାଳ ସମୟରେ ରାଇସିଂ ପୂଜାରୀ (୪୯) , ନନ୍ଦିନୀ ଭତ୍ରା (୯) ଙ୍କୁ କାମୁଡିବା ପରେ ଡାବୁଗାଁ ସ୍ଥିତ ଡଙ୍ଗରଗୁଡା ସାହି ର ଏକ ୬ ବର୍ଷ ର ଶିଶୁ ସୋମନାଥ ଗୌଡ଼ (୬) ଗାଧୋଉଥିବା ସମୟରେ ଶିଶୁ କୁ ଆକ୍ରମଣ କରି ତାହାର ମୁହଁ ରେ କାମୁଡିଥିଲା ପରେ ସେହି ଗ୍ରାମର ରୂପଧର କୁକୁର କବଳରୁ ଶିଶୁକୁ ରକ୍ଷା କରିଥିଲା | ପରେ ଶିଶୁ କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆ ଯାଇଥିଲା | ସେଠାରେ ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ପ୍ରଣବ ସ୍ଵର୍ଣ୍ଣକାର ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରିଥିଲେ । ପାଗଳ କୁକୁର ଦିନକୁ ଦିନ ନିଜର କାୟା ବିସ୍ତାର କରୁଥିବାରୁ ଡାବୁଗାଁ ଅଞ୍ଚଳରେ ଭୟ ର ବାତାବରଣ ସୃଷ୍ଟି ହୋଇଛି ।

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

କୋକସରା ଆଦର୍ଶ ବିଦ୍ୟାଳୟରେ ଦୁଇ ଦିବସୀୟ ବାର୍ଷିକ କ୍ରୀଡା ଉଦଘାଟିତ

Sunil Chandra Nayak

ବେଦ ଭୂଷଣ, ଆଇଏଏସ,ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ଆଜି ଦାୟିତ୍ଵ ଗ୍ରହଣ କଲେ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ପ୍ରତୀକ୍ଷା

Sunil Chandra Nayak

Leave a Comment

error: Content is protected !!