ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରିମ୍ଝିମ୍ କମ୍ପାନୀରେ ନିଯୁକ୍ତି ଅଡୁଆ  _ ୬୪ କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ପ୍ରତିଶ୍ରୁତି

କମ୍ପାନୀ ମୁଖ୍ୟଙ୍କ ଉପସ୍ଥିତିରେ ଆଜି ହେବ ଏମ୍ଓୟୁ ସ୍ୱାକ୍ଷର

ଢେଙ୍କାନାଳ,୨୩ା୮: ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଅନ୍ତର୍ଗତ କୁରୁଣ୍ଟିସ୍ଥିତ ବିଆର୍ଜି କମ୍ପାନୀକୁ ଅଧିଗ୍ରହଣ କରିଥିବା ରିମ୍ଝିମ୍ କମ୍ପାନୀରେ କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ନେଇ ଟାଳଟୂଳ ନୀତି ଅବଲମ୍ବନ କରାଯାଉଛି । ସର୍ବମୋଟ ୧୬୬ କ୍ଷତିଗ୍ରସ୍ତଙ୍କ ମଧ୍ୟରୁ ୧୪୧ ଜଣଙ୍କୁ କମ୍ପାନୀ ନିଯୁକ୍ତି ଦେବ ବୋଲି ପ୍ରଥମେ କହିଥିଲା ତତ୍ ସହ ଆଉ ୨୫ ଜଣଙ୍କ ବୟସାଧିକ କାରଣରୁ ଅନ୍ୟ ଉପାୟରେ ସେମାନଙ୍କୁ ବନେ୍ଦାବସ୍ତ କରିଦିଆଯିବ ବୋଲି କଥା ହୋଇଥିଲା । ମାତ୍ର ବୈଠକକୁ ୨ ମାସରୁ ଉଦ୍ଧ୍ୱର୍ ସମୟ ଅତିକ୍ରାନ୍ତ ହୋଇସାରିଥିଲେ ମଧ୍ୟ ଜଣେ ହେଲେ ବି କ୍ଷତିଗ୍ରସ୍ତ କମ୍ପାନୀରେ ନିଯୁକ୍ତି ପାଇନଥିବା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏପରିକି ୨୩ ତାରିଖରେ ୨ଟି ପର୍ଯ୍ୟାୟରେ ସାକ୍ଷାତକାର ଓ ସାର୍ଟିଫିକେଟ୍ ଯାଞ୍ଚ ମାଧ୍ୟମରେ ନିଯୁକ୍ତି ଦିଆଯିବ ବୋଲି ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପାଳନ କରାଯାଇନାହିଁ । ବୈଠକରେ ଉପସ୍ଥିତ କମ୍ପାନୀ ଅଧିକାରୀମାନେ ଡିଆର୍ଆଇ ପ୍ଲାଣ୍ଟ୍ ଚାଲୁହେଲେ ନିଯୁକ୍ତି ଦେବେ ବୋଲି କହିବାରୁ ହୋହାଲ୍ଲା ହୋଇଥିଲା । ପ୍ରଦୂଷଣ ଯୋଗୁଁ ଗତ ୨୦୧୦ ମସିହାରୁ ଡି ଆର ଆଇ ପ୍ଲାଣ୍ଟ୍ ବନ୍ଦ ହୋଇପଡିଛି । ଏହା ନିକଟ ଭବିଷ୍ୟତରେ ଚାଲିବାର ସମ୍ଭାବନା ନଥିବାରୁ କମ୍ପାନୀରେ ଅନ୍ୟ ୟୁନିଟ୍ର ରେ ନିଯୁକ୍ତି ଦିଆଯାଉ ବୋଲି ଦାବି କରାଯାଇଥିଲା । ୨୪ ଓ ୨୫ ତାରିଖ ଦୁଇଦିନ ମଧ୍ୟରେ ପ୍ରଥମ ଦଫାରେ ୬୪ ଜଣଙ୍କୁ ନିଯୁକ୍ତି ଦିଆଯିବ । ଅନ୍ୟ ୪୦ ଜଣଙ୍କୁ ୪୫ ରୁ ୬୦ ଦିନ ମଧ୍ୟରେ ନିଯୁକ୍ତି ମିଳିବ । ବାକି ଅନ୍ୟମାନଙ୍କୁ ପରବର୍ତ୍ତୀ ସମୟରେ ନିଯୁକ୍ତି ଦିଆଯିବ ବୋଲି କମ୍ପାନୀ ମାଲିକ ଫୋନ୍ ଯୋଗେ ରାଜି ହୋଇଥିଲେ । ଏଥିନିମନ୍ତେ କମ୍ପାନୀ ମାଲିକ ନିଜେ ଆସି ହିନ୍ଦୋଳ ବିଧାୟିକା, କ୍ଷତିଗ୍ରସ୍ତ ପ୍ରଜାସଂଘ ସଭାପତି, ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଏକ ଏମ୍ଓୟୁରେ ସ୍ୱାକ୍ଷର କରିବେ ବୋଲି ସୂଚନା ଦେଇଥିଲେ । ଏହି ବୈଠକରେ ହିନେ୍ଦାଳ ବିଧାୟିକା ସୀମାରାଣୀ ନାୟକ, ସଦର ଉପଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ, ଆଞ୍ଚଳିକ କ୍ଷତିଗ୍ରସ୍ତ ପ୍ରଜାସଂଘର ସଭାପତି ଗଙ୍ଗାଧର ସାମଲ, ଓଡାପଡା ତହସିଲ୍ ଦାର ବାଣୀନିବେଦିତା ସ୍ୱାଇଁ, ଅତିରିକ୍ତ ତହସିଲଦାର ସୁମନ୍ତ କୁମାର ବେହେରା, ଜିଲ୍ଲା ଶ୍ରମ ଅଧିକାରୀ ସତ୍ୟନାରାୟଣ ଆଚାର୍ଯ୍ୟ, ରିମ୍ ଝିମ୍ କମ୍ପାନୀର ମାନବ ସମ୍ବଳ ମୁଖ୍ୟ ଏମ୍ ପି ସିଂହ, ଉପମହାପ୍ରବନ୍ଧକ ସି ଆର୍ ମିଶ୍ରଙ୍କ ସମେତ କ୍ଷତିଗ୍ରସ୍ତ ପ୍ରଜାମାନେ ଯୋଗଦେଇଥିଲେ ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଖଡ଼ିଆଳ ଦୁଇ ନମ୍ବର କଲ୍ୟାଣ ମଣ୍ଡପ ଠାରେ ନୂଆପଡ଼ା ଜିଲ୍ଲା କଂଗ୍ରେସ ର ନବ ସଂକଳ୍ପ ଶିବିର

Sunil Chandra Nayak

ଶିଶିର ସାହୁ ମନୋଜ ଙ୍କ ଆଲେଖ୍ୟ •ପଦ୍ମପୁରର ବୋଡ଼ାସମ୍ବର• 

Sunil Chandra Nayak

ଉତ୍କେଲା ମେନରୋଡ ରେ ଷ୍ଟ୍ରିଟ ଲାଇଟ ଲଗାଇଲେ ସରପଞ୍ଚ

Sunil Chandra Nayak

Leave a Comment

error: Content is protected !!