ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦରଦାମ ବୃଦ୍ଧି କୁ ନେଇ ସଦର ବ୍ଲକ ମାଣିଙ୍ଗ ହାଟ ରେ କଂଗ୍ରେସ ର ହଲ୍ଲାବୋଲ 

ଭବାନୀପାଟଣା -: ସଦର ବ୍ଲକ ସଭାପତି ସୁବାସ ପ୍ରଧାନ ଙ୍କ ନେତୃତ୍ୱରେ କର୍ଲlପଡା ଗ୍ରାମପଞ୍ଚାୟତ ର ମାଣିଙ୍ଗ ହାଟରେ ବ୍ଲକ କଂଗ୍ରେସ ର ହଲ୍ଲାବୋଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କେନ୍ଦ୍ର ବି ଜେ ପି ସରକାର ର ଅହେତୁକ ଦରଦାମ ବୃଦ୍ଧି ପେଟ୍ରୋଲ, ଡିଜେଲ, ଗ୍ୟାସ ଠାରୁ ଆରମ୍ଭ କରି ପ୍ରତ୍ୟକ ସାମଗ୍ରୀ ର ଦର ବୃଦ୍ଧି ସାଧାରଣ ଜନତାକୁ ଅଡୁଆରେ ପକାଇଲାଣି l ସେହିପରି ଚୂଡ଼ା, ଗୁଡ, ମୁଢ଼ି, ଦହି, କ୍ଷୀର, ଭଳି ସାମଗ୍ରୀ ଉପରେ ସରକାର ଟେକ୍ସ ଆଦାୟ କରିବା ଆଶ୍ଚଯ୍ୟ ଜନକ ଘଟଣା l ଏଣୁ କଂଗ୍ରେସ ନେତାମାନେ ଲୋକଙ୍କୁ ସଚେତନ କରିବାସହ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଅପାରଗତା କୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ l କାର୍ଯ୍ୟକ୍ରମ ରେ ଜିଲ୍ଳାକଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲ, ଉପସଭାପତି ପରମାନନ୍ଦ ମାଝୀ, ରାଜୀବଗାନ୍ଧୀ ପଂଚାୟତ୍ତିରାଜ ସଂଗଠନ ସଂଯୋଜକ ସରୋଜ ବାଗ, ରାଜ୍ୟ ଯୁବକଂଗ୍ରେସ ସାଧାରଣ ସମ୍ପାଦକ ତ୍ରିଲୋଚନ ପାଣିଗ୍ରାହୀ, ତିରୁପତି ପ୍ରଧାନ, ଗଣେଶ ଛତର ଉପସ୍ଥିତ ଥିଲେ l

ଭବାନୀପାଟଣା ରୁ କିଶନ ଶର୍ମା ଙ୍କ ରିପୋର୍ଟ 

 

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ମହା ବିଷୁବ ସଂକ୍ରାନ୍ତି

Sunil Chandra Nayak

ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ,ସାଙ୍ଗରେ ଯିବେ ପାଞ୍ଚ ଆଇଏଏସ ଅଧିକାରୀ

Sunil Chandra Nayak

ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ଯାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ 

Sunil Chandra Nayak

Leave a Comment

error: Content is protected !!