ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋଚର ଜମିରେ ପକ୍କାଘର ନିର୍ମାଣକୁ ବିରୋଧ କଲେ ଗ୍ରାମବାସୀ

ବାଲେଶ୍ଵର – ଗୋଚର କିସମ ଜମିକୁ ସରକାର ବିଭିନ୍ନ ଗ୍ରାମରେ ଗୋଚାରଣ ନିମନ୍ତେ ସଂରକ୍ଷଣ ରଖିଛନ୍ତି । କିନ୍ତୁ କେତେକ ଗ୍ରାମରେ ତଥା ସମାଜରେ ନିଜକୁ ବଡ଼ପଣ୍ଡା ବୁଲାଉ ଥିବା କିଛି ବ୍ଯକ୍ତି ନିଜର କ୍ଷମତା ବଳରେ ଗୋଚର ଜମିକୁ ନିଜ ଦଖଲକୁ ନେଇ ପକ୍କାଘର କରୁଥିବା ଭଳି ଏକ ଘଟଣା ବାଲେଶ୍ଵର ଜିଲ୍ଲା ବାଲିଆପାଳ ତହସିଲ ଅଧୀନ ବଳରାମପୁର ଆର ଆଇ ସର୍କଲରେ ଦେଖିବାକୁ ମିଳିଛି । ବାଲିକୁଟୀ ଗ୍ରାମ ପଞ୍ଚାୟତର ବିଜେଡି ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ ଛଡା ଗ୍ରାମର ବାସିନ୍ଦା ଅଟେ । ବାଲିକୁଟୀ ଗ୍ରାମର ମାନ୍ଧାତା ବଜାରର ୧୪୮୬ ନମ୍ବର ପ୍ଲଟକୁ ଦୀର୍ଘ ଦିନ ଧରି ଜବରଦଖଲ କରି ଏବେ ସେହି ପ୍ଲଟରେ ସ୍ଥାୟୀ ପକ୍କାଘର ନିର୍ମାଣ କରୁଥିବାର ଖବରପାଇ ପ୍ରାୟ ଶତାଧିକ ଗ୍ରାମବାସୀ ନିର୍ମାଣ ସ୍ଥଳରେ ପହଞ୍ଚି କାର୍ଯ୍ୟଟିକୁ ବନ୍ଦ କରିବାକୁ କହିଥିଲେ । ଫଳରେ ଘଟଣା ସ୍ଥଳରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ସୁଷ୍ଟି ହୋଇଥିବାର ଦେଖିବାକୁ ମିଳିଥିଲା । ସ୍ଥାନୀୟ ବୁଦ୍ଧିଜୀବୀ ଭଗବାନ ଗିରି, ବଳରାମ ପ୍ରଧାନ ଓ ସରପଞ୍ଚ ପ୍ରତିନିଧି ରାଜେନ୍ଦ୍ର ଧଳଙ୍କ ହସ୍ତକ୍ଷେପ ପରେ ନିର୍ମାଣ କାର୍ଯ୍ୟ ବନ୍ଦ ହେବାରୁ ଘଟଣା ସ୍ଥଳରେ ଉତ୍ତେଜନା ଶାନ୍ତ ପଡିଥିଲା । ଆର. ଆଇଙ୍କ ଦ୍ଵାରା ମାପଚୁପ ପରେ ସରକାରୀ ଗୋଚର ଜମିକୁ ବାଦ ଦେଇ ନିଜସ୍ଵ ଜମିରେ ପକ୍କାଘର ନିର୍ମାଣ କରିବାର ନିଷ୍ପତି ହୋଇଥିଲା । କିନ୍ତୁ ଏ ବାବଦରେ ତହସିଲଦାର, ଆର. ଆଇ, ଜିଲ୍ଲାପାଳ ଓ ସରପଞ୍ଚଙ୍କୁ ସ୍ଥାନୀୟ ବାସିନ୍ଦାଙ୍କ ଦ୍ବାରା ଅବଗତି କରାଯାଇଛି ।

     ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା, ଶିକ୍ଷକ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ

Sunil Chandra Nayak

ପ୍ରତିମା ଶତପଥି ଙ୍କ କବିତା/ଆମ ପରମ୍ପରାରେ ଲକ୍ଷ୍ମୀ ପୂଜା

Sunil Chandra Nayak

ଭାରତ ସମ୍ବିଧାନ ଦିବସ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ପାଳିତ

Sunil Chandra Nayak

Leave a Comment

error: Content is protected !!