ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରପଞ୍ଚ ଓ ପିଇଓଙ୍କ ବିରୋଧରେ ଅର୍ଥ ହଡପ୍ କରିଥିବା ନେଇ ଭାରପ୍ରାପ୍ତ ବିଡିଓ ଙ୍କ ପାଖରେ ଅଭିଯୋଗ

ଥୁଆମୂଳ ରାମପୁର:୨୪/୮– ସରକରଙ୍କ ପକ୍ଷରୁ ଗ୍ରାମାଞ୍ଚଳରେ ବସବାସ କରୁଥିବା ପ୍ରତ୍ୟେକ ପଞ୍ଚାୟତ କୁ ରାଜ୍ଯ ରାଜକୋଷରୁ କୋଟିକୋଟି ଟଙ୍କା ଅନୁଦାନ ଯୋଗାଇ ଆସୁଛନ୍ତି,ଏହା ସହିତ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଅନୁଦାନ ରାଶି ବାବଦରେ ମଧ୍ୟ ଅର୍ଥର ସୂଅ ଛୁଟୁଛି। ସେଅନୁସାରେ ଲୋକେ ମଧ୍ୟ ଅର୍ଥର ସଠିକ ବିନିଯୋଗ ତଦାରଖ କରିବା ପାଇଁ ନିର୍ବାଚନ ରେ ସ୍ଥାନୀୟ ଜନପ୍ରତିନିଧି ଙ୍କୁ ନିର୍ବାଚିତ କରୁଛନ୍ତି। ଏଥିରେ ସ୍ଥାନୀୟ ଜନପ୍ରତିନିଧିଙ୍କ ଅନୁଦାନ ଗୁଡିକର ସୁବିନିଯୋଗର ତଦାରଖ ପାଇଁ ଗୁରୁତ୍ୱ ଦାୟିତ୍ୱ ରହୁଛି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଆସନରେ ବସିଗଲା ପରେ ସେମାନେ ଗୋଟିଏ ଗୋଟିଏ ପ୍ରଶାସନ ଦଲାଲ ପାଲଟିଛି ଯାଉଛନ୍ତି। ଯାହାଫଳରେ ପ୍ରଶାସନ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧି ମଧ୍ୟରେ ମହାଘୋଟଲା କାର୍ଯ୍ଯ ଆରମ୍ଭ ହୋଇଯାଉଛି। ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ଯନିର୍ବାହୀ ଅଧିକାରୀ ଦୁହେଁ ମିଶି ଅନୁଦାନ କୁ ହଡପ୍ କରିଥିବା ସଙ୍ଗୀନ ଅଭିଯୋଗ ସାମ୍ମାକୁ ଆସିଛି। ଯାହାକି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଳକ ଇନ୍ଦ୍ରାବତୀ ଜଳଭଣ୍ଡାର ଘେରରେ ରହିଥିବା ପୋଡାପଦର ଗ୍ରାମପଞ୍ଚାୟତ ଠାରୁ। ଦୁର୍ଗମ ଅବହେଳିତ ଅଞ୍ଚଳର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ନୂତନ ପଞ୍ଚାୟତ ଭାବରେ ଗଠନ କରାଯାଇଛି। କିନ୍ତୁ ଏହି ପଞ୍ଚାୟତ ର ଆଜକୁ ଦୀର୍ଘ ୫ ବର୍ଷ ପୂରିଯାଇଛି। ତଥାପି ଏହି ପଞ୍ଚାୟତ ର ବିକାଶ ହେବ କଣ ବିନାଶ ହେବାକୁ ବସିଲାଣି। ଏହି ପଞ୍ଚାୟତକୁ ଯାହାବି ଅନୁଦାନ ଆସିଛି ତାହା ଆଖିଦୃଶିଆ କୌଣସି ବିକାଶ ମୂଳକ କାର୍ଯ୍ଯ କରାଯାଇ ନାହିଁ। ଅଞ୍ଚଳରେ ବସବାସ କରୁଥିବା ଅନେକ ଗରିବ ହିତାଧିକାରୀଙ୍କ ଦୁଃଖ ଦିନକୁ ଦିନ ବୃଦ୍ଧି ପାହିବାରେ ଲାଗିଛି। ସ୍ଥାନୀୟ ଜନପ୍ରତିନିଧି ଙ୍କ ଲାଭଖୋର ମନୋବୃର୍ତ୍ତି ଓ ଦୂରଦୃଷ୍ଟି ଅଭାବ ଯୋଗୁଁ ଦିନକୁ ଦିନ ଅଞ୍ଚଳରେ ବିକାଶ ପ୍ରତି ବାଧକ ସାଜୁଛି। ପୋଡାପଦର ପଞ୍ଚାୟତ ରେ ଯାହାଅନୁଦାନ ଆସୁଥିଲା ତାହା କାଣିକାଏ ମଧ୍ୟ ବିନିଯୋଗ ହୋଇନଥିବା ପଞ୍ଚାୟତ ବାସିନ୍ଦା ଅଭିଯୋଗ କରିଛନ୍ତି। କୌଣସି କାମ ନକରି କେନ୍ଦ୍ରୀୟ ଅର୍ଥ କମିଶନ ପାଣ୍ଠି ରୁ ଓ ରାଜ୍ୟ ଅର୍ଥ କମିଶନ ପାଣ୍ଠିରୁ ଲକ୍ଷ ଲକ୍ଷ ଟଙ୍କା ଉଠାଣ ହୋଇଥିବା ନେଇ ପଞ୍ଚାୟତ ର କିଛି ବ୍ଯକ୍ତି ମାନେ ଥୁଆମୂଳ ରାମପୁର ବିଡ଼ିଓ ଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ ପତ୍ରରେ ଉହ୍ଲେଖ ରହିଅଛି ଯେ ଉକ୍ତ ପଞ୍ଚାୟତର ସରପଞ୍ଚ ରାଇସିଂ ମାଝୀ ଓ ନିର୍ବାହୀ ଅଧିକାରୀ ଚଞ୍ଚଳ ହରିଜନ ଚଞ୍ଚକତା ସହ ଲକ୍ଷ ଲକ୍ଷ ଟଙ୍କା ଉଠାଣ କରାଯାଇଥିବା ବେଳେ ପୁଣି ପଞ୍ଚାୟତ କୁ ଆସିଥିବା ସିଏଫ୍ ସି ଅନୁଦାନ ଓ ଏସ୍ଏଫ୍ ସି ୨୦୨୨ ଅନୁଦାନ ମାର୍ଚ୍ଚରୁ ଏପ୍ରିଲ ୫ ଟି ପର୍ଯ୍ୟାୟରେ ୧୦ ଲକ୍ଷ ଟଙ୍କା ଉଠାଣ କରିଥିଲେ ମଧ୍ୟ କେଉଁ ପ୍ରକଳ୍ପ ପାଇଁ ତାହା ବିନିଯୋଗ କରାଯାଇଛି ତାହାର କୌଣସି ସୂଚନା ନାହିଁ। ତେବେ ଏହାର ମହାଘୋଟାଲ ହୋଇଥିବା ସନ୍ଦେହ କରାଯାଇଛି। ଏହାର ସଠିକ ଭାବରେ ଉଚ୍ଚସ୍ତରୀୟ ତଦନ୍ତ ସହିତ ଦୁର୍ନୀତି ନିବାରଣ ବିଭାଗର ଦ୍ବାରା ତଦନ୍ତ କରାଯାଏ ତେବେ ଏହାର ପ୍ରକୃତ ରହସ୍ୟ ଲୋକଲୋଚନକୁ ଆସିପାରିବ ବୋଲି ଅଭିଯୋଗ ପତ୍ରରୁ ଜଣାପଡିଛି। ଏନେଇ ଆମ ପ୍ରତିନିଧି ଭାରପ୍ରାପ୍ତ ବିଡ଼ିଓ ଶ୍ରୀ ଭରତ କୁମାର ମେହେରଙ୍କ ସହ ଯୋଗାଯୋଗ କରିଥିଲେ ଶ୍ରୀ ମେହେର କହିଥିଲେ ଯେ, ଏହାର ତଦନ୍ତ ପାଇଁ ଜିଲ୍ଲା ପଞ୍ଚାୟତିରାଜ ବିଭାଗ ଅଧିକାରୀ ଙ୍କୁ ଅବଗତ କରାଯାଇଛି ବୋଲି ସୂଚନା ଦେଇଛନ୍ତି। ଏହାର ଉଚିତ୍ ତଦନ୍ତ କଲା ପରେ ପ୍ରକୃତ କାରଣ ଜଣାପଡେ ତେବେ ଦୋଷୀଙ୍କ ବିରୋଧରେ ନିଶ୍ଚିତଭାବେ ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଥିଲେ।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଶୁଭଶ୍ରୀ ପ୍ରଧାନ ଙ୍କ କବିତା ସକାଳ ଜଣାଣ

Sunil Chandra Nayak

ବ୍ଲକସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଖଡ଼ିଆଲ ପୋଲିସ ପକ୍ଷରୁ ଜଳ ଛତ୍ର ଶୁଭାରମ୍ଭ

Sunil Chandra Nayak

Leave a Comment

error: Content is protected !!