ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରୋଜ କୁମାର ସାହୁ ଙ୍କ କବିତା ସାଧବ ବୋହୂ

ସାଧବ ବୋହୂ

ସରୋଜ କୁମାର ସାହୁ

ଧରଣୀ ମାଟିର କୋମଳତା ପରେ
ଯେବେଯେବେ ମାଟି ବାସେ
ଉଭା ହୋଇଥାଏ କୋମଳ ତନୁଟି
ଏଇ ଆମ ଚର୍ତୁପାଶେ।
ଦେହଟି ତାହାର ଭାରି ମନୋହର
ସଭିଁଙ୍କ ମନକୁ ମୋହେ
ଚିକ୍କଣ ଦେହକୁ ନାଲି ରଙ୍ଗ ସତେ9
ବୋଳି ଦେଇଆସେ ବହେ।
କୁନିକୁନି ପାଦ ଦିଏ ତା ଆନନ୍ଦ
ଲାଜରେ ଭରା ତା ମୁହଁ
ପାଇଲେ ପରଶ ଝାଉଁଳି ପଡଇ
ହାତେ ଧରି ଅବା ଛୁଇଁ ।
ଢଳଢଳ ହୁଏ ଓଠେ ତାର ହସ
ନୂଆ ବୋହୂଟିଏ ପରି
ଘାସ ଗାଲିଚାର କଅଁଳ ଖରାରେ
ଚାଲେ ଯେବେ ଥିରିଥିରି।
କୁନିକୁନି ପିଲା ଖେଳନ୍ତି ସାଥିରେ
କୁନି ପାପୁଲିରେ ତୋଳି
କେତେ ଆନନ୍ଦ ପାଆନ୍ତି ଛୁଆଁରେ
ପାରିବେନି କେହି କଳି।
ମାଟିର ଦେହରେ ଖେଳିବୁଲି କରି
ମାଟିରେ ତୋଳେ ଘର
ପାଛୋଟି ଆଣଇ ବରଷକେ ଥରେ
ପ୍ରିୟ ସାଥି ସହୋଦର।

ସରୋଜ କୁମାର ସାହୁ

ଆଠଗଡ଼ .କଟକ

 

 

Related posts

ବିଦ୍ୟୁତ୍‌ ପ୍ରଦ୍ଭା ନାୟକ ଙ୍କ କବିତା  ଶ୍ରୀ କୃଷ୍ଣ

Sunil Chandra Nayak

କ୍ରୀଡ଼ା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆରମ୍ଭ

ରାଇରଙ୍ଗପୁର ସତସଙ୍ଗ ବିହାର ପରିସରରେ ଶ୍ରୀ ଶ୍ରୀ ବଡ଼ ମା’ଙ୍କର ୧୨୯ ତମ ଜନ୍ମୋତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!