ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରୋଜ କୁମାର ସାହୁ ଙ୍କ କବିତା ସାଧବ ବୋହୂ

ସାଧବ ବୋହୂ

ସରୋଜ କୁମାର ସାହୁ

ଧରଣୀ ମାଟିର କୋମଳତା ପରେ
ଯେବେଯେବେ ମାଟି ବାସେ
ଉଭା ହୋଇଥାଏ କୋମଳ ତନୁଟି
ଏଇ ଆମ ଚର୍ତୁପାଶେ।
ଦେହଟି ତାହାର ଭାରି ମନୋହର
ସଭିଁଙ୍କ ମନକୁ ମୋହେ
ଚିକ୍କଣ ଦେହକୁ ନାଲି ରଙ୍ଗ ସତେ9
ବୋଳି ଦେଇଆସେ ବହେ।
କୁନିକୁନି ପାଦ ଦିଏ ତା ଆନନ୍ଦ
ଲାଜରେ ଭରା ତା ମୁହଁ
ପାଇଲେ ପରଶ ଝାଉଁଳି ପଡଇ
ହାତେ ଧରି ଅବା ଛୁଇଁ ।
ଢଳଢଳ ହୁଏ ଓଠେ ତାର ହସ
ନୂଆ ବୋହୂଟିଏ ପରି
ଘାସ ଗାଲିଚାର କଅଁଳ ଖରାରେ
ଚାଲେ ଯେବେ ଥିରିଥିରି।
କୁନିକୁନି ପିଲା ଖେଳନ୍ତି ସାଥିରେ
କୁନି ପାପୁଲିରେ ତୋଳି
କେତେ ଆନନ୍ଦ ପାଆନ୍ତି ଛୁଆଁରେ
ପାରିବେନି କେହି କଳି।
ମାଟିର ଦେହରେ ଖେଳିବୁଲି କରି
ମାଟିରେ ତୋଳେ ଘର
ପାଛୋଟି ଆଣଇ ବରଷକେ ଥରେ
ପ୍ରିୟ ସାଥି ସହୋଦର।

ସରୋଜ କୁମାର ସାହୁ

ଆଠଗଡ଼ .କଟକ

 

 

Related posts

କୁନା ସେଠୀ ଙ୍କ କବିତା ସ୍ମୃତି ର କାରୀଗର

Sunil Chandra Nayak

ଉତ୍କଳ ଦିବସ ପାଳିତ

Sunil Chandra Nayak

କବିତା – କମଳ ଓ କଇଁ

Sunil Chandra Nayak

Leave a Comment

error: Content is protected !!