ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଶ୍ରାବଣ ସଞ୍ଜ

ଶ୍ରାବଣ ସଞ୍ଜ

ନଳିନୀ ପ୍ରଭା ମିଶ୍ର

ଶ୍ରାବଣ ସଞ୍ଜ ଟି ନ ଇଁ ନ ଇଁ
  ଆସେ ଦିବା ଆୟୁ କରି ଶେଷ
ଗୋଧୂଳୀ ଲଗନେ ରକ୍ତିମ ଆଭାର
  ହୋଇ ଥାଏ ପରବେଶ।
ଡାହାଣିଆ ଖରା ଅପରାହ୍ନ ବୁକେ
  ଦେଖାଏ ତାହାର ଛ ଇ
ଚିକି ମିକି ଦିଶେ ଗଛ ଲତା ଯେତେ
  , ଶ୍ରାବଣ ଧାରାରେ ଧୋଇ।
ପ୍ରତୀଚି ଗଗନ ହୁଅଇ ବୀଦିର୍ଣ୍ଣ
   ବିଦାୟ ମୂହୁର୍ତ୍ତ ଧରି
ପିତୃପ୍ରସୂ ଧୀରେ ଧରଣୀ ଉପରେ
  ଆସିଥାଏ ଅବତରି।
କୂଷକ କାମିନୀ ଦୂର କେଦାରରୁ
  ବ୍ୟଗ୍ର ଚରଣ ଚାଳି
ନୀଡ଼ ଅଭିମୁଖେ ବିହଙ୍ଗମ ଙ୍କର
  ଶୁଭ ଇ ମଧୁ କାକଳି।
ଗ୍ରାମ୍ୟ ଚାଣ୍ଡ ହୁଏ ମୁଖରିତ
  ଧୀରେ ଗୋଗଷ୍ଠ ଫେରନ୍ତା ଧେନୁ
ବେଳ ରତ ରତ ସାନ୍ଧ୍ୟ ମୂହୁର୍ତ୍ତ
  ପାଶୋରି ନ ଯାଏ ମନୁ।
ମାଈ ଫୁଲ ସଞ୍ଜ ହୋଇ ରଞ୍ଜ
  ରଞ୍ଜ ଧରାକୁ ଆବୋରି ବସେ
ମେଘୁଆ ଅନ୍ଧାରେ ଛୋଟିଆ ତାରା ଟି
   ଦୂର ଆକାଶରେ ହସେ।
ପ୍ରଭାକୀଟ ବୁଲି ଦିଅନ୍ତି ସନ୍ଦେଶ
   ଶିବା ଦିଏ ତା’ର ରଡି
ଭାରି ନିଶୂନିଆ ଲାଗେ ଏ ସଞ୍ଜଟା
    ଅନ୍ଧାର ଆସ ଇ ମାଡ଼ି।
କିଆ, କେତକୀ ର ବାସ ଭରିଯାଏ
   ଯୂଇ,ଜାଇ ହେନା ହସେ
ଝିପି ଝିପି ବର୍ଷା ସତେ କି! ଶ୍ରାବଣୀ
  ଆଖିରୁ ଲୋତକ ଖସେ।
ଗ୍ରାମ୍ୟ ବଧୂ ବୃନ୍ଦା ବତୀ ଙ୍କ ପାଶରେ
    ଦିଅଇ ସଞ୍ଜ ସଳିତା
ପରବାସୀ ପ୍ରିୟ ମଙ୍ଗଳ କାମନେ
  ଜଣାଏ ମନର କଥା।
ବାଳକ ବାଳିକା ସଞ୍ଜ ଦେଖି ଧୀରେ
  ତେଜି ନିଜ ନିଜ କ୍ରୀଡା
ପଶ୍ଚିମ ବାରୁଣୀ କରେ ଲୁକ୍କାୟିତ
   ବଦନ ପରଶେ ବ୍ରୀଡା।
କି! ସୁନ୍ଦର ହୂଏ ଗ୍ରାମ୍ୟ ପରିବେଶ
  ଅପରୂପ ଏ ପ୍ରକୃତି
ଶ୍ରାବଣ ସଞ୍ଜ ର ଅପୂର୍ବ ସର୍ଜନା
  ଧନ୍ୟ! ସେହି କଳା କୃତି।

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

Related posts

ଗୌତମ କଚିମ ଙ୍କ କବିତା ବିଜୁଳି ବତି କୁ ସଞ୍ଚୟ କର

Sunil Chandra Nayak

ଆମପାଣି ପଞ୍ଚାୟତ ରେ ମିଶନ ଶକ୍ତି ଗୃହ ଉଦଘାଟନ କଲେ ଜନ ପ୍ରତିନିଧି

Sunil Chandra Nayak

ଗୋଲାମୁଣ୍ଡା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କଲେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ

Sunil Chandra Nayak

Leave a Comment

error: Content is protected !!