ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ଯେତେ ଅପବାଦ ଜୀବନରେ ଆସୁ
   ଧର୍ଯ୍ୟ ନେବି ମୁ ସମ୍ଭାଳି
ପ୍ରଭୁ ନାମ ଧରି ପାରି କରି ଦିଅ 
     ଭକ୍ତି ମୋର ଜପାମାଳି।
ବିପଦ ଆସିଲେ ଧର୍ଯ୍ୟ ଶକ୍ତି ଦିଅ
    କାଳିଆ ମୋର ସାହସ
କାଳିଆ ଥିଲେ ମୋ ଭକ୍ତି ବଢୁ ଅଛି
      କାଳିଆ ହୃଦ ପ୍ରକାଶ।
ପ୍ରଭୁ ଧଣ୍ଡା ମାଳ ଗଳାରେ ପଡ଼ିଲେ
     ଦିଶ କି ସୁନ୍ଦର ରୂପ 
ଦର୍ଶନ କରିଲେ ପବିତ୍ର ଆସଇ
   ଛାଡି ଯାଏ ମୋର ପାପ।
ଗମ୍ଭୀର ଭିତରେ ବସିଛ ଠାକୁର
     ନୀରବ କର ବିଚାର
ଭଲ ମନ୍ଦ କଥା ବିଶ୍ବେ ଜାଣି ପାର
    ସମାଚାର ମୋ ଠାକୁର।
 ଭକ୍ତିରେ ଡାକୁଛି ପ୍ରଭୁ ନାମ ଧରି
    ଶୁଣ ମୋର ବାଣୀ ଥରେ
ପୟର ଧରୁଛି କାକୁତି ହେଉଛି
     ପାପ କ୍ଷମା କର ବାରେ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

 

Related posts

ବେଣୁ ଧର ସୁତାର ଙ୍କ କବିତା – ବସନ୍ତେ ରଙ୍ଗ ର ହୋଲି

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା/ ବିଭୀଷଣ କୁହନ୍ତି

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

Leave a Comment

error: Content is protected !!