ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ମଦା ନାୟକ ଙ୍କ କବିତା ଜୀବନ ନଈ

ଜୀବନ ନଈ

ଗୋଲାପର ଶେଯ ନୁହଇଁ ଜୀବନ
     ସୁରଭି ବାସନା ନେଇ
ବନ୍ଧୁର ପଥର କଣ୍ଟକିତ ପଥେ
      ଧାବଇ ଜୀବନ ନଈ l
ସର୍ପିଳ ଗତିରେ ଘାତ ପ୍ରତିଘାତେ
    ଅବିଶ୍ରାନ୍ତ ଗତିନେଇ
ଫେରିବା ପଶ୍ଚାତେ ଧରମ ବିରୁଦ୍ଧ
    ଜନମ କାଳୁ ଶିଖଇ l 
ସ୍ମୃତି ବିସ୍ମୃତିର କେତେ ଯେ ଶାମୁକା
    ରହିଛି ଲୁଚି ଗରଭେ
ଅଦୃଷ୍ଟ ନାଉରୀ ମେଲି ଅଛି ନାଆ
    ଜୀବନ ନଈର ବୁକେl 
ଦୂରୁଠାରି ହାତ  ଡାକଇ ସାଗର
    ଆସ ଆସ ପ୍ରିୟତମା
ହୋଇଯାଅ ଲୀନ ବିଶାଳ ବୁକୁରେ
   ଗନ୍ତବ୍ୟ ସ୍ଥଳ ମୁଁ ପରା l 
ଚିର ସହଚରୀ ସୁଖ ଦୁଃଖ ଦୁଇ
     କୂଳରୂପେ ନେଇ ସାଥେ
ବିଭୂ କୃପା ଲଭି ସାଜି ଚିରସ୍ରୋତା
     ରହି ସକଳ ହୃଦୟେ l 
ଜୀବନ ନଈରେ ଆଶା ବିଶ୍ଵାସର
    ନୀଳ ଉର୍ମିମାଳା ନୃତ୍ୟେ
କଳକଳ ନାଦେ ମଧୁର ମୂର୍ଚ୍ଛନା
    ତୋଳୁଥାଇ ଅବିରତେ l
ଯିବାପାଇଁ ଅଛି 
ବହୁଦୂର ପଥ
       ସକଳ ବାଧା ଏଡାଇ
ରାତ୍ରିର କାଳିମା ଦିବାର ଆଲୋକ
    ପଥ କିବା ପାରେ ରୋଧି? 

ନର୍ମଦା ନାୟକ

ରାଉରକେଲା 

   

Related posts

ମଧୁସୂଦନ ମହାପାତ୍ର ଙ୍କ କବିତା  ଭଗ୍ନ କୋଣାର୍କ

Sunil Chandra Nayak

ଶ୍ରୀ ଉମାକାନ୍ତ ଦାସ ଙ୍କ କବିତା ପୂଜିବି ଚରଣ

Sunil Chandra Nayak

ଶ୍ରୀ ସତ୍ୟସାଇ ବାବାଙ୍କ ୯୭ ତମ ଜନ୍ମୋତ୍ସଵ ପାଳିତ

Sunil Chandra Nayak

Leave a Comment

error: Content is protected !!