ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାହିତ୍ୟିକ କବି ବନ୍ଧୁ ପରିବାରର ଗୀତାମୃତ କାର୍ଯ୍ୟକ୍ରମ 

ବ୍ୟୁରୋ -:   ତା ୨୫.୦୮.୨୨ ରିଖ  ସାହିତ୍ୟିକ କବି ବନ୍ଧୁ ପରିବାରର,ବାଲେଶ୍ଵର, ଓଡିଶା ତରଫରୁ ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ ତା ୨୫.୦୮.୨୨ ରିଖ ଗୁରୁବାର ସନ୍ଧ୍ୟା ୭.୦୦ ଘଟିକା ସମୟରେ    ବାଲେଶ୍ବର ଜିଲ୍ଲାର ଅତି ପରିଚିତ ସାହିତ୍ୟ ଅନୁଷ୍ଠାନ “ସାହିତ୍ୟିକ କବି ବନ୍ଧୁ ପରିବାର”ର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଦାସଙ୍କର ସଭାପତିତ୍ୱରେ , ଶ୍ରୀଯୁକ୍ତ ରତିନାରାୟଣ ରାଉତଙ୍କର ପୌରହିତ୍ୟରେ ଆଭାସୀ ମାଧ୍ୟମରେ ଗୀତାମୃତ ଭଳି ପବିତ୍ର ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି ।ପ୍ରାରମ୍ଭରେ ଆମେରିକାରୁ ବୈଜ୍ଞାନିକ ଶ୍ରୀମତୀ ଚନ୍ଦ୍ରା ମିଶ୍ର ଓମକାର ନାଦଧ୍ବନି ଏବଂ ସମ୍ପାଦିକା ପ୍ରଣତି ମହାପାତ୍ର ସମସ୍ତଙ୍କୁ ସୁସ୍ଵାଗତ ଜଣାଇବା ସହ ଶୁଭେଚ୍ଛା ଓ ଅତିଥି ପରିଚୟ ରଖିଥିଲେ ।  ମୁଖ୍ୟ ଅତିଥି ତଥା ବିଶିଷ୍ଟ ପ୍ରବାଚକ,ଆଲୋଚକ ପଣ୍ଡିତ ଶ୍ରୀଯୁକ୍ତ ପ୍ରମୋଦ କୁମାର ପଣ୍ଡା ମହାଭାଗଙ୍କର ସପ୍ତମ ଅଧ୍ୟାୟ ଜ୍ଞାନ ବିଜ୍ଞାନ ଯୋଗର ଦଶଟି ଶ୍ଲୋକର ଦୀକ୍ଷାନ୍ତ ଆଲୋଚନା, ଉଦାହରଣ ମାଧ୍ୟମରେ ତଥା ବକ୍ତବ୍ୟରେ ସମସ୍ତେ ମନ୍ତ୍ରମୁଗ୍ଧ ହୋଇ ଶ୍ରବଣ କରି ପ୍ରୀତ ହୋଇଥିଲେ ।  ରାମାୟଣ, ମହାଭାରତ, ରାମଚରିତ ମାନସ ସହ ଶ୍ରୀମଦ୍ ଭଗବତ୍ ଗୀତାର ଦଶଟି ଶ୍ଲୋକ ଅତ୍ୟନ୍ତ ଚମତ୍କାର ବର୍ଣ୍ଣନା ସହ ଭଗବାନଙ୍କର ଚାରିଜଣ ଭକ୍ତ ଜ୍ଞାନୀ, ଅର୍ଥାର୍ଥୀ,ଜିଜ୍ଞାସୁ ଓ ଆର୍ତ୍ତ ଭକ୍ତମାନଙ୍କ ଉପରେ ପ୍ରାଞ୍ଜଳ ଭାବରେ ଅନେକ ତତ୍ତ୍ବପୂର୍ଣ୍ଣ ଓ ତଥ୍ୟଭିତ୍ତିକ ପ୍ରସଙ୍ଗ ଉତ୍ଥାପନ କରିଥିଲେ ପଣ୍ଡିତ ଶ୍ରୀଯୁକ୍ତ ପଣ୍ଡା ମହାଭାଗ ।  ଶେଷରେ ପଣ୍ଡିତ ଭାବଗ୍ରାହୀ ମିଶ୍ର ମଧ୍ୟ ନିଜ ବକ୍ତବ୍ୟରେ ଜ୍ଞାନ ବିଜ୍ଞାନ ଯୋଗର ଅନେକ ବିଶ୍ଲେଷଣାତ୍ମକ ବକ୍ତବ୍ୟ ପ୍ରଦାନ କରିଥିଲେ । ପଣ୍ଡିତ ପଣ୍ଡାଙ୍କର ବକ୍ତବ୍ୟ ସରଳ,ସାବଲୀଳ, ଅତି ଉପାଦେୟ ତଥା ଉଚ୍ଚକୋଟୀର ବୋଲି ଉପସ୍ଥିତ ଶ୍ରଦ୍ଧାଳୁ ତଥା ସତସଙ୍ଗୀ ବନ୍ଧୁମାନେ ମନ୍ତବ୍ୟ ଦେଇଥିଲେ ।ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ୪୧ ରୁ ଉର୍ଦ୍ଧ୍ବ ସତସଙ୍ଗୀ ଗୀତା ପ୍ରେମୀ ଯୋଗ ଦେଇ ଏ ମହତ୍ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରବଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।ଶେଷରେ ସଭାପତିଙ୍କ ଅନୁମୋଦନ କ୍ରମେ ଶ୍ରୀଯୁକ୍ତ ରତିନାରାୟଣ ରାଉତ ମହୋଦୟ ଧନ୍ୟବାଦ ଓ ଶ୍ରୀମତୀ ଗୀତାଞ୍ଜଳି ପୃଷ୍ଟି ମହୋଦୟା ଶାନ୍ତିପାଠ କରିବା ସହ ଗୀତାମୃତ କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ ।

ନାୟକ ଅକ୍ଷୟ ରାଜ ହସ୍ତୀ ଙ୍କ ରିପୋର୍ଟ 

Related posts

ଆମପାଣି ଘାଟି ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା,ଅଜଣା ଗାଡି ଧକ୍କା ରେ ବାଇକ ଚାଳକ ମୃତ, ଜଣେ ଗୁରୁତର

Sunil Chandra Nayak

ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଅନୁଷ୍ଠିତ

Sunil Chandra Nayak

ବାଲେଶ୍ବର – ଅଂଶୁଘାତରେ ଚାଲିଗଲା ଜୀବନ !

Sunil Chandra Nayak

Leave a Comment

error: Content is protected !!