ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀକାନ୍ତ ପଣ୍ଡା ଙ୍କ କବିତା ହସୁଛି ଲୋ କଳାଚାନ୍ଦ

ହସୁଛି ଲୋ କଳାଚାନ୍ଦ

ଦେଖ ଲୋ ମିତଣୀ ଦେଖ
ନନ୍ଦବଳା କେଡେ ଛଳ କରିଦେଲା
ଚୌଦିଗେ ଉତ୍ସବ ମୁଖ
ଦେଖ ଲୋ ମିତଣୀ ଦେଖ…….।
କଳା କଳେବର କାଳିଆ ନୁପୁର
ଲାଜ ଢାଙ୍କିଦେଲା ସତେ
ବନ୍ଦୀଶାଳୁ ରାଜ ଉଆସକୁ ଗଲା
କପଟ ଜଣା ଯା’ କେତେ…….।
ଘୋର ଗର୍ଜନରେ ଯମୁନା ଲଙ୍ଘିଲା
ଉଛୁଳା ପାଣିକୁ ଚିରି
ବାପା ମୁଣ୍ଡରେ ସେ ଟୋକେଇ ଭିତରେ
ହସୁଛି ଲୋ କିରିକିରି……।
ନଟକୁଟିଆ ସେ ଲୀଳା କରିବାକୁ
ଯାଉଛି ଲୋ ନନ୍ଦଘର
ଦେବକୀ କୁମର ଆନନ୍ଦେ ବିଭୋର
ଦୁଇ କୁଳ ଅଧୀଶ୍ବର……..।
ଯଶୋମତୀ ରାଣୀ ହୁଏ ଲୋ ବାୟାଣୀ
ଦେଖି କୁନି ପାଦ ଛିଟା
କୃଷ୍ଣମେଘ ବାଙ୍କ ଚୂଳିଆର ହସ
ଅଧର ନାଲି ଚହଟା…….।
ରଜା ଘରେ ପୁଅ ଜନମ ହୋଇଛି
କାଳିଆ କୁନି ବାମନ
ସଖା ସଖୀ ଠାରୁ ଗୋପବାଳା ଯାଏଁ
କିଣିଛି ସଭିଁଙ୍କ ମନ……।
ଉଠୁଛି ପଡୁଛି ଗଉଡ ଘର ଲୋ
ମୁରୁକା ହସର ଛନ୍ଦେ
କେତେ ନାଚ ଗୀତ ଭୁରି ଭୋଜନରେ
ନନ୍ଦ ଘର କି ଆନନ୍ଦେ……..।
ଏତେ ଆନନ୍ଦରେ ଛଳିଆ ଠାକୁର
ଛଳ କରି କରି ହସେ
ସଭିଏଁ ଦେଖନ୍ତି ନନ୍ଦ ସୁତକୁ ଲୋ
କଳାମୁଖ ସତେ ତୋଷେ……।
ଦେଖ ଲୋ ମିତଣୀ ଦେଖ………
ସେପଟେ ଆନନ୍ଦ ଏପଟେ ଗୋବିନ୍ଦ
ମୋହୁଛି ଲୋ କଳାଚାନ୍ଦ
ନନ୍ଦ ଘରେ ଆଜି କି ଆନନ୍ଦ ସତେ
ହସନ୍ତି କଳା ଗୋବିନ୍ଦ…….।

ଶ୍ରୀକାନ୍ତ ପଣ୍ଡା,

ବସନ୍ତିଆ,ଭଦ୍ରକ

Related posts

ତାଲାଗାଁ ରେ ବାଆଦୀ ଠାକୁରଙ୍କ ବାର୍ଷିକ ଦଶରା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ

Sunil Chandra Nayak

ଡି.ଆର୍.ଡି.ଏ.ଅତିରିକ୍ତ ପ୍ରକଳ୍ପ ନିର୍ଦେଶକଙ୍କ ଡ଼ମୋଳ ପଂଚାୟତ ପରିଦର୍ଶନ 

Sunil Chandra Nayak

ପୋଲିସ ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!