ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଦରମଣି ପ୍ରଧାନ ଙ୍କ କବିତା ବର୍ଷା

         ବର୍ଷା

          ଆଦରମଣି ପ୍ରଧାନ

ବରଷା ଗୋ ,ମୋର ଧୂଷର ବନରେ
  ଅସରା କାତର ଲୁହ
ଝରୁଛି ଅଧିରେ ମରମ ବୀଣାରେ
ବେଦନା ଉଛୁଳା କୋହ,,,
ବିରହ ମରୁର ନିଦାଘ ଜୁଇରେ
ଶାଖା ମୋ ଯାଇଛି ଜଳି,
ନୀଳ ଗୋଧୂଳିର ଅନ୍ଧାର ମାଖି
ବହୁ ଦୂରେ ରହିଗଲି,,,
ଝରା ପତରରେ ପ୍ରୀତିର ତୁଳୀରେ
ଅଙ୍କିଅଛି ତୁମ ମୁହଁ,,
ବରଷା ଗୋ ମୋର ଧୂଷର ମନରେ
ଅସରା କାତର ଲୁହ,,,
ମୌସୁମୀ ଆଜି ପାରେ ନାହିଁ ଛୁଇଁ
ବୟସର ସୀମାରେଖା,,
କ୍ଲାନ୍ତ ଆଖି ମୋ ଖୋଜୁଛି ନିରବେ
ସ୍ମୃତିର ସବୁଜ ଲେଖା,,,
କେଉଁ ଶ୍ରାବଣୀର ଆକାଶରେ ତୁମେ
ହଜିଗଲ ଥରେ କୁହ,,,
ବରଷାଗୋ ମୋର ଧୂଷର ମନରେ
ଅସରା କାତର ଲୁହ,,,

       ଚାନ୍ଦବାଲି , ଭଦ୍ରକ

Related posts

ଜଣା ଅଜଣା….

ଗାନ୍ଧୀ ଜୟନ୍ତୀରେ କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘ ତରଫରୁ ସଫେଇ କାର୍ଯ୍ୟକ୍ରମ ଓ ଫଳ ବଣ୍ଟନ

Sunil Chandra Nayak

ଜିଲ୍ଲା ସଂସ୍କୃତି ପରିଷଦରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ସାମିଲ

Sunil Chandra Nayak

Leave a Comment

error: Content is protected !!