ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡିହସାହି ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ମାଡରେ ସହକାରୀ ଶିକ୍ଷୟତ୍ରୀ ଆହତ, ଘଷିପୁରା ଥାନାରେ ମାମଲା

ଆନନ୍ଦପୁର : ଆନନ୍ଦପୁର ବ୍ଲକ୍ ବେଲବାହାଳି ପଞ୍ଚାୟତ ଡିହସାହି ପ୍ରାଥମିକ ବିଦ୍ୟାଳୟରେ ଜଣେ କନିଷ୍ଠ ଶିକ୍ଷୟତ୍ରୀଙ୍କୁ ସ୍କୁଲ ପରିଷରରେ ଆଜି ଗୋଡାଇ ତୁଡାଇ ମାଡ ମାରିଛନ୍ତି ଦାୟିତ୍ବୋରେ ଥିବା ପ୍ରଧାନ ଶିକ୍ଷୟତ୍ରୀ ା ଆକ୍ରମଣ ଶିକାର ହୋଇଥିବା କନିଷ୍ଠ ଶିକ୍ଷୟତ୍ରୀ ପଙ୍କଜିନି ସାହୁ ଏନେଇ ଦାୟିତ୍ବୋରେ ଥିବା ପ୍ରଧାନ ଶିକ୍ଷୟତ୍ରି ଲିଲିପ୍ରିୟା ଯେନା ଙ୍କ ବିରୋଧରେ ଘଷିପୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ା ତେବେ ପ୍ରତେକ ସମୟରେ ପ୍ରଧାନ ଶିକ୍ଷତ୍ରୀ ଲିଲିପ୍ରିୟା ପଙ୍କଜିନି ଙ୍କୁ ମିଥ୍ଯା ଆରୋପ ଲଗାଇ ଗାଳିଗୁଲଜ କରୁଥିବା ବେଳେ ଗାଳିଗୁଲଜର ଅଡିଓ ରେକଡିଂ କରିଥିଲେ ପଙ୍କଜିନି ା ଏ ବିଷୟରେ ପ୍ରଧାନ ଶିକ୍ଷୟତ୍ରୀ ଜାଣିଯିବାରୁ ଆଜି ତାଙ୍କୁ ଆକ୍ରମଣ କରିଥିବା ପଙ୍କଜିନି ଥାନାରେ ଅଭିଯୋଗ କରିଛନ୍ତି ା ଏହି ଦୃଷ୍ଯକୁ ବିଦ୍ଯାଳୟର ପାଚିକା ସମେତ ଅନ୍ଯ କେତେକ ସ୍ତ୍ରୀ ଲୋକେ ଦେଖି ଛଡାଇଥିବା ପ୍ରକାଶ କରିଛନ୍ତି । ଅଭିଯୋଗ ପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ା ଅନ୍ଯପଟେ ଏହି ଘଟଣାକୁ ନେଇଁ ଗାଁ ଲେକଙ୍କ ମଧ୍ଯରେ ପ୍ରଧାନଶିକ୍ଷୟତ୍ରୀ ଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ ପାଇଛି ।ଏଭଳି ବାରମ୍ବାର ପ୍ରଧାନ ଶିକ୍ଷୟିତ୍ରୀ କନିଷ୍ଠ ଶିକ୍ଷୟିତ୍ରୀଙ୍କୁ ସ୍କୁଲରେ ହଇରାଣ କରୁଥିବା ପଙ୍କଜିନି ସାହୁ ଅଭିଯୋଗ କରିଛନ୍ତି । ଲିଲିପ୍ରିୟା ପ୍ରଧାନ ଶିକ୍ଷୟତ୍ରୀ ଦାୟିତ୍ବୋ ନେବା ଦିନଠାରୁ ଗାଁ ସ୍କୁଲରେ ବିଶୃଙ୍ଖଳା ଲାଗିରହିଥିବା ଗାଁ ଲୋକେ ଅଭିଯୋଗ କରିଥିବାବେଳେ ତୁରନ୍ତ ତାଙ୍କ ବଦଳି ଦାବି କରିଛନ୍ତି ଗାଁର ଅଧିକାଂଶ ଲୋକେ । ଆଜି ଅପରାହ୍ନରେ ଘଷିପୁରା ଥାନା ଅଧିକାରୀ ଦୁଇଜଣ ଶିକ୍ଷୟିତ୍ରୀ ଲିଲିପ୍ରିୟା ଜେନା ଏବଂ ପଙ୍କଜିନି ସାହୁଙ୍କୁ ଡାକି ଦୁଇ ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ପାଟିତୁଣ୍ଡ ଘଟିଥିଲା ଘଷିପୁରା ଥାନାରେ ଦୁଇଜଣ ବୁଝାମଣା କରି ଲିଖିତ ସମାଧାନ କରିଛନ୍ତି । ପରେ ଶିକ୍ଷା ବିଭାଗର ଉଚ୍ଚ କତ୍ତୃପକ୍ଷଙ୍କ ଦ୍ଵାରା କିପରି ସମାଧାନ ହୋଇପାରିବ ଏବଂ ସ୍କୁଲ କମିଟି ମିଟିଂ କରି ଏହାର ସମାଧାନ ତୁରନ୍ତ କରନ୍ତୁ ବୋଲି ଘଷିପୁରା ଥାନା ଅଧିକାରୀ ଆନନ୍ଦପୁର ଶିକ୍ଷା ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ।ଏଥିପ୍ରତି ଯଦି ବିଭାଗୀୟ ଅଧିକାରୀ ମାନେ କୌଣସି କଥା ନ ବୁଝନ୍ତି ଗ୍ରାମବାସୀ ମାନେ ଏକତ୍ରିତ ହୋଇ ସୋମବାର ଦିନ ସ୍କୁଲରେ ତାଲା ପକାଇବେ ବୋଲି ଚେତାବନୀ ଦେଇଛନ୍ତି ।।

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ 

Related posts

ଭବାନୀପାଟଣା ଠାରେ ରଥଯାତ୍ରା ଓ ବାହୁଡା଼ ଯାତ୍ରା୨୦୨୨ ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ 

Sunil Chandra Nayak

ରାଇରଙ୍ଗପୁର ଉଚ୍ଚ ବାଳିକା ବିଦ୍ୟାଳୟରେ ୫ ଟି ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର

Sunil Chandra Nayak

ରଞ୍ଜିତ କୁ ସାହୁ ଙ୍କ କବିତା ଆତ୍ମା ର ସୁଖ

Leave a Comment

error: Content is protected !!