ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଥୁଆମୂଳ ରାମପୁର ବ୍ଳକରେ ଆଶାର ଆଲୋକ ଭାବରେ ଦଣ୍ତାୟ ମାନ ଚାଞ୍ଚେର ମାଝୀ

ଥୁଆମୂଳ ରାମପୁର:୨୮/୮- (ମନିସ):– ଏହି ସମାଜରେ ଏମିତି ମଣିଷ ଅଛନ୍ତି ଯେଉଁମାନେ କି ନୂଆ ଜାଗା ହେଉ କିମ୍ବା ପୂରୁଣା ଜାଗା ହେଉ ସେଠାରେ ଉପସ୍ଥିତ ହେବାପାଇଁ ଅହରହ ଚେଷ୍ଟା କରିଥାନ୍ତି। ଲୋକଙ୍କ ଦୁଃଖ ସୁଖର ସାଥୀ ଟିଏ ହେବା ପାଇଁ ପ୍ରୟାସ କରିଥାନ୍ତି। ଏଭଳି ମନୁଷ୍ୟ ଆଜି ବି ସମାଜରେ ରହିଛନ୍ତି। ନିଜ ଅଞ୍ଚଳର ଲୋକଙ୍କ ସହିତ ପରିଚିତରେ ସୀମିତ ନୁହନ୍ତି। ଅନ୍ଯାନ୍ଯ ଅଞ୍ଚଳର ଲୋକଙ୍କ ସହିତ ମଧ୍ୟ ପରିଚୟ ସୃଷ୍ଟି କରିବା ପାଇଁ ଆଗ୍ରହ ପ୍ରକାଶ କରିବା ପାଇଁ ଚେଷ୍ଟା କରୁଛନ୍ତି। ଏଭଳି ଏକ ଦୃଶ୍ୟ ସାମ୍ମାକୁ ଆସିଛି। ଯାହାକି ଦେଖିବା ପାଇଁ ମିଳିଛି ତାହା ହେଲା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକର ବସନ୍ତ ପଡାର ଶ୍ରୀ ଯୋଗୀ ମାଝୀ ଙ୍କ ପୁଅ ଚାଞ୍ଚେର ମାଝୀ, ଗତ ନିର୍ବାଚନରେ ବସନ୍ତ ପଡା ଗ୍ରାମପଞ୍ଚାୟତ ସରପଞ୍ଚ ଭାବରେ ନିର୍ବାଚିତ ହୋଇ ସେଠାରେ ଅବସ୍ଥାପିତ ରହିଛନ୍ତି। ସେ ପୂର୍ବରୁ ଶାସକ ଦଳରେ ସକ୍ରିୟ କର୍ମୀ ଭାବରେ ରହିଥିଲେ। କିନ୍ତୁ କୌଣସି କାରଣ ବଶତଃ ଏହି କିଛି ଦିନ ତଳେ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି। ବର୍ତ୍ତମାନ କଂଗ୍ରେସ ର ସକ୍ରିୟ କର୍ମୀ ଭାବରେ ରହିଛନ୍ତି। ନିଜ ବ୍ଳକ ଲାଞ୍ଜିଗଡ ହୋଇଥିବା ବେଳେ ସେ ଥୁଆମୂଳ ରାମପୁର ବ୍ଳକରେ ମଧ୍ୟ କିଛି ଲୋକଙ୍କ ଦୁଃଖ ସୁଖର ସାଥି ଟିଏ ପାଲଟିଯାଇଛନ୍ତି। ଗରିବ ଲୋକଙ୍କ ମର୍ମର ବ୍ଯଥାକୁ ସେ ବେଶ୍ ଭାବରେ ହୃଦୟଙ୍ଗମ କରିପାରିଛନ୍ତି। ସେଅନୁସାରେ କାର୍ଯ୍ଯରେ ପରିଣତ କରିବା ପାଇଁ ଚେଷ୍ଟା କରୁଛନ୍ତି। ସେ ଗତ ଶନିବାର ୨୭ ତାରିଖ ଦିନ ଥୁଆମୂଳ ରାମପୁର ବ୍ଳକ ଅଧିନରେ ଥିବା ବଡଛତରଙ୍ଗ ଗ୍ରାମପଞ୍ଚାୟତ ନିକଟସ୍ଥ ଚମ୍ପାଚୂଆ ଗ୍ରାମକୁ ଯାଇ ଏକ ଦଶାହ କାର୍ଯ୍ଯରେ ଯୋଗଦେଇ ଶୋକ ସନ୍ତାପ ପରିବାରଙ୍କୁ ସାନ୍ତନା ପ୍ରଦାନ କରିଥିଲେ। ସେହିଭଳି ତାସିଗୁଡା ଗ୍ରାମକୁ ଯାଇ ମୃତ୍ୟୁବରଣ କରିଥିବା ପରିବାର ବର୍ଗଙ୍କ ସହ ସାକ୍ଷାତ କରି କିଛି ଅର୍ଥ ସହାୟତା କରିବା ସହିତ ସାନ୍ତନା ଦେଇଥିଲେ। ତାଙ୍କ ସହିତ ଉପସ୍ଥିତ ରହିଥିଲେ ଲାଞ୍ଜିଗଡ ବ୍ଳକ ଯୁବ ସମାଜ ସେବୀ ଶ୍ରୀ ଗୋପାଳଦାସ ମହାନନ୍ଦ, ଥୁଆମୂଳ ରାମପୁର ବ୍ଳକର ଶ୍ରୀ ଜଳନ୍ଧର ନାଏକ, ଶ୍ରୀ ହାଡିବନ୍ଧୁ ନାଏକ, ଶ୍ରୀ ଗୁରୁବାରୁ ମାଝୀ, ଶ୍ରୀ କୁମୂଦ ମାଝୀ ପ୍ରମୁଖ। ଲୋକଙ୍କର ଦୁଃଖ ହେଉ କିମ୍ବା ସୁଖ ହେଉ ସୂଚନା ପାଇଗଲେ ଶ୍ରୀ ଚାଞ୍ଚେର ମାଝୀ ସାଙ୍ଗେ ସାଙ୍ଗେ ସେଠାରେ ଉପସ୍ଥିତ ହୋଇଯାନ୍ତି, ଏହା ଏକ ମହାନତାର ପରିଚୟ। ଆଗକୁ ଏମିତି ଲୋକଙ୍କ ସହ ସାମିଲ ହୋଇ ତାଙ୍କର ଦୁଃଖ ସୁଖର ସହଭାଗୀତା ହେବା ପାଇଁ ପ୍ରୟାସ ଜାରି ରହିବ ବୋଲି ଶ୍ରୀ ମାଝୀ ପ୍ରକାଶ କରିଛନ୍ତି।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଅପର୍ତ୍ତି ସେଠୀ ଙ୍କ କବିତା ସ୍ବପ୍ନ

Sunil Chandra Nayak

କଳାହାଣ୍ଡି ଏସପିଙ୍କୁ ସାକ୍ଷାତ କଲେ  ଏ ଓଏସ୍ ସିଏଫ କାର୍ଯ୍ୟକର୍ତ୍ତା

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ରଜ ମଉଜ

Sunil Chandra Nayak

Leave a Comment

error: Content is protected !!