ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ବୟସ ନଦୀର ତୀରେ

ବୟସ ନଦୀର ତୀରେ

ବେଣୁଧର ସୂତାର

ଅଳସୀ ରାତିର ବିଳାସୀ ସପନ
ଅମୀୟ ପୁଲକ ତୋଳେ
ରୂପ ଚନ୍ଦ୍ରିକାର ରୋମାଞ୍ଚିତ ଧାରା 
ଭସାମେଘ ଆଢୁଆଳେ
ସପନର ଫୁଲ ଝରେ
ପ୍ରୀତି ପାରିଜାତ ପ୍ରଣୟ କୁଞ୍ଜରେ
ନୀଳ ସମ୍ମୋହନ ଭରେ        
ବୟସ ନଦୀର ତୀରେ ।।
ସାଉଁଟୁ ଥିଲି ମୁଁ ସୁଧାମୟ ମଧୁ
ସ୍ବପ୍ନଭିଜା ରଜନୀରେ
ପ୍ରୀତିସୁଧା ଖୋଜେ ମନ ପ୍ରଜାପତି
ପ୍ରିୟାଓଠ ଧାରେଧାରେ          
ମିଠା ସପନର ପୁରେ
ସପନ ସୁନ୍ଦରୀ ମହକ ମାଧୁରୀ
ମନ ଆନମନା କରେ
ବୟସ ନଦୀର ତୀରେ ।।
ଲାବଣ୍ୟବତୀର ରୂପ ପସରାରେ
ଅମାନିଆ ପ୍ରୀତି ଛନ୍ଦ
ଭିଜା ନିଶିଥର ମାଧୁର୍ଯ୍ୟ ମଧୁରେ
ଝରୁଥିଲା ମକରନ୍ଦ
ପ୍ରୀତିମୟ ଉପଚାରେ
ମନ ଝୁମିଯାଏ ମୋହିନୀ ମାୟାରେ
ଅଳକାନନ୍ଦାର ଧାରେ 
ବୟସ ନଦୀର ତୀରେ ।।
ମନ ମଧୁଶାଳା ପୀରତି ଉଛୁଳା
ମୁକୁଳା ଯୌବନ ବନେ
ମାତବରୀ ଏଇ ବୟସ ଝୁମଇ
ପ୍ରିୟା ପ୍ରୀତି ଅନୁଦାନେ
ପ୍ରେମ ରଙ୍ଗ ଅଭିସାରେ
ସପନ କୁଞ୍ଜର ରେଶମୀ ଶେଯରେ
ପ୍ରୀତି ପଦ୍ମରାଗ ଝରେ
ବୟସ ନଦୀର ତୀରେ ।।
ସପନେ ସପନେ ମନ ଉପବନେ
ମତୁଆଲା ପ୍ରୀତି ନିଶା
ଖୋଲିଗଲା ଯହିଁ ନୟନ ପେଟିକା
ମଉଳିଲା ସ୍ବପ୍ନ ଆଶା
ପ୍ରିୟା ମୋ ରହିଲା ଦୂରେ
ବିରହ ବ୍ୟଥାରେ ବିଦିର୍ଣ୍ଣ ବୁକୁରେ
ବେଦନା ଲହରି ମାରେ
ବୟସ ନଦୀର ତୀରେ ।।
ବୟସ ନଦୀର ତୀରେ ମୁଁ ଖୋଜଇ
ପ୍ରିୟା ମୃଦୁ ପାଦଚିହ୍ନ
ବିତିଗଲା ମୋର ରୂପରୁ ବୟସ
ଉଜୁଡିଲା ଯଉବନ  
ପିଆସୀ ପରାଣ ଝୁରେ 
ମାନସେ ପ୍ରିୟାର ରୂପଚିତ୍ର ଆଙ୍କେ
ସପନର ବାଲିଘରେ
ବୟସ ନଦୀର ତୀରେ ।।

 କେଶଦୁରାପାଳ

କେନ୍ଦୁଝର

Related posts

କ୍ୟାବିନେଟ ନିଷ୍ପତ୍ତି : ୪ ଜିଲ୍ଲାର ୨୦ଟି ବ୍ଲକରେ ମନରେଗା ଯୋଜନାରେ ଅଧିକ ୨୦୦ ଦିନ କାମ

Sunil Chandra Nayak

ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଟ୍ରାନ୍ସଫର୍ମର

Sunil Chandra Nayak

ଗୋଲାଙ୍ଗବନ୍ଧରୁ ଚମ୍ପାଦେଇପୁର ଯାଏଁ ବିଜେଡିର ପଦଯାତ୍ରା

Sunil Chandra Nayak

Leave a Comment

error: Content is protected !!