ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଧୁସ୍ମିତା ସାହୁ ଙ୍କ କବିତା ବଞ୍ଚିବା

    ବଞ୍ଚିବା 

ଆସିଛୁ ଏକା ଯିବାକୁ ହେବ ଏକା,
ସାଥିରେ ଯିବେନି କେହି,
ସର୍ବେ ନିଜ ଅଭିନୟ ଏଠି କରି,
ଫେରିବା ଏକାକୀ ରହି।।
ବଞ୍ଚିବା କେବଳ ମୁଠାଏ ଆହାର,
ପିନ୍ଧିବା ଖଣ୍ଡେ ପୋଷାକ,
ମୁଣ୍ଡ ଗୁଞ୍ଜିବାକୁ ବାସଟିଏ ଥିଲେ,
ଗୁଜୁରାଣ ଦିନଯାକ।।
ବାସ୍ ଏତିକିରେ ଚାହିଦା ବ୍ୟତୀତ,
ପ୍ରଭୁ ଉପାସନା ରହୁ, 
କାହିଁକି କେଜାଣି ମାନବ ଜାତିରେ,
ଧନ ସମ୍ପଦ ଚାହୁଁ।।  
ଟଙ୍କା ପଇସା ଚାହିଦା ସୀମା ଟପି,
ବୁଦ୍ଧି ଅପଭ୍ରଷ୍ଟ ହେଲା,
ମନୁଷ୍ୟ ତିଆରି କାଗଜ ଖଣ୍ଡକୁ
ସ୍ଥାନ ବହୁମୂଲ୍ୟ ଦେଲା।।
ବୁଝି ବିଚାରି ଆଗକୁ ଚାଲିଗଲେ,
ପଛକୁ ହେବନି ଫେରି,
ବେଳ ଥାଉ ଥାଉ ଖୋସାକୁ ବାନ୍ଧିବା,
 ନଚେତ୍ ହେବ ଡେରି।।
ଈଶ୍ଵର ପ୍ରତିମା ସଦୃଶ୍ୟ ପାଇଛେ,
ଜ୍ଞାନ ଗୁଣର ଭଣ୍ଡାର,
ହେୟ କରନାହିଁ ନିଜକୁ ଚିହ୍ନଟ,
ପ୍ରତିଭା ଲୁଚେ ମନର।।
ପ୍ରଭୁ ପ୍ରସାଦ ପାଇଛୁ ବୋଲି ଆମେ,
ବଞ୍ଚିବା ସତ୍ୟ ଜୀବନ,
ହସିହସାଇ ମନକୁ ମୋହି ଦେବା,
ପ୍ରାଣଟି ଅଢେଇ ଦିନ।।

ମଧୁସ୍ମିତା ସାହୁ ,

ବ୍ରହ୍ମା ନଗର ପ୍ରଥମ ଗଳି,
ବ୍ରହ୍ମପୁର,ଜିଲ୍ଲା-ଗଞ୍ଜାମ,ଓଡ଼ିଶା

Related posts

ସସ୍ମିତେଶ ସାହୁ ଙ୍କ କବିତା ସକାଳ ପ୍ରାର୍ଥନା

ପ୍ରେମାନନ୍ଦ ବେହେରା ଙ୍କ କବିତା ମୋ ଜଗା ଆସିବ

ପ୍ରବନ୍ଧ

Sunil Chandra Nayak

Leave a Comment

error: Content is protected !!