ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ଚିନ୍ତାମଣି ଚିନ୍ତା ଦୂର କର ବ୍ୟଥା 
    ପାପ ଯାଉ ଦୂର ଛାଡ଼ି
ମୁକ୍ତି କରି ଦିଅ ଏ ଅଧମ ପାପି
    ସିଂହ ଦ୍ବାର ଅଛି ପଡ଼ି।
ଥରେ ଚାହିଁ ଦେଲେ ମୁକ୍ତି ପାଇ ଯିବି
     ରହିବି ପ୍ରଭୁ ସେବାରେ
ଅନେକ ଦୂରରୁ ଧାଇଁ ଆସିଅଛି
  ଘେନ ମୋ ପ୍ରାର୍ଥନା ବାରେ।
ତୁମେ ନ ଚାହିଁଲେ କିଏବା ଚାହିଁବ
    ଆଶା ମୋ ତୁମ ଉପରେ
ପବିତ୍ର ହୋଇବା ତୋବାନା ଚାହିଁଲେ
    ଆଶୀର୍ବାଦ ମୋ ଭାଗ୍ୟରେ।
ଅନୁରୋଧ କରି ଯାଉଅଛି ହାରି
     କେବେ ଶୁଣିବ ଗୁହାରୀ
ପଥ ଅନୁସରି ବସି ଅଛି ହରି
   ସତେକି ଦେବ ପାଶେରି।
କରୁଛି ଜଣାଣ ଶୁଣ ଦୁଃଖ ମାନ
     ଏମିତି ଭୋଗିବା କଷ୍ଟ
ତୁମେ ଥାଉ ପ୍ରଭୁ ଦେଖା ଦିଅ ବେଳ
    ବିପଦ ଯାଉ ଯେ ନଷ୍ଟ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଧାନ ବିଲରୁ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର , ଘଟଣା ସ୍ଥଳେ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍

Sunil Chandra Nayak

ଲାହାଡି ବୁଢ଼ା ନଦୀ ପୋଲ ନର୍ମାଣକ୍ୟାମ୍ପ୍ ରେ ଅଘଟଣ: କରେଣ୍ଟ ଲାଗି ଯୁବକ ମୃତ

Sunil Chandra Nayak

ଜେକେ କାଗଜ କଳରେ ମହାସମାରୋହରେ ସୁରକ୍ଷା ସପ୍ତାହ ପାଳିତ

Sunil Chandra Nayak

Leave a Comment

error: Content is protected !!