ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ବ୍ଲକ ର ପ୍ରଥମ ବ୍ଲକ ଅଧକ୍ଷ ଗୋପାଳ ନାରାୟଣ ତିୱାରୀ ଙ୍କ ୮୮ ବର୍ଷ ରେ ବିୟୋଗ

ନୂଆପଡା ଜିଲ୍ଲା ଖଡ଼ିଆଳ ନିବାସୀ ଗୋପାଳ ନାରାୟଣ ତିୱାରୀ ଙ୍କ ୮୮ ବର୍ଷ ବୟସରେ ଦେହାନ୍ତ ହୋଇଅଛି। ସୋମବାର ରାତ୍ର ୯.୨୦ ମିନିଟ ରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଅଛି। ତାଙ୍କ ଅନ୍ତିମ ସମୟରେ ତାଙ୍କ ଦୁଇ ପୁଅ ସଞ୍ଜୟ ତିୱାରୀ ଏବଂ ରାଜୁ ତିୱାରୀ ଉପସ୍ଥିତ ଥିବା ବେଳେ ତାଙ୍କ ପୂତ୍ରବଧୁ ସୁମନ ତିୱାରୀ, ଦୁଇ ନାତି ଉପସ୍ଥିତ ଥିଲେ। ଗୋପାଳ ନାରାୟଣ ତିୱାରୀ ଜଣେ ଭଦ୍ର ଏବଂ ଅମାୟିକ ବ୍ୟକ୍ତିତ୍ବ ଥିଲେ। ସେ ଖଡ଼ିଆଳ ବ୍ଲକ ର ପ୍ରଥମ ବ୍ଲକ ଅଧକ୍ଷ ରୂପେ ରାଜନୀତି ଜୀବନ ବିତାଇଥିଲେ। ୦୫ ଡିସେମ୍ବର ୧୯୩୪ ରେ ଜନ୍ମ ଗ୍ରହଣ କରିଥିବା ବେଳେ ଆଜି ତାଙ୍କ ଦେହାନ୍ତ ହୋଇଅଛି। ମଙ୍ଗଳବାର ସକାଳେ ଖଡ଼ିଆଳ ଠାରେ ତାଙ୍କ ଅନ୍ତେଷ୍ଟି କ୍ରିୟା ଅନୁଷ୍ଠିତ ହୋଇଛି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ନିରୀହ ଯୁବକ ଙ୍କୁ ଉଲଗ୍ନ କରି ମାଡ

Sunil Chandra Nayak

ନକଲି ଜମି ପଟ୍ଟା ମାମଲାରେ ଯୁବକ ଗିରଫ

Sunil Chandra Nayak

ପ୍ରିୟ ରଞ୍ଜନ ମୁଣ୍ଡ ଙ୍କ କବିତା ପାନ୍ଥଶାଳା

Sunil Chandra Nayak

Leave a Comment

error: Content is protected !!