ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜାମଦା ଆର୍ ଡ଼ି ଓ ପିଡବ୍ଲ୍ୟୁ ରାସ୍ତା ପାଲୋଟିଛି ଗାଡ଼ିଆ, ମରାମତି ପାଇଁ ଦାବି

ମୟୂରଭଞ୍ଜ -୨୯/୮/୨୨(ମସିହା)  ମୟୂରଭଂଜ ଜିଲ୍ଲା ଜାମଦା ବ୍ଲକର ସୁନାମରା ଛକ ରୁ ଜାମଦା ହାଟପଡ଼ିଆ ରାସ୍ତାଟି ମରାମତି ଅଭାବରୁ ଖଣ୍ଡିଆଖାବରା ହେବା ସହ ସ୍ଥାନେସ୍ଥାନେ ଜଳାଶୟମାନ ହେଇଥିବାର ଦେଖିବାକୁ ମିଳିଛି |ଜାମଦା ବ୍ୟାଙ୍କ ଅଫ ଇଣ୍ଡିଆ ଦେଇ ଆସିଥିବା ଆର୍ ଡ଼ି ଓ ପିଡବ୍ଲ୍ୟ ରାସ୍ତାରେ ପାଣି ଜମି ରହୁଥିବା ଯୋଗୁଁ ରାସ୍ତାଟି ଗାଡ଼ିଆରେ ପରିଣତ ହେଇଛି |ଫଳରେ ଦୈନିକ ଯାତାୟାତ କରୁଥିବା ବସ୍,ଛୋଟବଡ଼ ଯାନ,ବାଇକ୍ ଟାଳକ,ବିଦ୍ୟାର୍ଥୀଗଣ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖିନ ହେଉଥିବାର ନଜିର ରହିଛି |ନିକଟରେ ଜାମଦା ପଞ୍ଚାୟତ,ଆର୍ ଆଇ ଅଫିସ୍,ଅଳ୍ପ ଦୂରରେ ଜାମଦା ବ୍ଲକ,ଡାକ୍ତରଖାନା,ବିଭିନ୍ନ ଶିକ୍ଷାନୁଷ୍ଠାନ ରହିଥିବା ସତ୍ତ୍ବେ ରାସ୍ତାଟି ମରାମତି ନ ହେବା ଅତ୍ୟନ୍ତ ପରିତାପର ବିଷୟ |ପ୍ରଶାସନ ଏଥିପ୍ରତି ନଜର ଦେବାକୁ ଜନସାଧାରଣରେ ଦାବି ହେଉଛି |

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଖୁବଶୀଘ୍ର ଜୟପୁର ବିମାନବନ୍ଦରରୁ ଉଡ଼ିବ ବିମାନ

Sunil Chandra Nayak

ଜୋଙ୍କ ପୋଲିସ ଦ୍ୱାରା ୩୪ ଜଣ ଦାଦନ ଶ୍ରମିକ ଉଦ୍ଧାର

Sunil Chandra Nayak

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବି ନୃସିଂହ ପ୍ରସାଦ ଷଡ଼ଙ୍ଗୀ , ଟାଙ୍କୁଆ, ଜୟପୁର  ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

Leave a Comment

error: Content is protected !!