ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ ପ୍ରବନ୍ଧ ଶ୍ରୀମନ୍ଦିରରେ ଗଣପତିଙ୍କ ପୂଜନ

ଶ୍ରୀମନ୍ଦିରରେ ଗଣପତିଙ୍କ ପୂଜନ

                

                             ଶ୍ରୀମତୀ କଲ୍ୟାଣୀ ନନ୍ଦ,               

                                 ସମ୍ବଲପୁର

                                              ଓମ୍

               ” ବକ୍ର ତୁଣ୍ଡ ମହାକାୟ,ସୂର୍ଯ୍ୟ କୋଟି ସମପ୍ରଭ,

               ନିର୍ବିଘ୍ନ° କୁରୁ ମେ ଦେବ, ସର୍ବ କାର୍ଯ୍ୟେଷୁ ସର୍ବଦା।”

          

      ହିନ୍ଦୁଧର୍ମରେ ବହୁ ପର୍ବପର୍ବାଣୀ ପାଳିତ ହୋଇଥାଏ,ତଥା ବହୁ ଦେବଦେବୀଙ୍କପୂଜା କରାଯାଏ। ଗଣେଶ ଅର୍ଥାତ୍ ଗଣ ବା ଲୋକଙ୍କ ଦେବତା,ଗଣପତି ହେଉଛନ୍ତି ଅଗ୍ରପୂଜ୍ୟ।ବିଘ୍ନ ଖଣ୍ଡନ କରିଥାନ୍ତି ବୋଲି ସେ ହେଉଛନ୍ତି ବିଘ୍ନରାଜ, ବିଘ୍ନେଶ୍ୱର,ବିଘ୍ନ ନାଶକ।ଯେ କୈ|ଣସି ମାଙ୍ଗଳିକ କାର୍ଯ୍ୟ,ଉତ୍ସବ,ବା ଯେ କୈ|ଣସି ଦେବଦେବୀଙ୍କ ପୂଜାର ପ୍ରାରମ୍ଭରେ ଗଣପତିଙ୍କୁ ଆବାହନ କରାଯାଇଥାଏ।ତେଣୁ ସେ ହେଉଛନ୍ତି ଆଦିଦେବ, ଅଗ୍ରପୂଜ୍ୟ। ନୀଳାଚଳ ଧାମ ପୁରୀ ଶ୍ରୀମନ୍ଦିର ରେ ଗଣପତିଙ୍କର ୪୫ଟି ଗଣେଶ ମନ୍ଦିର ରହିଛି। ତନ୍ମଧ୍ୟରୁ ଭିତର ବେଢା଼ରେ ୨୩ଟି ଏବଂ ବାହାର ବେଢାରେ ୨୨ଟି ମନ୍ଦିର ଦେଖାଯାଏ।ଏଥିରୁ ଶ୍ରୀମନ୍ଦିର ରେ ବିଘ୍ନ ନାଶକ ବିଘ୍ନରାଜ ଙ୍କର ପ୍ରଭାବ କେତେ ତାହା ଜଣାପଡେ।

               ୧୪୭୪ଖ୍ରୀଷ୍ଟାବ୍ଦରେ କାଞ୍ଚି ରାଜା ଶାଲ୍ୱ ନରସିଂହ ଦେବଙ୍କୁ ଯୁଦ୍ଧରେ ପରାସ୍ତ କରିମହାରାଜା ପୁରୁଷୋତ୍ତମ ଦେବ କାଞ୍ଚିର ଇଷ୍ଟଦେବ ଗଣେଶଙ୍କୁ ନେଇ ଆସିଥିଲେ ଏବଂ ଶ୍ରୀମନ୍ଦିରରେ ସ୍ଥାପନ କରିଥିଲେ।ଏହି ଗଣେଶ କାଞ୍ଚି ଗଣେଶ,ଗୈ|ରଗଣେଶ,କାମଦ ଗଣେଶ ଭାବରେ ପୂଜିତ।ଚୋଡ଼ଗଙ୍ଗ ଦେବ ଶ୍ରୀମନ୍ଦିର ନିର୍ମାଣ କାର୍ଯ୍ୟ ସମୟରେ ବିଘ୍ନ ନାଶକ ବିଘ୍ନ ବିନାୟକଙ୍କୁ ପ୍ରଥମେ ପୂଜାକରି ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ କରିପାରିଥିଲେ ଏବଂ ଚାରଗଣେଶ ଭାବରେ ଗଣପତିଙ୍କର ସ୍ଥାପନା କରିଥିଲେ। ମହାପ୍ରଭୁ ଚକାନୟନ ସ୍ନାନପୂର୍ଣ୍ଣମୀ ଦିନ ସ୍ନାନ ଉପରାନ୍ତେ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି।ଶ୍ରୀକ୍ଷେତ୍ର ପରିସରରେ ବିଘ୍ନରାଜ ଗଣେଶ ଙ୍କର ପୂଜାର୍ଚ୍ଚନା ବହୁଳ ଭାବରେ ବିଭିନ୍ନ ସମୟରେ ଅନୁଷ୍ଠିତ ହୋଇଥାଏ। ନୃତ୍ୟ ଗଣପତିଙ୍କର ଅତ୍ୟନ୍ତ ମନଲୋଭା,କମନୀୟ ୬ଫୁଟ ଉଚ୍ଚତା,୩ଫୁଟ ଓସାର ବିଶିଷ୍ଟ ନୃତ୍ୟରତ ମୂର୍ତ୍ତି ବିମଳାଙ୍କ ମନ୍ଦିରର ସମ୍ମୁଖ ଭାଗରେ ୩୫ଫୁଟ ଉଚ୍ଚତା ବିଶିଷ୍ଟ ମନ୍ଦିର ମଧ୍ୟରେ ଦକ୍ଷିଣ ଦିଗକୁ ମୁଖକରିଥିବା ଅବସ୍ଥାରେ ପୂଜାପାଉଛନ୍ତି।କଳା ଚିକ୍କଣ ମୁଗୁନି ପଥର ନିର୍ମିତ ଏହି ନୃତ୍ୟରତ ସୁନ୍ଦର ମୂରତି ୧ଫୁଟ ଉଚ୍ଚତା ବିଶିଷ୍ଟ ସିଂହାସନ ଉପରେ ଅଷ୍ଟଭୂଜ ମୂର୍ତ୍ତି ଭାବରେ ପୂଜା ପାଉଛନ୍ତି।ଏହି ମୂର୍ତ୍ତି ” ନୃତ୍ୟରତ ଗଣପତି” ବା “ନାଟୁଆ ଗଣେଶ” ଭାବରେ ପୂଜା ପାଉଛନ୍ତି। ଗଣେଶ ପୂଜା ସମୟରେ ସନ୍ଧ୍ୟା ଧୂପ ପରେ ଏହି ବିଗ୍ରହଙ୍କୁ ପ୍ରସାଦଲାଗି ଭୋଗ ଓ ବନ୍ଦାପନା କରାଯାଏ। ରୁକ୍ମିଣୀ ହରଣ ଏକାଦଶୀ ଦିନ ବିମଳା ମନ୍ଦିରକୁ ମହାଲକ୍ଷ୍ମୀ ବିଜେ କରିବା ପରେ ରୁକ୍ମିଣୀ ହରଣ ନିମନ୍ତେ ମଦନମୋହନ ସେଠାରେ ଆସି ନାଟଗଣେଶଙ୍କ ସମ୍ମୁଖରେ ଲୁଚି ରହିଥାନ୍ତି। କୁହାଯାଏ ଯେ ବେଢ଼ା ପରିକ୍ରମା କଲାବେଳେ ନାଟୁଆ ଗଣେଶଙ୍କୁ ଦର୍ଶନ କରିବା ନିହାତି ଆବଶ୍ୟକ,କାରଣ ନାଟୁଆ ଗଣେଶ ସମସ୍ତ ଭକ୍ତଗଣ ଙ୍କ ତାଲିକା ପ୍ରସ୍ତୁତ କରି ରାତିରେ ମହାପ୍ରଭୁଙ୍କ ପାଖରେ ସେଇ ତାଲିକା ଉପସ୍ଥାପିତ କରିଥାନ୍ତି।ଏହି ଅଷ୍ଟଭୂଜ ଗଣପତି ମୂଷିକ ଉପରେ ନୃତ୍ୟରତ ଭଙ୍ଗୀରେ ଦଣ୍ଡାୟମାନ ଥିବାରୁ ତାଙ୍କ ନାମ ନୃତ୍ୟରତ ଗଣପତି ବୋଲି ପ୍ରଖ୍ୟାତ।

     ଗଣପତିଙ୍କର ଶ୍ରୀମନ୍ଦିର ପରିସରରେ ବିଭିନ୍ନ ରୂପରେ ପୂଜାର୍ଚ୍ଚନା ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ରୀତିନୀତି ରେ ପାଳିତ ହୋଇଥାଏ। ଗଣପତିଙ୍କର ପୂଜା ସବୁବେଳେ,ସବୁ ସ୍ଥାନରେ ଆଦି ଦେବ ଭାବରେ ପ୍ରଥମେ ପୂଜା କରାଯାଏ କାରଣ ଗଣେଶ ସମସ୍ତ ବିଘ୍ନ ନାଶ କରି ମଙ୍ଗଳ କରିଥାନ୍ତି। ଶ୍ରୀ କ୍ଷେତ୍ରରେ ମଧ୍ୟ ଶ୍ରୀମନ୍ଦିର ଭିତରେ ଗାଣପତ୍ୟ ପ୍ରଭାବ ଦେଖିବାକୁ ମିଳିଥାଏ। ଶ୍ରୀମନ୍ଦିର ଭିତରେ ବଟ ଗଣେଶ,ନୃତ୍ୟ ଗଣେଶ,ଭଣ୍ଡ ଗଣେଶ,ଆଦି ବିଭିନ୍ନ ରୂପରେ ଗଣପତି ପୂଜା ପାଉଛନ୍ତି।

              ‌        

    ” ଓମ୍ ଗ° ଗଣପତୟେ ନମୋ ନମଃ,

      ଅଷ୍ଟ ବିନାୟକ ନମୋ ନମଃ,

      ସିଦ୍ଧି ବିନାୟକ ନମୋ ନମଃ,

ଗଣପତି ବପ୍ପା ମୋରେୟା…ମଙ୍ଗଳ ମୂର୍ତ୍ତି ମୋରେୟା”

Related posts

ଧର୍ମଗଡ଼ ଚେମ୍ବର ଅଫ କମର୍ସ ପକ୍ଷରୁ ନବ ନିର୍ବାଚିତ ଏନଏସି ଅଧ୍ୟକ୍ଷ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

କେଡ଼ର ରୂଲ ଦାବି କୁ ନେଇ ଆନ୍ଦୋଳନ ପାଇଁ ସଜବାଜ କନିଷ୍ଠ କିରାଣୀ ସଙ୍ଘ, (SSD) 

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!