ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ଦେବଗଣ ଯେ କରନ୍ତି ସ୍ତୁତି ବିଘ୍ନନାଶନ ହେ ଗଣପତି 

ଦେବଗଣ ଯେ କରନ୍ତି ସ୍ତୁତି

ବିଘ୍ନନାଶନ ହେ ଗଣପତି 

                           ଶ୍ଯାମା ପ୍ରସାଦ୍ ବୋଷ୍ 

ଦେବଗଣ ଯେ କରୁଛନ୍ତି ସ୍ତୁତି 
ବିଘ୍ନନାଶନ ଆହେ ଗଣପତି ।
ଧ୍ଯାନ ଦିଅ ବାରେ ଏ ସୃଷ୍ଟି ସ୍ଥିତି 
ନୋହିଲେ ଏ ସୃଷ୍ଟି ହୋଇବ ଇତି ।।
ପାର୍ବତୀ ନନ୍ଦନ ହେ ଗଣପତି 
ଅଗ୍ର ପୂଜା ପ୍ରଭୁ ପାଇବ ନିତି ।
ତବ ପୂଜା ବିନା ନାହିଁ ତ ଗତି 
ଅଗତିର ଗତି ଦିଅ ମୁକତି ।। 
ଦେବଗଣେ ଯେବେ ପଡେ ବିପତ୍ତି 
ଗଣପତି ଙ୍କୁ ସେ କରନ୍ତି ସ୍ତୁତି । 
ଭକ୍ତି ଭାବ ନେଇ କରିଲେ ଭକ୍ତି 
ସର୍ବ କାର୍ଯ୍ୟେ ସିଦ୍ଧି ମିଳଇ ଶକ୍ତି ।।
ଦେବଗଣ ସ୍ତୁତି ଶୁଣିଲେ ତୃପ୍ତି 
ହୋଇଥାଅ ପ୍ରଭୁ ହେ ଗଣପତି । 
ତବ ପାଦେ ଲୟ ରଖିଲେ ମତି 
ଟଳି ଯାଇଥାଏ ସବୁ ବିପତ୍ତି ।।
ଗଜାନନ ବେଶ ସୁନ୍ଦର ଅତି 
ଜ୍ଞାନୀ ଗୁଣି ପ୍ରଭୁ ହେ ଗଣପତି ।
ବ୍ରହ୍ମାଣ୍ଡ ଭ୍ରମଣେ ତୁମରି ଗତି  
ମୂଷିକ ବାହାନେ ଗଲଟି ଜିତି ।।
ବୁଦ୍ଧି ,ବିଦ୍ୟା ,ଜ୍ଞାନ ଦାତା ଅଟନ୍ତି 
ସର୍ବାଗ୍ରେ ପୂଜିତ ରହିଛି ସ୍ଥିତି ।
କି ସୁନ୍ଦର ଶୋଭା ସେ ରୂପ କାନ୍ତି 
କୋଟି ସୂର୍ଯ୍ୟ ସମ ପ୍ରଭାକୁ ଜିତି ।। 

ଶ୍ଯାମା ପ୍ରସାଦ୍ ବୋଷ୍ 

ବେଗୁନିଁଆ , ମଲ୍ଲୀକ୍ ସାହି 
ପୋଷ୍ଟ :- ଗୋପ୍ , ଜିଲ୍ଲା :- ପୁରୀ

 

Related posts

ରେଙ୍ଗାଳି କଲୋନୀ ଅଙ୍ଗନୱାଡି କେନ୍ଦ୍ର ରେ ମନମୁଖୀ ଶାସନ 

Sunil Chandra Nayak

ପିଅନଙ୍କ ହାତରେ ବିଇଓ ଅଫିସର ଭାଗ୍ୟ !

Sunil Chandra Nayak

କଂକ୍ରିଟ ରାସ୍ତା ଖାଇଗଲେ ଠିକାଦାର ଓ ବିଭାଗୀୟ ଅଧିକାରୀ

Sunil Chandra Nayak

Leave a Comment

error: Content is protected !!