ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୋହନଗିରୀ ଅଞ୍ଚଳର ସରବେଡା ଗ୍ରାମରେ ବହୁ ଆଡମ୍ବରରେ ଗଣେଶ ପୂଜା ଆୟୋଜିତ

ମୋହନଗିରୀ:୩୧/୮- (ମନିସ):- କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଳକ ଅନ୍ତର୍ଗତ ମୋହନଗିରୀ ଅଞ୍ଚଳ ର ସରବେଡା ଗ୍ରାମରେ ଆଜି ଯଥା ୩୧/୮/୨୦୨୨ ବୁଧବାର ଦିନ ଗଣେଶ ପୂଜା ବହୁ ଆଡମ୍ବର ସହକାରେ ସମାପନ  ହୋଇଯାଇଛି। ଏଥିରେ ଗ୍ରାମର ଯୁବକ ଓ ଛାତ୍ରଛାତ୍ରୀଙ୍କ ଉଦ୍ୟମ ରେ ଏହି ପୂଜା କାର୍ଯ୍ଯ ହୋଇଥିଲା। ପୂଜକ ଶ୍ରୀ ଚୈତନ୍ୟ ଙ୍କ ପୌରୋହିତ୍ବରେ ଗଣେଶ ମହାପ୍ରଭୁଙ୍କ ଧର୍ମପତ୍ନୀ ମାଁ ସନ୍ତୋନୀ ଓ ଗଣେଶ ଙ୍କ ଦୁଇ ପୁଅ ଶୋଭା ଓ ଲୋଭାଙ୍କ ବିଷୟରେ ଶ୍ରୀ ପୁରୋହିତ ତାଙ୍କ ବ୍ଯକ୍ତବ୍ଯରେ ବୁଝାଇଥିଲେ। ଏହାକୁ ନେଇ ଗ୍ରାମବାସୀ ଓ ଛାତ୍ରଛାତ୍ରୀ ପୁରୋହିତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହା ବ୍ଯତିତ ମୋହନଗିରୀ ପଞ୍ଚାୟତ ର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଶାନ୍ତିଶୃଙ୍ଖଳା ଭାବରେ ସମାପନ ହୋଇଯାଇଛି।

ମୋହନଗିରୀ ରୁ ସୁବାଷ ଚନ୍ଦ୍ର ମନହିରାଙ୍କ ରିପୋର୍ଟ

Related posts

ଏନ୍ଆଇଟିକୁ ବିଜୁ ପଟ୍ଟନାୟଙ୍କ ନାମରେ ନାମିତ କରାଯାଉ

Sunil Chandra Nayak

କେସିଙ୍ଗା ରେ ବିଶ୍ଵ ସାଇକଲ ଦିବସ ପାଳିତ

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା ରଜ ଦୋଳ ର ସ୍ମୃତି

Sunil Chandra Nayak

Leave a Comment

error: Content is protected !!