ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୋହନଗିରୀ ଅଞ୍ଚଳର ସରବେଡା ଗ୍ରାମରେ ବହୁ ଆଡମ୍ବରରେ ଗଣେଶ ପୂଜା ଆୟୋଜିତ

ମୋହନଗିରୀ:୩୧/୮- (ମନିସ):- କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଳକ ଅନ୍ତର୍ଗତ ମୋହନଗିରୀ ଅଞ୍ଚଳ ର ସରବେଡା ଗ୍ରାମରେ ଆଜି ଯଥା ୩୧/୮/୨୦୨୨ ବୁଧବାର ଦିନ ଗଣେଶ ପୂଜା ବହୁ ଆଡମ୍ବର ସହକାରେ ସମାପନ  ହୋଇଯାଇଛି। ଏଥିରେ ଗ୍ରାମର ଯୁବକ ଓ ଛାତ୍ରଛାତ୍ରୀଙ୍କ ଉଦ୍ୟମ ରେ ଏହି ପୂଜା କାର୍ଯ୍ଯ ହୋଇଥିଲା। ପୂଜକ ଶ୍ରୀ ଚୈତନ୍ୟ ଙ୍କ ପୌରୋହିତ୍ବରେ ଗଣେଶ ମହାପ୍ରଭୁଙ୍କ ଧର୍ମପତ୍ନୀ ମାଁ ସନ୍ତୋନୀ ଓ ଗଣେଶ ଙ୍କ ଦୁଇ ପୁଅ ଶୋଭା ଓ ଲୋଭାଙ୍କ ବିଷୟରେ ଶ୍ରୀ ପୁରୋହିତ ତାଙ୍କ ବ୍ଯକ୍ତବ୍ଯରେ ବୁଝାଇଥିଲେ। ଏହାକୁ ନେଇ ଗ୍ରାମବାସୀ ଓ ଛାତ୍ରଛାତ୍ରୀ ପୁରୋହିତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହା ବ୍ଯତିତ ମୋହନଗିରୀ ପଞ୍ଚାୟତ ର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଶାନ୍ତିଶୃଙ୍ଖଳା ଭାବରେ ସମାପନ ହୋଇଯାଇଛି।

ମୋହନଗିରୀ ରୁ ସୁବାଷ ଚନ୍ଦ୍ର ମନହିରାଙ୍କ ରିପୋର୍ଟ

Related posts

ଏଲ୍ ଏଣ୍ଡ ଟି କଂପାନୀର କର୍ମଚାରୀଙ୍କୁ ଆକ୍ରମଣ ଓ ରାସ୍ତା ଅବରୋଧ ଅଭିଯୋଗ, ଯୁବକଙ୍କୁ କୋର୍ଟଚାଲାଣ

Sunil Chandra Nayak

ଉମାକାନ୍ତ ଦାସ ଙ୍କ ଗଳ୍ପ ପ୍ରକୃତ ବନ୍ଧୁ

Sunil Chandra Nayak

କବିତା – ଲୁହ

Sunil Chandra Nayak

Leave a Comment

error: Content is protected !!