ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁରରେ “୬୨ ତମ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ, ବହୁବିଧ ପ୍ରକଳ୍ପ ଅତିଥିମାନଙ୍କ ଦ୍ବାରା ଲୋକାର୍ପିତ

ମୟୂରଭଞ୍ଜ -୩୧/୮/୨୨(ମସିହା) ମୟୂରଭଂଜ ଜିଲ୍ଲାର ୧୯୬୨ ମସିହାରେ ସ୍ଥାପିତ ୧୫ ଟି ଓ୍ବାର୍ଡ କୁ ନେଇ ଗଠିତ ରାଇରଙ୍ଗପୁର ଏନଏସି ଏବଂ ପରେ ପୌରପାଳିକା ହୋଇଥିବା ରାଇରଙ୍ଗପୁର ପୌରପାଳିକା ତରଫରୁ ୬୨ ତମ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏହି ମହାସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମହିଳା ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ, ସମ୍ମାନିତ ଅତିଥି ରାଜ୍ୟସଭା ସାଂସଦ ମମତା ମହାନ୍ତି,ଅନ୍ୟତମ ଅତିଥି ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ଅନ୍ୟତମ ଅତିଥି ମୋରଡା ବିଧାୟକ ରାଜ କିଶୋର ଦାସ,ଅନ୍ୟତମ ଅତିଥି ବାମନଘାଟୀ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ଦାସ, ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ,ଉପାଧ୍ଯକ୍ଷା ମମିତା ଚୌଧୁରୀ, ରାଇରଙ୍ଗପୁର ପୌରାଧିକାରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ଶତପଥୀ,ପୌର କାଉନସିଲର ବୃନ୍ଦ ଯୋଗ ଦେଇଥିଲେ । ରାଇରଙ୍ଗପୁର ର ସର୍ବାଙ୍ଗୀନ ବିକାଶ ପାଇଁ ଦଳ ମତ ନିର୍ବିଶେଷରେ ପ୍ରଶାସନ,ଜନ ସାଧାରଣ ସହଯୋଗ କରିବା ପାଇଁ ଅତିଥି ଗଣ କହିଥିଲେ । ରାଇରଙ୍ଗପୁର ପୌର ପାଳିବା ତରଫରୁ ନବ ନିର୍ମିତ ରାଇରଙ୍ଗପୁର ପୌରପାଳିକାର ନୂତନ ଗୃହ,ଶହୀଦ ବିର୍ଶା ମୁଣ୍ଡା ପାର୍କ,ଆଦର୍ଶ ଶ୍ମଶାନ ଘାଟ,କଠିନ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଏବଂ ବାସହୀନମାନଂକ ଆଶ୍ରୟସ୍ଥଳୀ ଅତିଥି ଗଣଙ୍କ ଦ୍ବାରା ଲୋକାର୍ପିତ ହୋଇଥିଲା । ରାଇରଙ୍ଗପୁର ପୌରପାଳିକାରେ ବିକାଶର ପଦଚିହ୍ନ ପଡ଼ିଛି । କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନେ ଯୋଗ ଦେଇଥିଲେ । ରାଇରଙ୍ଗପୁର ପିସିଏମ ଭବନ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥିଗଣ ସ୍ୱାୟତ୍ତ ଦିବସର ଉଦେଶ୍ୟ ଉପରେ ମତ ରଖିଥିଲେ । ପ୍ରଶାସନିକ ତରଫରୁ ସବୁବେଳେ ସହଯୋଗର ହାତ ବଢ଼ାଇବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

 

Related posts

ଶ୍ରୀ ବିଦ୍ୟାଧରମହାନ୍ତ ଙ୍କ କବିତା ସନ୍ଧ୍ୟା

Sunil Chandra Nayak

ତ୍ରିଲୋଚନ ପାଢ଼ୀ ଙ୍କ କବିତା ଏଇ ତ ଜୀବନ

Sunil Chandra Nayak

ଢେଙ୍କାନାଳ ଥିଙ୍କର୍ସ ଫୋରମ ର ସାହିତ୍ୟ ଆସର

Sunil Chandra Nayak

Leave a Comment

error: Content is protected !!