ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖାତିଗୁଡା ଗାୟତ୍ରୀ ପରିବାର ସଂସ୍ଥାପକ ଙ୍କ ପରଲୋକ

 ତେନ୍ତୁଳିଖୁଣ୍ଟି 01/09/22 ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ରେ ଗାୟତ୍ରୀ ପରିବାର ର ସଂସ୍ଥାପକ ଅଲେଖ ଚନ୍ଦ୍ର ମହାନ୍ତି ଙ୍କ ତାଙ୍କ ଗ୍ରାମ ପଣଶୁଆ ପଡ଼ା (ପାଟକୁରା)କେନ୍ଦ୍ରାପଡା ଜିଲ୍ଲା ରେ ଆଜି ପରଲୋକ ହୋଇଯାଉଛି। ତାଙ୍କ ମୃତ୍ୟୁ ବେଳେ ତାଙ୍କ ପରିବାରର ପ୍ରାୟ ସମସ୍ତ ସଦସ୍ୟ ଉପସ୍ଥିତଥିଲେ। ମହାନ୍ତି ନିଜର ଅଧିକାଂଶ ଜୀବନକାଳ ଅବିଭକ୍ତ କୋରାପୁଟ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଗାୟତ୍ରୀ ପରିବାର ଗଠନ ରେ ଅତିବାହିତ କରିଥିଲେ। ନିଶା ନିବାରଣ କରିବାରେ ସେ ଆଦିବାସୀ ବହୁଳ ଅଞ୍ଚଳରେ ପ୍ରୟାସ କରୁଥିଲେ। ମୃତ୍ୟୁ ବେଳକୁ ତାଙ୍କୁ 88 ବର୍ଷ ହୋଇଥିଲା। ସେ ନବରଙ୍ଗପୁର ଜିଲ୍ଲା ଗାୟତ୍ରୀ ପରିବାର ର ଜିଲ୍ଲା ସଂଯୋଜକ ଭାବେ କାର୍ଯ୍ୟ ଜରିଥିଲେ। ଜିଲ୍ଲା ଗାୟତ୍ରୀ ପରିବାର ଓ ଖାତିଗୁଡା ଗାୟତ୍ରୀ ପରିବାର ନିରବ ପ୍ରାର୍ଥନା ସହ ଆତ୍ମା ର ସଦ୍ଗତି ପାଇଁ ଗାୟତ୍ରୀ ମନ୍ତ୍ର ଜପ କରିଛନ୍ତି।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ରିଖୀରାମ ମେହେର ଙ୍କ କବିତା ସ୍ବପ୍ନ ଥିଲା ପ୍ରିୟା ପାଇଁ

ଏଆଇଟିୟୁସିର ତ୍ରୟୋଦଶ ରାଜ୍ଯ ସମ୍ମିଳନୀ ଅନୁଷ୍ଠିତ: ଵଞ୍ଚିଵା ପାଇଁ ସଂଗ୍ରାମ- ସଂଗ୍ରାମ କରି ଵଞ୍ଚିଵା – ସମସ୍ତ ସଂସ୍ଥାର ଶ୍ରମିକ କର୍ମଚାରୀଙ୍କୁ ୟୁନିୟନ ଭୁକ୍ତ କରିଵା ସଂକଳ୍ପ ଗୃହିତ:

Sunil Chandra Nayak

ଅଵକାରୀ ବିଭାଗ ର ଚଢ଼ାଉ : ଜଣେ ଗିରଫ ଓ 1300 ଲିଟର ମଦ ପୋଚ ଓ 140 ଲିଟର ମଦ ନଷ୍ଟ କଲେ

Sunil Chandra Nayak

Leave a Comment

error: Content is protected !!