ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ  

ବାଲେଶ୍ଵର,୦୧/୯/୨୨- ଓଡ଼ିଶା ଡ୍ରାଇଭର ମହାସଂଘ ଖଇରା ଶାଖା ତରଫରୁ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଗଣ୍ଡିବେଡ଼ ବଜାରରେ ସଫେଇ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପଞ୍ଚାୟତ ଡ୍ରାଇଭର ସଙ୍ଘର ଆଡ଼ମିନ ବନମାଳୀ ପ୍ରଧାନଙ୍କ ନେତୃତ୍ୱରେ ଡ୍ରାଇଭର ଦିବସରେ ଡ୍ରାଇଭର ମାନଙ୍କ ଦ୍ବାରା ହୋଇଥିଲା ବଜାର ସଫେଇ । ଏହି ସଫେଇ କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ଓଡିଶା ଡ୍ରାଇଭର ସଙ୍ଘର ଆଡ଼ମିନ ଓ ଡ୍ରାଇଭର ମାନେ ଯୋଗଦେଇ ସଫେଇ କାର୍ଯ୍ୟ କରିଥିଲେ । ଏଥିସହିତ ବଜାରକୁ ସର୍ବଦା ପରିଷ୍କାର ରଖିବା ପାଇଁ ଲୋକ ମାନଙ୍କୁ ବୁଝାଇଥିଲେ । ପରେ ପରେ ଗଣ୍ଡିବେଡ଼ ବଜାରରୁ ସଚେତନତା ବାର୍ତ୍ତା ନେଇ ବାଇକ ଶୋଭାଯାତ୍ରାରେ ବାହାରି କୁପାରୀ ଅମ୍ବିକା ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ । ଏଥିରେ ଡ୍ରାଇଭର ସହଦେବ ସାହୁ, ମାନଶ ବିଶ୍ବାଳ, ବିଜୟ ବେହେରା, ମହେଶ୍ବର ରାଉତ ଓ ପ୍ରଶାନ୍ତ ସାହୁଙ୍କ ସମେତ ୩୭ ଗୋଟି ପଞ୍ଚାୟତର ଡ୍ରାଇଭର ଓ ସଙ୍ଘର ଉପଦେଷ୍ଟା ସୁରେନ୍ଦ୍ର ଦାସ, ପର୍ଶୁରାମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜୁନ୍ ମାସରୁ ରାସନ୍ କାର୍ଡରେ ଆଉ ମିଳିବନି ଗହମ !

ବାଃ ବାଃ ରେ ଚିକିତ୍ସାଳୟ ମୋ ସରକାର କୁ ଫୁ 

Sunil Chandra Nayak

ଚନ୍ଦ୍ରକଳାଦେବୀ ଙ୍କ କବିତା ଅକ୍ଷୟ ତୃତୀୟା   

Leave a Comment

error: Content is protected !!