ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମା’ କଳାପାହାଡ଼ ଯୁବକ୍ଲବ୍ ଯୋଡାବନ୍ଧ ଆନୁକୂଲ୍ୟରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ 

ରୁପ୍ରା, ୧/୯ (ମନିସ) : ନର୍ଲାବ୍ଲକ୍ ଗିଗିନା ଗ୍ରାମ ପଞ୍ଚାୟତ ଅଧିନ ଯୋଡାବନ୍ଧ ହରିଜନ ପଡା ଠାରେ ମା’ କଳାପାହାଡ଼ ଯୁବକ୍ଲବ୍ ଆୟୋଜନରେ ଗଣେଶ ପୂଜା ଓ ନୂଆଁଖାଇ ଅବସରରେ ନୂଆଁଖାଇ ଭେଟଘାଟ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଗିଗିନା ଗ୍ରାମ ପଞ୍ଚାୟତ ସରପଞ୍ଚ ସୁଦ୍ଧାମୟୀ କୁମାର ଯୋଗଦାନ କରିଥିବା ବେଳେ ମୂଖ୍ୟ ବକ୍ତା ଭାବରେ ଶ୍ରୀ ଭୂତେଶ୍ୱର +୩ ଡିଗ୍ରୀ ମହାବିଦ୍ୟାଳୟର ସମ୍ପାଦକ ଦୁଲ୍ଲଭ ମାହାର ଯୋଗ ଦେଇଥିଲେ। ସମ୍ମାନିତ ଅତିଥିଭାବେ ବିଏସ୍ଏଫ୍ ଜୱାନ ପୁରୁସ୍ତମ ମାଝୀ, ୱାର୍ଡ଼ ସଭ୍ଯ ଦୈତାରୀ ମାହାର, ଯୋଗେନ୍ଦ୍ର ଗୌଡ, ଧନେଶ୍ଵର ମାହାର, ଗୌରଚନ୍ଦ୍ର ସେନାପତି, ଯୁବଛାତ୍ର କଂଗ୍ରେସ ବ୍ଲକ ଉପସଭାପତି ଦେବାଶିଷ କୁମାର, ନର୍ଲା ଶିଶୁ ବିଦ୍ୟାମନ୍ଦିରର ଗୁରୁଜୀ ଶିବରାମ ସାହୁ ଓ ସାମ୍ବାଦିକ ଅଜୟ କୁମାର ସେନାପତି ପ୍ରମୁଖ ଯୋଗଦାନ କରିଥିଲେ । ଅତିଥି ଗଣ ନୂଆଁଖାଇ ତଥା ଆମ ସଂସ୍କୃତି ଓ ପରମ୍ପରା ବାବଦରେ ମତବ୍ୟକ୍ତ କରିଥିଲେ। ମଞ୍ଚ ପରିଚାଳନା ଉକ୍ତ ଅନୁଷ୍ଠାନର ସଭାପତି ଚରଣ ମହାନନ୍ଦ କରିଥିଲେ। ଏହି ଅବସରରେ ଉକ୍ତ ଗ୍ରାମର ଦୁଇଜଣ ଉଚ୍ଚ ଶିକ୍ଷିତା ଛାତ୍ରୀ ରିବିକା ସେନାପତି ଓ ଲଳିତା ମହାନନ୍ଦ ଆମପାଇଁ ଶିକ୍ଷା କାହିଁକି ଦରକାର ସେହି ବାବଦରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ବୁଝାଇ ଥିଲେ। ଅନୁଷ୍ଠାନର ସମ୍ପାଦକ ଭାସ୍କର ବାଗ, ସଦସ୍ୟ ଚନ୍ଦ୍ର ମହାନନ୍ଦ, ଅନୁପ ମହାନନ୍ଦ, ସୁଶାନ୍ତ ବାଗ, ମନୋଜ ବାଗ, ବାବୁଲାଲ ମହାନନ୍ଦ, ମନୁ ମହାନନ୍ଦ, ବିକାଶ ମହାନନ୍ଦ ଓ ଅଭିଷେକ ମହାନନ୍ଦଙ୍କ ସମେତ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

କଳାହାଣ୍ଡି ପୋଲିସ ପୁଣି ମାଓବାଦୀ ସଂପୃକ୍ତି ବ୍ୟକ୍ତି ସହ ମାଓସାମଗ୍ରୀ ଜବତ କରିଛି

Sunil Chandra Nayak

ବିକଳାଙ୍ଗଙ୍କୁ ସାହାଯ୍ୟ ନିମନ୍ତେ ଦାବି

Sunil Chandra Nayak

ତ୍ରିଲୋଚନ ପାଢ଼ୀ ଙ୍କ କବିତା/ ଗୁରୁବାର ଲକ୍ଷ୍ମୀ ବାର

Sunil Chandra Nayak

Leave a Comment

error: Content is protected !!