ଶ୍ରୀ ଗଣେଶ
ସ୍ୱାଗତିକା ସାହୁ
ପ୍ରାତଃ ଦୀପଳି ଜାଳେ
ରୋଷଣୀର ପ୍ରଥମ ବହ୍ନି ଢାଳେ
ପ୍ରଥମ ପୂଜାର ଅର୍ଘ୍ୟ ଘେନ ହେ ବିଘ୍ନରାଜ
ଭାଦ୍ରବ ଶୁକ୍ଳ ଚତୁର୍ଥୀ ତିଥିରେ
ଅଗ୍ରପୂଜା ସଦା ଏ ମହିମଣ୍ଡଳେ
ଶ୍ରାଦ୍ଧା ବିଶ୍ୱସେ ହୁଅ ଉତ୍ପନ୍ନ
କରୁଣାର ନିର୍ଯ୍ୟାସ ଭାରି ରଖିଛ କେଉଁଠି ???
ନିର୍ମଳ,ମନଟିକୁ ମୋର…
ବାନ୍ଧି ପରିବକି ପ୍ରଭୁ???
ମନ ମରୁ ଡ଼ହ ଡ଼ହ ତତିଲା ବାଲିର
ତୁମେ ଶୀତଳ ଶାନ୍ତ ମରୁଦ୍ୟନଟିଏ
ଜଡ ଚେତନାରେ ଭକ୍ତି ବାଣ୍ଟି ଦେଲେ,
ସେ ବୁଝନ୍ତି ତା ଭାବ…!!!
ନୀଳ ନୟନ ହେ ବ୍ରକତୁଣ୍ଡ,
ତୁମ ରୂପ ଝଲକେ ଢାଳେ…
କୋଟି ସୂର୍ଯ୍ୟର ଆୟୁତ
ଉଷାର ସ୍ବର୍ଣ୍ଣିଭାଲୋକେ
ଦୂର ଅନନ୍ତର ଶେଷେ…
ଖୋଜେ ମୁଁ ତୁମ ଅସ୍ତିତ୍ଵ ।।
ସମଗ୍ର ବ୍ରହ୍ନାଣ୍ଡ ଭ୍ରମିଛ ହେ
ନେଇ ମୂଷିକ ବହନ
ଜ୍ଞାନର ଭଣ୍ଡାର ହେ ପାର୍ବତୀ ସୁତ
ଏ ବିଶ୍ୱ ଉପରେ ରଖୁଥିବା ସଦା
ଆଶ୍ରୀର୍ବାଦ ଭରା ହାତ…
ହୃଦୟ କୋଣ ଅନୁକୋଣେ ପୁରିଛି
ବୁଦ୍ଧି, ସିଦ୍ଧି, ଧୌର୍ଯ୍ୟର ମନ୍ତ୍ର
ଆହେ ବିଦ୍ୟାଦାତା ଶିବଙ୍କ ନନ୍ଦନ
କାର୍ଯ୍ୟରମ୍ଭ ହୁଏ ତୁମ ନାମ ସ୍ମରି
ବିଘ୍ନ ନାଶ କର ହୋଇ ଲମ୍ବୋଦର
ଦୁଃସାଧ୍ୟ ରୋଗରୁ କର ମୁକ୍ତି
ଅଜ୍ଞାନ ଅଵଗୁଣକୁ ଅଣଦେ ଖା କରି
ଅନ୍ତରୁ ପ୍ରଣତି ଢାଳେ….
ଆବେଗର ମଧୁର ସ୍ୱରେ…!!!
,ଉମରକୋଟ,ନବରଙ୍ଗପୁର, ଶିକ୍ଷୟିତ୍ରୀ