ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶୁଖିଲାଣି ବିଲ ଚିନ୍ତାରେ ଚାଷୀ

ବାଲେଶ୍ଵର,୦୨/୯/୨୨- କଥାରେ ଅଛି ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ । ଚଳିତ ବର୍ଷ ବିଳମ୍ବ ବର୍ଷା ଯୋଗୁ ଚାଷ କାର୍ଯ୍ୟ ବହୁ ବିଳମ୍ବରେ ଆରମ୍ଭ ହୋଇଥିଲା । ପରେ ପରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଣ ଜନିତ ଲଘୁଚାପ ବର୍ଷାରେ ଚାଷଜମି ସମେତ ବିଭିନ୍ନ ପ୍ରକାର କ୍ଷୟକ୍ଷତିକୁ ସାମ୍ନା କରିଥିଲେ ଚାଷୀଭାଇ । ବାଲେଶ୍ଵର ଜିଲ୍ଲାର କେତେକ ଅଞ୍ଚଳର ଲୋକମାନେ ବନ୍ୟା ଜନିତ କ୍ଷୟକ୍ଷତିକୁ ସାମ୍ନା କରୁଥିବା ବେଳେ ଜିଲ୍ଲାର ଖଇରା-ସିମୁଳିଆ ବ୍ଲକ ଅଞ୍ଚଳର କେତେକ ସ୍ଥାନର ଚାଷଜମି ଶୁଖିଲାଣି । ପାଣି ଅଭାବରୁ ଜମିରେ ଧାନ ରୋଇପାରୁ ନାହାନ୍ତି ଚାଷୀମାନେ । କେଉଁଠି କେଉଁଠି ପଡିଆ ପଡିଥିବାର ଦୃଷ୍ଟି ଗୋଚର ମଧ୍ୟ ହୋଇଛି । ଚାଷ ଜମିରେ ପାଣି ଅଭାବକୁ ନେଇ ଜନସାଧାରଣଙ୍କ ଆଲୋଚନା ଶୁଣି ନିଜର ସାମ୍ବାଦିକ କର୍ମକ୍ଷେତ୍ର ଭ୍ରମଣରେ ଯାଇଥିଲେ ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା । ଏହି ସମୟରେ ରାଣୀତାଲ-କୁପାରୀ ରାସ୍ତା ପାର୍ଶ୍ବବର୍ତ୍ତୀ କିଛି ଚାଷଜମିର ଦୃଶ୍ୟ ନଜରକୁ ଆସିଥିଲା । ବିଳମ୍ବ ଚାଷକୁ ନିଅଣ୍ଟିଆ ପାଣି ଚାଷୀ ମାନଙ୍କୁ ଚିନ୍ତାରେ ପକାଇଛି । ଚାଷ ଋଣ ଓ ହାତଉଧାରୀ ଅର୍ଥରେ ବହୁ ପରିଶ୍ରମ କରି ପରିବାର ପୋଷଣ ନିମନ୍ତେ ଦିନରାତି ବିଲରେ ପରିଶ୍ରମ କରୁଥିବା ଚାଷୀର ଚାଷ ପାଣିବିନା ନଷ୍ଟ ହୋଇ ଯିବାର ସମ୍ଭାବନା ଦେଖାଯାଇଛି । ଆଉ କିଛିଦିନ ଯଦି ବର୍ଷାର ଅଭାବ ଲାଗିରହେ, ନିଶ୍ଚିତ ଭାବରେ ଚାଷୀର ଚାଷ ନଷ୍ଟ ହେବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ଏପରି ସ୍ଥଳେ ଚାଷୀର ଅବସ୍ଥା ଯେ କ’ଣ ହେବ କହିହେବ ନାହିଁ । ଏଥିପାଇଁ ଚାଷୀଙ୍କ ପରିବାର ଚିନ୍ତାଗ୍ରସ୍ତ ହୋଇପଡିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବିରଳ ଗ୍ରୁପର ରକ୍ତ ଯୋଗାଡ଼ କରି ଅସହାୟ ମହିଳାଙ୍କ ଜୀବନ ରକ୍ଷା କଲେ

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ରାତି

ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଦୁଇ ଦିବସୀୟ ସମାରୋହରେ ରାଜ୍ୟ ସଭା ସାଂସଦ ମମତା ମହାନ୍ତ ଏବଂ ରାଜ୍ୟ ମହିଳା, ଶିଶୁ ବିକାଶ ଏବଂମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!