ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଣତି ମହାପାତ୍ର ଙ୍କ କବିତା ଜୟ ବିନାୟକ

  ଜୟ ବିନାୟକ

 ପ୍ରଣତି ମହାପାତ୍ର

ଅଗ୍ରପୂଜ୍ୟ ବିନାୟକ ପାର୍ବତୀ ତନୟ
    ଘେନ ପ୍ରଣାମ ଆମ୍ଭର ,
ବିଦ୍ୟାଦାତା ସର୍ବ ଶୁଭକର୍ତ୍ତା ମୂଷିକ        
         ବାହନ ହେ କୃକୋଦର ।
ଗଜ ବଦନାୟ ସିଦ୍ଧିବୁଦ୍ଧି ଦାତା
     ଓଁ ଗଂ ଗଣପତୟେ ନମଃ,
 ପରଶୁ,ପାଶ,ଅଂଙ୍କୁଶ ଆୟୁଧାୟ 
     ଜୟ ଗଣେଶାୟ ନମୋନମଃ।
 ବିଘ୍ନହର୍ତ୍ତାପ୍ରଭୁ ତୁମେ ଧୂମ୍ରକେତୁ      
          ଗଣାଧ୍ୟକ୍ଷ ବିଘ୍ନହର,
 ସୁମୂଖ,ବ୍ରହ୍ମଣସ୍ପତି ଶୂପକର୍ଣ୍ଣ
     ବିଘ୍ନେଶ୍ୱର ମୟୂରେଶ୍ୱର।
ଏକଦନ୍ତ, କୃଷ୍ଣପିଙ୍ଗାକ୍ଷ ଗଜବକ୍ରାୟ
     ଗଣପତି ଗଜାନନ ,
ଗ’ରେ ମୋକ୍ଷ ସମାଧିର ଯୋଗୀ
    ଜ’ସାଂସାରିକ ଦୃଷ୍ଟିକୋଣ।
 ମୋକ୍ଷଦାୟକ ଗଜାନନ ପ୍ରଭୁ
    ବକ୍ରତୁଣ୍ଡାୟ ନମୋନମଃ ,
ବିଘ୍ନ ରାଜେନ୍ଦ୍ର ଭାଲଚନ୍ଦ୍ର ବିକଟ
   ଲମ୍ବୋଦରାୟ ନମୋନମଃ ।

ଓମ୍ ଗଂ ଗଣପତୟେ ନମଃ

ଫକୀରମୋହନ ନଗର

         ବାଲେଶ୍ବର

Related posts

ପୂର୍ବତନ ଏନଏସି ଅଧକ୍ଷ୍ୟ ପାର୍ଥ ମହାଳିକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

ପିଇବା ପାଣି ପାଇଁ ଲୋକେ ଡହକ ବିକଳ

Sunil Chandra Nayak

ନିଆଁ ରେ ପୋଡି ଜଣେ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!