ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସସ୍ମିତେଶ ସାହୁ ଙ୍କ କବିତା ଓଁ ନମଃ ଗଣେଶାୟଃ

  ଓଁ ନମଃ ଗଣେଶାୟଃ

ଜୟ ଜୟ ଶ୍ରୀ ଗଣେଶ ପାର୍ବତୀ ନନ୍ଦନ
ଭକ୍କ୍ତି ପୁଷ୍ପରେ ତୁମକୁ କରେ ଆବାହନ ।
କ୍ଷୁଦ୍ର ମୂଷିକ ଯାହାର ଅଟଇ ବାହନ 
ଲମ୍ବୋଦର ପ୍ରଭୁ ଆହେ ଦେଵ ଗଜାନନ ।
ଅଗ୍ରପୂଜ୍ୟ ତୁମେ ଯେ କର ଜ୍ଞାନ ପ୍ରଦାନ
ସର୍ବ ଦେବା ଦେବୀଙ୍କ ଅତି ପ୍ରିୟ ଭାଜନ ।
ମୁଖେ ବକ୍ରତୁଣ୍ଡ କପାଳେ ଟୋପେ ଚନ୍ଦନ
ଶୀମୁଖର କରେ ଅସୀମ ଶୋଭା ବର୍ଦ୍ଧନ ।
କୋଟି ସୂର୍ଯ୍ୟ ଜ୍ୟୋତି ନେଇ ସଦା ବିଦ୍ୟମାନ
ଭକ୍ତି ଭକ୍ତ ମଧ୍ୟେ ତୁମ ଅତୁଟ ଏ ବନ୍ଧନ ।
ରିଦ୍ଧି ସିଦ୍ଧି ବିନାୟକ ଦେବ ପ୍ରଭଞ୍ଜନ
କର ପ୍ରଭୁ ସଭିଙ୍କର ସଙ୍କଟ ମୋଚନ ।
ପ୍ରଣତି ଢାଳଇ କରି ଭକ୍ତି ନିବେଦନ
ଦୂର କର ପ୍ରଭୁ ସଂସାରୁ ସବୁ ଅଜ୍ଞାନ ।
ତୁମ ଆଶିଷେ ଶାଣିତ ମୋ କଲମ ମୁନ
ଝରୁଥାଉ ଶବ୍ଦ ସର୍ବଦା ମନକୁ ମନ ।।

ସସ୍ମିତେଶ ସାହୁ

ଶଙ୍ଖଚିଲା, ଯାଜପୁର

Related posts

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଜହ୍ନରାତି

Sunil Chandra Nayak

ଚିଲିଗୁଡା ହାଇସ୍କୁଲରେ ଗଙ୍ଗାଧର ମେହେର ଜୟନ୍ତୀ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଛତିଶଗଡ଼ରେ ବଢୁଛି _ଓଡ଼ିଶା ଚାଷୀଙ୍କ ଏମ ଏସ୍ ପି ବୃଦ୍ଧି କରିବାରେ ସରକାରଙ୍କ ଚରମ ଅବହେଳା

Sunil Chandra Nayak

Leave a Comment

error: Content is protected !!