ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା ଓ କଳାହାଣ୍ଡି ସୀମାରେ ଦୁଇ ଅହିଂସା ରଥକୁ ସ୍ୱାଗତ କଲେ ବ୍ଲକ ପ୍ରଶାସନ ଓ ଧର୍ମଗଡ଼ ଉପ ଜିଲ୍ଲାପାଳ

ଗୋଳାମୁଣ୍ଡା ତା ୩/୯ /ମସିହା/ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ରାଜ୍ୟ ସରକାରଙ୍କ ଦ୍ୱାରା ସମସ୍ତ ଜିଲ୍ଲା ଓ ବ୍ଲକ ଗୁଡିକରେ ଅହିଂସା ରଥକୁ ସ୍ୱାଗତ କରାଯାଇଛି । ଆଜି ଗୋଳାମୁଣ୍ଡା ଓ ସିନାପାଲି ବ୍ଲକର ସୀମାନ୍ତରେ         ଥିବା   ତୁମୁରା ଧାନମଣ୍ଡି ଠାରେ ଧର୍ମଗଡ଼ ଉପଜିଲ୍ଲାପାଳ, ଡିଆର ଡିଏ,ଗୋଳାମୁଣ୍ଡା ବ୍ଲକ ପ୍ରଶାସନ,ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ,ପୋଲିସ,ସ୍ୱୟଂସହାୟିକା ଗୋଷ୍ଠି, ଅଙ୍ଗନୱାଡ଼ି କର୍ମୀ,ଗୋଳାମୁଣ୍ଡା ବ୍ଲକଜ ନକଲ୍ୟାଣ ସାମ୍ବାଦିକ ପ୍ରତିନିଧି,ସମସ୍ତ ବିଭାଗୀୟ କର୍ମଚାରୀ ସହ ଉପସ୍ଥିତ ରହି ବିଭିନ୍ନ ସାଂସ୍କୃତିକ               କାର୍ଯ୍ୟକର୍ମ ପରିବେଶଣ କରି ୨ ଗୋଟି ରଥକୁ ପୁଷ୍ପମାଲ୍ୟ ଅର୍ପଣ କରି ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଗୋଟିଏ ରଥ ବୃନ୍ଦାବାହାଲ ଅଭିମୁଖେ ବାହାରି ଧର୍ମଗଡ଼କୁ ଯିବା ବ୍ୟବସ୍ତା ଥିବା ବେଳେ ବୃନ୍ଦାବାହାଲ ଠାରେ ବିଭିନ୍ନ ଅନୁଷ୍ଠାନ ସରକାରୀ କର୍ମଚାରୀ ସ୍ୱୟଂ ସହାୟିକା ଦଳ ତରଫରୁ ବହୁ ସଂଖ୍ୟାରେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଅପର ପକ୍ଷରେ ଅନ୍ୟ ଏକ ରଥ ଗୋଳମୁଣ୍ଡାରୁ ବାହାରି ମହାଳିଙ୍ଗ ଦେଇ ସଦର ବ୍ଲକ ଆଡକୁ ଯିବା ବ୍ୟବସ୍ତାଥିବା ବେଳେ ମହାଳିଙ୍ଗ ଠାରେ ବହୁ ସଂଖ୍ୟାରେ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିବା ଜଣାପଡିଛି । ଏହି ରଥ ସ୍ୱାଧୀନତାର ସ୍ମାରକୀ ବହନ କରିବା ସହ ଓଡ଼ିଶାର ବୀର ସଂଗ୍ରାମୀ ମାନଙ୍କ ବଳିଦାନ ବାର୍ତ୍ତା ପ୍ରଦାନ କରିବା ପାଇଁ ଅହିଂସା ରଥ ଓଡ଼ିଶାର ପ୍ରତେକ ଜିଲ୍ଲା ଗୁଡିକରେ ଘୁରିବୁଲି ସଚେତନର ବାର୍ତ୍ତା ଦେଉଛି ।ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଲୋକ ସମ୍ପର୍କ ବିଭାଗ ଅଧିକାରୀ ମନୋଜ କୁମାର ବେହେରା ଓ ଉପ ଖଣ୍ଡ ଲୋକ ସମ୍ପର୍କ ବିଭାଗ ଅଧିକାରୀ ରମେଶକୁମାର ସିଂହ ଦ୍ୱାରା ପରିଚାଳନା କରାଯାଇଥିଲା

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ପ୍ରଗତିଶୀଳ ମସିହା

Related posts

ଚିଲକପୁରରେ କଳସ ଶୋଭାଯାତ୍ରା

Sunil Chandra Nayak

ମୋବାଇଲ ଫୋନ୍ ପାଇଁ ଜୀବନ ଗଲା   

Sunil Chandra Nayak

ରୋଗ ଶଯ୍ୟା ରେ ଘର ମୁରବୀ ଦିବାକର କୁମାର , ଔଷଧ କିଣିବା ପାଇଁ ପୁଅ ଗଲା ଦାଦନ, ସ୍ତ୍ରୀ କରୁଛି ଫେନ୍ସି ବେପାର

Sunil Chandra Nayak

Leave a Comment

error: Content is protected !!