ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ପରଜା ସମାଜର ପ୍ରତିଷ୍ଠା ଦିବସ ପାଳନ

ପାପଡାହାଣ୍ଡି,3/9, ମନିସ — ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ଠାରେ ଆଜି ଜିଲ୍ଲା ପରଜା ସମାଜର ବିକାଶ ପରିଷଦର 23ତମ ପ୍ରତିଷ୍ଠା ଦିବସ ସହ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ପୂର୍ବତନ ସରପଞ୍ଚ ଶିବ ପ୍ରସାଦ ଅଗ୍ରୱାଲ,ଜିଲ୍ଲା ସଭାପତି ବୁଦୁ ଯାନୀ, ଉପଦେଷ୍ଟା ବଳଭଦ୍ର ମୁଦୁଲି, ଖଗପତି ଯାନୀ, ବନ ଚାଲାଣ, ପନକୁ ନାୟକ ସହ ଦଶ ଗୋଟି ବ୍ଲକର ସଭାପତି ଏବଂ କାମକର୍ତ୍ତା ଭାଗ ନେଇଥିଲେ | ଏହି ଅବସରରେ ଏକ ଶୋଭାଯାତ୍ରା କରି ଗ୍ରାମ ପରିକ୍ରମା କରି ଗ୍ରାମଦେବୀ ନିକଟରେ ପୂଜାର୍ଚନା କରାଯାଇଥିଲା | ଆୟୋଜିତ କାର୍ଯ୍ୟକ୍ରମରେ ସମାଜର ପ୍ରତିଷ୍ଠା ଦିବସ ପାଳନ ଅବସରରେ ପୂର୍ବ ସଦସ୍ୟଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା | ସମାଜର କିପରି ବିକାଶ ହେବ, ସମାଜର ପୁଅ ଓ ଝିଅ ମାନେ କିପରି ଆଗକୁ ବଢିବେ | ସମାଜର ଯେଉଁ ରୀତି ନୀତି ଅଛି ସମସ୍ତେ ମାନିବେ | ଅନ୍ୟ ଧର୍ମ ପ୍ରତି ଆକୃଷ୍ଟ ଣ ହେବେ ସେ ନେଇ ଆଲୋଚନା ହୋଇଥିଲା | ନୂଆଖାଇ ଅବସରରେ ପରସ୍ପର କୁ ସୂବେଚ୍ଛା ଜଣାଇଥିଲେ | ଗ୍ରାମରେ ଦୁଇ ହଜାରରୁ ଉର୍ଦ୍ଧ ଲୋକଙ୍କ ସମାଗମ ହୋଇଥିଲା | ପାପଡାହାଣ୍ଡି ବ୍ଲକ ସଭାପତି ନରସିଂହ ଯାନୀ, ଯୁଧିଷ୍ଠିର ଯାନୀ ସହ ବହୁ ଗଣ୍ୟ ମାନ୍ୟ ବ୍ୟକ୍ତି ଉପସ୍ଥିତ ରହି ଆୟୋଜନ କରିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଭାଲୁକୁଣୀ ଅଡିସନ

Sunil Chandra Nayak

ଡାବୁଗାଁ ରେ ମା ଦୂର୍ଗାଙ୍କ ଅଷ୍ଟମୀ ପୂଜା

Sunil Chandra Nayak

ମଟର ଭେହିକିଲ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ

Leave a Comment

error: Content is protected !!