ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଏଇତ ଜୀବନ

ଏଇତ ଜୀବନ

ଉପେନ୍ଦ୍ର କୁମାର ବସ୍ତିଆ

   
ଜୀବନଟା ଖାଲି ମରୁମରିଚିକା 
    ଥକି ପଡେ କ୍ଳାନ୍ତ ହୋଇ 
ହାରିବା ଜିତିବା ହିସାବ ରହେନି 
    ଦୁଃଖ ବିନା ସୁଖ ନାହିଁ ।।
ସମୟର ଚକ ଘୁରି ବୁଲୁଥାଏ 
    ଯାଏ କିଏ ଚାପି ହୋଇ 
ଆଜି ହସୁଥିବା ସୁନାର ସଂସାର 
   କାଲି ଯାଏ ଚାପି ହୋଇ ।।
ମିଛ ମାୟା ଘେରା ଏଜୀବନ ପରା 
    ମିଛେ ଦୁଇଦିନ ପାଇଁ 
ଆଜି ଯେ ନିଜର କାଲି ହୁଏ ପର 
    କାହିଁ ଏ ପରି ହୁଅଇ ।।
ଟିକିଏ ବିଶ୍ୱାସ ଟିକିଏ ଭରସା 
    ବାଇଆ ଚଢ଼େଇ ବସା 
ଅଦିନ ପବନେ ଭାଙ୍ଗି ଯାଏ ନୀଡ଼ 
    ଉଜୁଡ଼ି ଯାଆଇ ଆଶା ।।
ସମୟର କଣ୍ଟା ହସି ହସି କହେ
    ବୁଝି ଯାଆ ବାଇମନ
ସମୟର ଜ୍ଞାନ ହରାଇ ବସିଲେ 
    ମିଳେନି ଯଶ ସମ୍ମାନ।।
ଆଜି ମୁଁ ବୁଝୁଛି ସମୟର ବଳ
    ମିଳେନାହିଁ ଥଳ କୂଳ
ବୁଝିଲା ବେଳକୁ ସମୟ ନ ଥାଏ 
    ହାତ ଠାରି ଡାକେ କାଳ।।
ଏଇତ ଜୀବନ ପଦ୍ମପତ୍ରେ ନୀର 
    ହେଉଥାଏ ଟଳମଳ 
ଅଭୁଲା ଅତୀତ ଅଲିଭା ସ୍ମୂତିଟି
    ଭାଙ୍ଗିଦିଏ ମନବଳ।।

  ରାଉରକେଲା

Related posts

ମା’ଦୁର୍ଗା ରଜତ -ଜ୍ଯୋତି ପ୍ରଡକ୍ସନ ତରଫରୁ ଦିତୀୟ ଫିଲ୍ମର ଟାଇଟଲ ଘୋଷଣା ‘ହ୍ବାଟସ ଅପ୍ ଲଭ୍’ 

Sunil Chandra Nayak

ଦୁଇଟି ମଟର ସାଇକେଲ ମୁହାଁମୁହିଁ ଧକ୍କା ୨ ଗୁରୁତର ୩ ଆହତ

Sunil Chandra Nayak

ଜୀ ସାର୍ଥକରେ ନୂଆ ମେଗା ସିରିୟଲ ‘ମା ଯାହାର ସାହା’ ଆସନ୍ତା ୧୮ ଜୁଲାଇରୁ..

Sunil Chandra Nayak

Leave a Comment

error: Content is protected !!