ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ନୂଆପଡା -: କୋମନା ସ୍ଥିତ ଜିତାମିତ୍ର ହାଇସ୍କୁଲ ପରିସରରେ କୋମନା ବ୍ଲକର ପ୍ରାକ୍ତନ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପାଣିଗ୍ରାହୀ,ଶିକ୍ଷକ ଶ୍ରୀଯୁକ୍ତ ପ୍ରମୋଦ ଭୋଇ ଓ ଶ୍ରୀଯୁକ୍ତ ହରେକୃଷ୍ଣ ତାଣ୍ଡୀ ମହୋଦୟଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସାଙ୍ଗକୁ କୋମନା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ନିର୍ବାଚନର ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଉକ୍ତ ବୈଠକରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଯଶୋବନ୍ତ ନାରାୟଣ ପଣ୍ଡା ସଭାପତିତ୍ବ କରିଥିବାବେଳେ ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ଧନୁ ବାଗ, ନୂଆପଡା ବ୍ଲକ ସଭାପତି ଶ୍ରୀଯୁକ୍ତ ଶଙ୍କର ପୁରୋହିତ, ବୋଡେନ ବ୍ଲକ ସଭାପତି ଶ୍ରୀଯୁକ୍ତ ବୈଷ୍ଣବ ଦୂରିଆ , ଖଡିଆଳ ବ୍ଲକ ସଭାପତି ଶ୍ରୀଯୁକ୍ତ ଚନ୍ଦ୍ର କୈବର୍ତ୍ତ ଓ ବିଦାୟୀ ଶିକ୍ଷକ ତ୍ରୟ ମଞ୍ଚାସୀନ ଥିଲେ। ଶିକ୍ଷକ ଜୟଦେବ ପଣ୍ଡା ଉଦ୍ଦେଶ୍ଯ ଜ୍ଞାପନ କରିଥିବାବେଳେ ଶିକ୍ଷକ ମାନସପଦ୍ମ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ଉକ୍ତ ସଭାରେ ସର୍ବଶ୍ରୀ ସୁଶୀଲ ପଣ୍ଡା, ପ୍ରମୋଦ ଖମାରୀ, ଚୁରନ ଲାଲ ସାହୁ , ପ୍ରମୋଦ ମିଶ୍ର,ସରୋଜ ଅଗସ୍ତି,ଶ୍ୟାମ ଚରଣ ଦଣ୍ଡସେନା,ମକରଧ୍ବଜ ବାରିକ,ଭରତ ଭୂଷଣ ଖମାରୀ, ଉପେନ୍ଦ୍ର ଶଡଙ୍ଗୀ , ଧନଞ୍ଜୟ ନାୟକ,ବୃଶବ ରଣା, ବିଶ୍ବଦେବ ପଣ୍ଡା,ବୀରକିଶୋର ପଣ୍ଡା,ବିକାଶ ପାଣିଗ୍ରାହୀ,କମଲ ରାମ ଖମାରୀ,ଗୌରଚନ୍ଦ୍ର ରଣା,ଧନିରାମ ନାଏକ,ଛୁନୁରାମ ନାଏକ,ଭୂପେନ୍ଦ୍ର ଖମାରୀ,ଲିଙ୍ଗରାଜ ଜଗତ ,ହରିଷ ନାଏକ, ଶିକ୍ଷୟତ୍ରୀ କଲ୍ଯାଣୀ ବିଶ୍ବାଲ, କୁନ୍ତୀ ସବର,ସ୍ବୟମ ପ୍ରଭା ଦୂରିଆ ସମେତ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।ପରିଶେଷରେ ଶିକ୍ଷକ ପ୍ରେମଲାଲ ସତନାମୀ ଧନ୍ୟବାଦ ଅର୍ପଣ କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବନ୍ଧ ହୁଡା ରେ ଦୁର୍ବିସହ ଜୀବନ

Sunil Chandra Nayak

ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ ଅନୁକୂଳ

ଦୀପାବଳି ଉପଲକ୍ଷେ ଓଡିଶା ଡ୍ରାଇଭର ମହାସଂଘର ମହାମିଳନ ଉତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!