ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଜି ରାଧା ଅଷ୍ଟମୀ ରେ ମହାଲକ୍ଷ୍ମୀ ଙ୍କର ମୂର୍ତ୍ତି ନିମିତ୍ତ ମାଟି ଅନୁକୁଳ

ଢେଙ୍କାନାଳ,:3/9/22  ଢେଙ୍କାନାଳ ଆଜି ରାଧା ଅଷ୍ଟମୀ ଥିବାରୁ ମୀନା ବଜାର ଓ ଗଣେଶ ବଜାର ମହାଲକ୍ଷ୍ମୀ ପୂଜା କମିଟି ତରଫରୁ ମାଟି ଅନୁକୁଳ କରାଯାଇ ଥିଲା । ସ୍ଥାନୀୟ କାମଗରା ଗ୍ରାମ ର ବ୍ରାହ୍ମଣୀ ନଦୀ କୂଳରୁ ପୂଜା ଅର୍ଚନା କରାଯାଇ ମହାଲକ୍ଷ୍ମୀ ଙ୍କ ପାଇଁ ମାଟି ଆସିଥିଲା l ଢେଙ୍କାନାଳ ସହର ମଧ୍ୟରେ ବାଦ୍ୟ ସଂକିର୍ତ୍ତନ ମଣ୍ଡଳି ଦ୍ଵାରା ସହର ପରିକ୍ରମା କରାଯାଇ ଥିଲା । ଏହି ମାଟି ମହାଲକ୍ଷ୍ମୀ ଙ୍କ ପ୍ରସ୍ତୁତି ସମୟରେ ଲାଗି ହେବ। ଚଳିତ ବର୍ଷ ଧୁମ୍ ଧାମରେ ମହାଲକ୍ଷ୍ମୀ ପୂଜା ହେବ ବୋଲି କମିଟି ତରଫରୁ ସୂଚନା ଦିଆଯାଇଛି । ପୂଜକ ଗଗନ ଭାଇନା, କର୍ତ୍ତା ନରେନ୍ଦ୍ର କୁମାର ସାହୁ,ଟ୍ରଷ୍ଟ ସଭାପତି ବିରଞ୍ଚି ନାରାୟଣ ସାହୁ,ସଭାପତି ରବି ନାରାୟଣ ମହାନ୍ତି,କାର୍ଯ୍ୟକାରିଣୀ ସଭାପତି ନିରୋଜ୍ କୁମାର ସାହୁ,ସମ୍ପାଦକ ପୀତବାସ ସାହୁ ଓ କମିଟି ର ସମସ୍ତ କର୍ମକର୍ତ୍ତା ଙ୍କ ଉପସ୍ଥିତିରେ ମହାଲକ୍ଷ୍ମୀ ମାଟି ଅନୁକୂଳ ହୋଇଥିଲା l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଡାବୁଗାଁ ରେ ଭୀମଭୋଇ ଭୀମଭୋଇ ସାମର୍ଥ୍ୟ ଶିବିର

Sunil Chandra Nayak

ସତ୍ୟ ନାରାୟଣ ମହାପାତ୍ର ଙ୍କ ଉପସ୍ଥାପନା ମାତା ନବଦୁର୍ଗାଙ୍କ ତୃତୀୟ ସ୍ବରୂପ ମା ଚନ୍ଦ୍ରଘଣ୍ଟା

Sunil Chandra Nayak

ଆଦିସ୍କନ୍ଦ ସମାଜର ବ୍ଲକ ସ୍ତରୀୟ ବୈଠକ : ନୂତନ କର୍ମକର୍ତ୍ତା ଚୟନ

Leave a Comment

error: Content is protected !!