ନୂଆଖାଇ ପର୍ବ
ଜୟ ମା ସମଲେଶ୍ଵରୀ
ପଶ୍ଚିମ ଓଡ଼ିଶା ଚହଳ ପଡ଼ିଛି
ଭାଦ୍ରବ ପଞ୍ଚମୀ ଦିନ
ଗାଆଁ ଠୁ ସହର ଉତ୍ସବ ମୁଖର
ମାଆ ଖାଇବେ ନବାନ୍ନ
ପହିଲି ଫସଲ କ୍ଷେତରୁ ଆଣିଛି
ଚାଷୀଭାଇ ତର ବର
ମାଆ ପାଖେ ନୂଆ ଲଗାଇବ ଆଗ
ହୋଇ ହରଷ ମନର
ନୂଆ ଧାନ କ୍ଷୀରି ଖେଚୁଡ଼ି ଓ ଚୁଡ଼ା
ମାଆ ଖାଇବେଲୋ ତାର
କଲ୍ୟାଣ ବାଞ୍ଛିବେ ମାଆ ସାମଲେଇ
ଦୁଃଖ ହୋଇଯିବ ଦୂର
ପଶ୍ଚିମ ଓଡ଼ିଶା ଗଣପର୍ବ ଆଜି
ସଭିଙ୍କ ମନ ଆନନ୍ଦ
ବନ୍ଧୁ ବର୍ଗ ସାଙ୍ଗ ସାଥି ମେଳ ହୋଇ
ପାଇ ମାଆଙ୍କ ପ୍ରସାଦ
ପାଳିବେ ତିହାର ବଡକୁ ଜୁହାର
ସାନଙ୍କୁ ଲୋ ଆଶୀର୍ବାଦ
ପରମ୍ପରା ନିତି ସରବେ ପାଳନ୍ତି
ହୋଇ ମନେ ଆନନ୍ଦିତ
ଯିଏ ଯେଉଁଠାରେ ଥାଉନା କାହିଁକି
ନୂଆଖାଇ ଭେଟଘାଟ
ଗାଆଁ ଠୁ ସହର ଉତ୍ସବ ମୁଖର
ସଭିଙ୍କ ମନ ଉଚ୍ଚାଟ
ମାଆ ସମଲେଇ ପାଦରେ ଜୁହାର
ଆଶିଷ ଦିଅମା ଭରି
ଦୂର ହୋଇଯାଉ ଦୁଃଖ, ରୋଗ ଶୋକ
ଶାନ୍ତି ମୈତ୍ରୀ ଆସୁ ଫେରି
ଏତିକି ମୋର ଗୁହାରୀ
ବିଳାସିନୀ ପୃଷ୍ଟି
ଭୁବନ, ଢେଙ୍କାନାଳ