ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଳାସିନୀ ପୃଷ୍ଟି ଙ୍କ କବିତା ନୂଆଖାଇ ପର୍ବ

ନୂଆଖାଇ ପର୍ବ

ଜୟ ମା ସମଲେଶ୍ଵରୀ

ପଶ୍ଚିମ ଓଡ଼ିଶା ଚହଳ ପଡ଼ିଛି
ଭାଦ୍ରବ ପଞ୍ଚମୀ ଦିନ
ଗାଆଁ ଠୁ ସହର ଉତ୍ସବ ମୁଖର
ମାଆ ଖାଇବେ ନବାନ୍ନ
ପହିଲି ଫସଲ କ୍ଷେତରୁ ଆଣିଛି
ଚାଷୀଭାଇ ତର ବର
ମାଆ ପାଖେ ନୂଆ ଲଗାଇବ ଆଗ
ହୋଇ ହରଷ ମନର
ନୂଆ ଧାନ କ୍ଷୀରି ଖେଚୁଡ଼ି ଓ ଚୁଡ଼ା
ମାଆ ଖାଇବେଲୋ ତାର
କଲ୍ୟାଣ ବାଞ୍ଛିବେ ମାଆ ସାମଲେଇ
ଦୁଃଖ ହୋଇଯିବ ଦୂର
ପଶ୍ଚିମ ଓଡ଼ିଶା ଗଣପର୍ବ ଆଜି
ସଭିଙ୍କ ମନ ଆନନ୍ଦ
ବନ୍ଧୁ ବର୍ଗ ସାଙ୍ଗ ସାଥି ମେଳ ହୋଇ
ପାଇ ମାଆଙ୍କ ପ୍ରସାଦ
ପାଳିବେ ତିହାର ବଡକୁ ଜୁହାର
ସାନଙ୍କୁ ଲୋ ଆଶୀର୍ବାଦ
ପରମ୍ପରା ନିତି ସରବେ ପାଳନ୍ତି
ହୋଇ ମନେ ଆନନ୍ଦିତ
ଯିଏ ଯେଉଁଠାରେ ଥାଉନା କାହିଁକି
ନୂଆଖାଇ ଭେଟଘାଟ
ଗାଆଁ ଠୁ ସହର ଉତ୍ସବ ମୁଖର
ସଭିଙ୍କ ମନ ଉଚ୍ଚାଟ
ମାଆ ସମଲେଇ ପାଦରେ ଜୁହାର
ଆଶିଷ ଦିଅମା ଭରି
ଦୂର ହୋଇଯାଉ ଦୁଃଖ, ରୋଗ ଶୋକ
ଶାନ୍ତି ମୈତ୍ରୀ ଆସୁ ଫେରି
ଏତିକି ମୋର ଗୁହାରୀ

ବିଳାସିନୀ ପୃଷ୍ଟି

ଭୁବନ, ଢେଙ୍କାନାଳ

Related posts

ବିଳାସିନୀ ପୃଷ୍ଟି ଙ୍କ କବିତା ଜୟ ମା ଅମ୍ୱେ 

Sunil Chandra Nayak

ଶ୍ରମିକଙ୍କ ପାଇଁ ଖୁସି ଖବର ,  ସର୍ବନିମ୍ନ ମଜୁରୀ ପରିମାଣକୁ ବୃଦ୍ଧି କଲେ ରାଜ୍ୟ ସରକାର

Sunil Chandra Nayak

ଖଡ଼ିଆଳ ର ବିଶିଷ୍ଟ ସ୍ୱେଚ୍ଛାସେବୀ ଅର୍ଚ୍ଚନା ଗୋୟଲ ଙ୍କ ବିଜେଡ଼ି ରେ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!