ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀ ଠାରେ ପରିଚାଳନା ପାଇଁ ତାଲିମ ଶିବିର

ଚନ୍ଦାହାଣ୍ଡି-5/9(ମ ନି ସ)  ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବେହେରାମୁଣ୍ଡା ପଂଚାୟତ ଅନ୍ତର୍ଗତ ସାଲେବିଡି ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀ ଠାରେ ,ଆଶ୍ରୟ ସ୍ଥଳୀ ପରିଚାଳନା, ରକ୍ଷଣା ବେକ୍ଷଣ ଓ ଟାସ୍କ ଫୋର୍ସ ତାଲିମ ଶିବିର ତା.5 ଠାରୁ 11ରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ତାଲିମ ଶିବିର ଆରମ୍ଭ ହେlଇଯାଇଛି l ଏଥିରେ ସାତଦିନ ଧରି ବିପର୍ଯ୍ୟୟ ପରିଚାଳନା, ସିବିଡିପି ଆଶ୍ରୟ ସ୍ଥଳୀ ପରିଚାଳନା ଓ ଦସ୍ତାବିଜ ଲେଖନ,ପ୍ରାଥମିକ ଚିକିତ୍ସା ଓ ଏସଏଆର ଓ ସରଞ୍ଜାମର ରକ୍ଷଣା ବେକ୍ଷଣ ଉପରେ ତାଲିମ ପ୍ରଦାନ କରାଯିବାକୁ ଥିବା ସୂଚନା ରହିଛି l ଏହି ତାଲିମ ଶିବିର ସପ୍ତାହ ବ୍ୟାପି କାର୍ଯ୍ୟକ୍ରମଟିରେ ଜିଲ୍ଲାପାଳ ଡ. କମଳଲୋଚନ ମିଶ୍ରଙ୍କ ନିର୍ଦେଶ ପ୍ରକାରରେ ଜରୁରୀକାଳିନ ଅତିରିକ୍ତ ଜିଲ୍ଲାପାଳ ମୌସୁମୀ ନାୟକ ତାଲିମ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଏବଂ ବୈଠକ ପ୍ରାରମ୍ଭରୁ ପ୍ରଥମେ ଅଗ୍ରପୂଜ୍ୟଙ୍କ ପୂଜାର୍ଚନା କରାଯାଇଥିଲା l , ଡିପିଓ ହିମାଂଶୁ ଶେଖର ପଟନାୟକ,ବ୍ଲକ ଅଧକ୍ଷା ସୁମିତ୍ରା ପୂଜାରୀ, ବିଡ଼ିଓ ଧର୍ମରାଜ ମାଝୀ,ଅତିରିକ୍ତ ତହସିଲଦାର ନୀଳାମ୍ବର ପୂଜାରୀ,ଗୋଷ୍ଠୀ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଜଗମୋହନ ମାଝୀ, ଭାରପ୍ରାପ୍ତ ଜିପିଈଓ ସୂର୍ଯ୍ୟନାରାୟଣ ଭତ୍ରା,ସ୍ଥାନୀୟ ସମିତି ସଭ୍ୟ ପୂର୍ଣ୍ଣଚନ୍ଦ୍ର ସୋରି,ସ୍ଥାନୀୟ ସରପଞ୍ଚ ଚନ୍ଦ୍ରିକା ଦେଇ,ଇସାରା ଏନଜିଓ କାର୍ଯ୍ୟକର୍ତ୍ତା ରମେଶ ପଣ୍ଡା, ଜଗଦୀଶ ବାଘ ପ୍ରମୁଖ ମଞ୍ଚାସିନ ରହିଥିବା ବେଳେ ସିଡିପିଓ ସୈରେନ୍ଦ୍ରି ମହାନନ୍ଦ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ନୀଳକଣ୍ଠ ଦାଶ,ଙ୍କ ସମେତ ଅଗ୍ନିସମ ବିଭାଗ କର୍ମଚାରୀ,ଜଙ୍ଗଲ ବିଭାଗ, ବିଦୂତ ବିଭାଗ କର୍ମଚାରୀ ଉପସ୍ଥିତ ରହିଥିବା ବେଳେ ତାଲିମ ଦେବା ପାଇଁ ସୁଦୂର ଗଞ୍ଜାମରୁ ଟ୍ରେନର ଆସି ଟାସ୍କ ଫୋର୍ସ ଏବଂ ପରିଚାଳନା କମିଟିକୁ ସପ୍ତାହ ବ୍ୟାପି ତାଲିମ ଦେବାକୁଥିବା ଜଣାପଡିଛି l ଏହି ତାଲିମ ଶିବିରରେ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ସପ୍ତାହଧରି ତାଲିମ ନେବେ l ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ କନିଷ୍ଠ ଯନ୍ତ୍ରୀ ରାଜୀବ ଲୋଚନ ଧଳ, ପିଇଓ ଇଡି ଗୌଡ଼, ରାଜେନ୍ଦ୍ର ସାହୁ, ସନ୍ତୋଷ ମିଶ୍ର,ଜିଆରଏସ ମୁକେଶ ସାହୁ, ଜେଏସ ନିମେଶ ଚନ୍ଦ୍ର ସାହୁ,ବିଏଫଟି ଡି.ଗୋବର୍ଧନ, ବେହେରାମୁଣ୍ଡା ପଂଚାୟତର ସମସ୍ତ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ,ଏଏନଏମ, ସମସ୍ତ ବିଭାଗର ସରକାରୀ କର୍ମଚାରୀ ଏବଂ ବେହେରାମୁଣ୍ଡା ପଂଚାୟତ ତଥା ସାଲେବିଡି ଗ୍ରାମର ଜନସାଧାରଣ ଉପସ୍ଥିତ ରହିଥିଲେ l

 ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଚିତ୍ତ ରଞ୍ଜନ ନନ୍ଦ ଙ୍କ ପ୍ରବନ୍ଧ ହେତୁବାଦ ଓ ଧାର୍ମିକ ଭାବନା

Sunil Chandra Nayak

ଭବାନୀପାଟଣା ରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ 

Sunil Chandra Nayak

ଉମାକାନ୍ତ ଦାସ ଙ୍କ କବିତା ଶକ୍ତି ସଂସ୍କୃତିର ତୁ ଆଦି ଶକ୍ତି’

Leave a Comment

error: Content is protected !!