ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ଶ୍ରମ କାର୍ଯ୍ୟଲୟ ଘେରାଉ

ନୂଆପଡ଼ା ଜିଲ୍ଲାର ଶ୍ରମିକ ମାନଙ୍କ ପଞ୍ଜୀକରଣ,ନବିକରଣ,ଶିକ୍ଷା ସହାୟତା ,ମୃତ୍ୟୂକାଳୀନ ସହାୟତା,ପ୍ରସୂତୀ ସହାୟତା, ବିବାହ ସହାୟତା ଦିର୍ଘ ୨୦୧୯ ରୁ ମିଲିନାହିଁ।ଅନେକ ଥର ଶ୍ରମିକ ମହାସଙ୍ଘ ଦ୍ୱାରା ଦାବିପତ୍ର ,ଜିଲ୍ଲାପାଲ କାର୍ଯ୍ୟାଳୟ ଘେରାଉ କଲେ ମଧ୍ଯ ସୂଫଳ ମିଲୁନାହିଁ। ଗତ ଅଗଷ୍ଟ ମାସରେ ଶ୍ରମ ମନ୍ତ୍ରି,କମିଶନର ,ଓ ଜିଲ୍ଲାପାଲ,ଶ୍ରମ ଅଧିକାରୀଙ୍କୁ ସାକ୍ଷାତ କରି ଆଲୋଚନା କରି ୦୫.୦୯. ପୂର୍ବରୁ ସହାୟତା ପ୍ରଦାନ ନ କଲେ ଶ୍ରମ କାର୍ଯାଳୟ ଘେରାଓ କରିବୁ ବୋଲି ଦାବିପତ୍ର ରେ ଉଲ୍ଲେଖ କରାଯାଇଥିଲା। ଆଜି ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଂଘ ନୂଆପଡା ଦ୍ବାରା ଶ୍ରମ କାର୍ଯ୍ୟାଳୟ ଘେରାଓ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସଂଘ ର ସଭାପତି ଶ୍ରୀଯୁକ୍ତ କେଶବ ଚନ୍ଦ୍ର ବେହେରା ନେତୃତ୍ବ ନେଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଶ୍ରମିକ ମହାସଙ୍ଘର ଆବାହକ ଶ୍ରୀଯୁକ୍ତ ଯଦୁମଣି ପାଣିଗ୍ରାହୀ , ଭକ୍ତବନ୍ଧୁ ଧରୁଆ , ଚୈତନ୍ୟ ତାଣ୍ଡି , ଟିକେଚନ୍ଦ୍ର ବାଗ , ଗଦାଧର ବେହେରା, ମନବୋଧ ପୁଞ୍ଜି ,ଦିସେମ୍ବର ଠେଲା, ଖଗେଶ୍ଵର ଦୀପ, ପାରେଶ୍ୱର ଚଣ୍ଡି,ତଥା ସମସ୍ତ ସ଼ଂଗଠନର କର୍ମକର୍ତ୍ତା ଏବଂ ଶ୍ରମିକ ମାନେ ଯୋଗଦେଇଥିଲେ । ଶ୍ରମ ଅଧିକାରି ଶ୍ରୀଯୁକ୍ତ ରବୀନ୍ଦ୍ର ବାର୍ଳା ସଂଗଠନର ଦାବି ଗୁଡିକ ବିଷୟରେ ଆଳୋଚନା କରି ଅତିଶିଘ୍ର ସମସ୍ତ କାର୍ଯକୁ ତୁରନ୍ତ କରରିବୁ ବୋଲି ପ୍ରତିଶୃତି ଦେଲାପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିଲା।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସ୍କ୍ୱାଶ ପାଣି ବଣ୍ଟନ

Sunil Chandra Nayak

ଭାରତୀୟ ଜନତା ଯୁବମୋର୍ଚା ତରଫରୁ କ୍ରାନ୍ତି ଦିବସ ଉପଲକ୍ଷେ ତ୍ରିରଙ୍ଗା ରାଲି

Sunil Chandra Nayak

ଭାଜପା ର ବିଜୟ ଉତ୍ସବ ପାଳନ 

Sunil Chandra Nayak

Leave a Comment

error: Content is protected !!