ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୋଲିସ ରିଜର୍ଭ ପଡ଼ିଆରେ ଦୁଇ ଦିବସୀୟ ମନସୁନ କ୍ରିକେଟ ମ୍ୟାଚ ଅନୁଷ୍ଠିତ , ଡି ଏଚ ଏଚ ଟିମ ଚମ୍ପିୟାନ , ପୋଲିସ ଟିମ ରନର୍ସ

ଫୁଲବାଣୀ ପୋଲିସ ରିଜର୍ଭ ପଡିଆ ଠାରେ ପୋଲିସ ରିଜର୍ଭ ଇନସପେକ୍ଟର ଧର୍ମେନ୍ଦ୍ର ପ୍ରଧାନ ଙ୍କ ତତ୍ୱାବଧାନରେ ଦୁଇ ଦିନିଆ ଗୁରୁତ୍ୱ ପୂର୍ଣ୍ଣ ମାନସୁନ କ୍ରିକେଟ ଲିଗ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ଏହି ମ୍ୟାଚ ର ଫାଇନାଲ ମ୍ୟାଚରେ ଡିଏଚଏଚ ଟିମ ଓ ପୋଲିସ ଟିମ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଖେଳ ହୋଇଥିଲା। ଟସ ଜିତି ପ୍ରଥମେ ଡି ଏଚ ଏଚ ଟିମ ବ୍ୟାଟିଂ କରି ୧୦ ଓଭର ରେ ୫ ଉଇକେଟ ବିନିମୟରେ ୮୪ ରନ କରିଥିବା ବେଳେ ପୋଲିସ ଟିମ ସମସ୍ତ ଉଇକେଟ ହରାଇ ୯ ଓଭର ୪ ଟି ବଲ ରେ ୬୨ ରନ ସଂଗ୍ରହ କରି ରନର୍ସ ହୋଇଥିଲା। ସେହି ଗତକାଲି ପ୍ରଥମ ଦିନ ମ୍ୟାଚରେ ପ୍ରେସ ଟିମ ସହ ଇଂଜିନିୟର ୧୦ ଟି ଟିମ ମଧ୍ୟରେ ମ୍ୟାଚ ହୋଇଥିଲା । ପ୍ରେସଟିମ କୁ ହରାଇ ଇଂଜିନିୟର ଟିମ ବିଜୟ ହୋଇଥିଲା ।ଅପରାହ୍ନ ରେ ଡି ଏଚ ଏଚ ଟିମ ଭଲ ଖେଳ ପ୍ରଦର୍ଶନ କରି ପୋଲିସ ଟିମ ଓ ଇଂଜିନିୟର ଟିମ କୁ ହରାଇ ବିଜୟ ହୋଇଥିଲା । ଆଜି ସୋମବାର ଦ୍ୱିତୀୟ ଦିନ ମ୍ୟାଚରେ ପ୍ରେସ ଟିମ ଓ ଡି ଏଚ ଏଚ ଏବଂ ପ୍ରେସ ଟିମ ଓ ପୋଲିସ ଟିମ ମଧ୍ୟରେ ବନ୍ଧୁତ୍ୱ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ ରେ ପ୍ରେସଟିମ ସମସ୍ତ ଙ୍କ ଠାରୁ ପରାଜିତ ହୋଇଥିଲା। ଏହି ବନ୍ଧୁତ୍ୱ ପୂର୍ଣ୍ଣ ମ୍ୟାଚ ର ଉଦଯାପନ ଦିବସରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ପ୍ରେସକ୍ଲବ ସଭାପତି ସୁନିଲ ପଟ୍ଟନାୟକ ଯୋଗ ଦେଇ ମ୍ୟାଚରେ ଚମ୍ପିୟାନ ହୋଇଥିବା ଡି ଏଚ ଏଚ ଟିମ କୁ ଉଇନର ଟ୍ରଫି ଓ ପୋଲିସ ଟିମ ଙ୍କୁ ରନର୍ସ ଟ୍ରଫି ପ୍ରଦାନ କରିଥିଲେ।ସେହିପରି ପ୍ରେସ ଟିମ ର କ୍ୟାପଟେନ ଶିବ ପ୍ରସାଦ ନାୟକ ଙ୍କୁ ଏବଂ ଇଂଜିନିୟର ଟିମ କ୍ୟାପଟେନ ଙ୍କୁ ପାର୍ଟିସିପେଣ୍ଟ କପ ପ୍ରଦାନ କରିଥିଲେ। ମ୍ୟାଚରେ ଭଲ ଖେଳ ପ୍ରଦର୍ଶନ କରିଥିବାରୁ ପ୍ରେସଟିମ ର ଖେଳାଳି ସାମ୍ବାଦିକ ସୁଧୀର ମହାରଣା ଙ୍କୁ ମ୍ୟାନ ଅଫ ଦି ସିରିଜ କପ ମିଳିଥିଲା। ଏଭଳି ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ ନିଶ୍ଚିତ ଭାବେ ପରସ୍ପର ମଧ୍ୟରେ ସ୍ନେହ, ସଦଭାବ ଭାଇଚାରା ବୃଦ୍ଧି କରିବ ବୋଲି ଆୟୋଜକ ପୋଲିସ ରିଜର୍ଭ ଇନିସପେକ୍ଟେର ଧର୍ମେନ୍ଦ୍ର ପ୍ରଧାନ କରିଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ଜିଲ୍ଲା ଶ୍ରମ କାର୍ଯ୍ୟଲୟ ଘେରାଉ

Sunil Chandra Nayak

ଶହୀଦ ଦିବସ ଉପଲକ୍ଷେ କବିତା ଶହୀଦ ଭଗତ

Sunil Chandra Nayak

ଖଡିଆଳ ପାଟଣା କ୍ଷତ୍ରୀୟ ସମାଜର ୫୦ ତମ ବାର୍ଷିକ ଉତ୍ସବ ପାଳିତ

Leave a Comment

error: Content is protected !!