ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଣ୍ଡାମେର ଗ୍ରାମର ରଜନୀ ମସରାଙ୍କ ଦୁଇ ବଖରାଘର ନିଆଁରେ ପୋଡି ଭସ୍ମୀଭୂତ : କାରଣ ଅସ୍ପଷ୍ଟ

୧୦ ଲକ୍ଷ୍ୟରୁ ଉର୍ଦ୍ଧ୍ବ ସମ୍ପତ୍ତି ନଷ୍ଟ ହୋଇଥିବା ପରିବାରଙ୍କ ଅଭିଯୋଗ

ଗୋଳାମୁଣ୍ଡା ତା୬/୯ /ମସିହା ନ୍ୟୁଜ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଗଣ୍ଡାମେର ଗ୍ରାମରେ ବିଳମ୍ବିତ ରାତ୍ରିରେ ରଜନୀ ମସରାଙ୍କ ଘରେ ନିଆଁଲାଗିବାରୁ ଦୁଇ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଏତେ ବଡ଼ ଘଟଣା ଘଟିଲା ହେଲେ ପରିବାର ଲୋକେ ଜାଣି ପାରିଲେ ନାହିଁ । ଯେତେବେଳେ ମଟର ସାଇକେଲ ଗାଡିର ଟାୟାର ଶବ୍ଦଶୁଣି ପରିବାର ଲୋକେ ଭୟରେ ଉଠିପଡି ଦେଖିଲା ବେଳେକୁ ତାଙ୍କ ଘର ଜଳିଯାଉଛି ,ଏ ଖବର ପାଇ ଗ୍ରାମର ଲୋକମାନେ ଆସି ସାହାଯ୍ୟ କରିବା ସହିତ ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ଖବର ପାଇ ଆସି ଥିଲେ। ରଜନୀ ମସରାଙ୍କ ସୂଚନା ମତେ ତାଙ୍କର ଦୁଇଟି ଘର ଅଛି ଗୋଟିଏ ଘରେ ପରିବାର ରହୁଥିବା ବେଳେ ଅନ୍ୟ ଘରେ ଯାବତୀୟ ସାମଗ୍ରୀ ରହୁଥିବା କହିଛନ୍ତି । ନିଆଁ କେମିତି ଲାଗିଲା କାରଣ ଅସ୍ପଷ୍ଟ ଏ ନେଇ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ରଖି ନ ଥିଲେ । ଏ ଘଟଣାରେ ଚାରୋଟି ସାଇକେଲ, ଗୋଟିଏ ମଟର ସାଇକେଲ,ଏକ ବର୍ଷର ଖାଦ୍ୟପେୟ ସହ ଟଙ୍କା ଓ ସୁନାରୁପା ପୋଡି ପାଉଁଶ ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି । ତାଙ୍କର ପରିବାରଙ୍କ କହିବାନୁଯାୟୀ ଦଶ ଲକ୍ଷ୍ୟ ଟଙ୍କାର କ୍ଷୟକ୍ଷତି ହୋଇଛି ବୋଲି ପ୍ରକାଶ କରିଛନ୍ତି । ଜିଲ୍ଲା ପ୍ରଶାସନ ତଦନ୍ତ କରି ଆର୍ଥିକ ସାହାଯ୍ୟ ଯୋଗାଇଦେବାକୁ ଗ୍ରାମବାସୀ ପକ୍ଷରୁ ଦାବି ହେଉଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା,

Related posts

ଜୟ କୁମାର ମିଶ୍ର ଙ୍କ କବିତା ପଶୁ ରାଇଜ ଓ ତାଙ୍କର ତେଜ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଲକ୍ଷ୍ମୀ ବଗର୍ତ୍ତି ଙ୍କ କବିତା ।। ପ୍ରିୟତମା ।।

Sunil Chandra Nayak

Leave a Comment

error: Content is protected !!